ସସପେଣ୍ଡ ହେଲେ କିଶନନଗର ଥାନା ଆଇଆଇସି

କଟକ(ଦ କୁଇଭର): ଦାୟିତ୍ୱରେ ଅବହେଳା କାରଣରୁ ସସପେଣ୍ଡ ହେଲେ କଟକ ଜିଲ୍ଲା କିଶନନଗର ଥାନା ଆଇଆଇସି ସସ୍ମିତା ରଣା । ଏନେଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପୋଲିସ୍ ଡ଼ିଜି । ସୁଚନା ଅନୁସାରେ ୪ ଦିନ ତଳେ ପୋଲିସ୍ ଥାନା ସାମ୍ନାରେ ଜମି ବିବାଦ ପାଇଁ ନ୍ୟାୟ ପାଇଁ ଜଣେ ବ୍ୟକ୍ତି ନିଜକୁ ଜାଳିଥିଲେ । ତେବେ ଏହି ଘଟଣାକୁ ନେଇ ଆଇଆଇସିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଏସପି ସୁପାରିସ୍ କରିଥିଲେ । ଫଳରେ ଆଜି ତାଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସୂଚନାନୁଯାୟୀ, ଗୁଣନିଧି ବିଶୋୟୀ ନାମକ ଜଣେ ଯୁବକ ଜମିଜମା ବିଦାକୁ ନେଇ ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହୋଇଥିଲେ। ବାରମ୍ଵାର ଅଭିଯୋଗ ସତ୍ତ୍ଵେ ଥାନା ଆଇଆଇସି ସସ୍ମିତା ରାଣା ତାଙ୍କ କଥା ଶୁଣିନଥିଲେ। ଫଳରେ ଗୁଣନିଧୀ ନିରାଶ ହୋଇ ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଏବେ କିଶନନଗର ଥାନା ଆଇଆଇସିଙ୍କୁ ନିଲମ୍ଵିତ କରାଯାଇଛି। ଏହା ସହ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କଟକ ଗ୍ରାମାଞ୍ଚଳ ଥାନା ଏସ୍ପି ପୋଲିସ ଡିଜିଙ୍କୁ ସୁପାରିଶ କରିଥିଲେ।

Leave a Reply

Your email address will not be published. Required fields are marked *