ପାକିସ୍ତାନ ବିରୋଧରେ ଭାରତକୁ ସମର୍ଥନ କଲା ଚୀନ୍, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ (ଦ କୁଇଭର): ଏକ ଚତୁର କୂଟନୈତିକ ପଦକ୍ଷେପରେ ଭାରତ ଚୀନ୍ ସହିତ ଘନିଷ୍ଠ ଭାବରେ କାର୍ୟ୍ୟ କରି ବ୍ରିକ୍ସ ପ୍ଲସ୍ କାର୍ୟ୍ୟକ୍ରମରେ ପାକିସ୍ତାନର ପ୍ରବେଶକୁ ଅବରୋଧ କରିଛି । ବ୍ରିକ୍ସ ଆୟୋଜକ ଭାବରେ ଚୀନ୍ ଭାରତ ସହମତ ହେବା ପରେ ଓ ବ୍ରିକ୍ସ ପ୍ରସାରଣ କାର୍ୟ୍ୟକ୍ରମରେ ପାକିସ୍ତାନର ପ୍ରବେଶକୁ ଅବରୋଧ କରିବା ପରେ ଏହି ସବୁ ଘଟିଛି । ଇକୋନୋମିକ୍ ଟାଇମ୍ସ ସୂତ୍ରରୁ ପ୍ରକାଶ ଯେ ଭାରତର ଏହି ପଦକ୍ଷେପକୁ ଋଷ ମଧ୍ୟ ସହମତ କରିଛି ।

ଏଥର ଚୀନ୍ ଭର୍ଚୁଆଲ୍ ମିଡିଆ ମାଧ୍ୟମରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରିଥିଲା । ଜୁନ୍ ୨୪ ରେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ବିଶ୍ୱର ବିକାଶ ଉପରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ଯେଉଁଥିରେ ବ୍ରିକ୍ସ ଦେଶଗୁଡିକ (ବ୍ରାଜିଲ, ଋଷ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା) ଇରାନ, ଇଜିପ୍ଟ, ଫିଜି, ଆଲଜେରିଆ, କାମ୍ବୋଡିଆ, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ ଏବଂ ମାଲେସିଆ ଆଦି ଦେଶ ଅଂଶଗ୍ରହଣ କରିଥିଲେ ।

ଏହି କ୍ରମରେ ପାକିସ୍ତାନ ମଧ୍ୟ ଉଦୀୟମାନ ଅର୍ଥନୀତି ପାଇଁ ବ୍ରିକ୍ସ ପ୍ରସାରଣ କାର୍ୟ୍ୟକ୍ରମରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଏହା ସଫଳ ହୋଇପାରିଲା ନାହିଁ । ଏହାର ଗୋଟିଏ କାରଣ ମଧ୍ୟ କୁହାଯାଉଛି ଯେ ବ୍ରିକ୍ସ ଶିଖର ସମ୍ମିଳନୀକୁ ଅନ୍ୟ ନିମନ୍ତ୍ରଣକାରୀଙ୍କ ପରି ପାକିସ୍ତାନ ମଧ୍ୟ ଉଦୀୟମାନ ବଜାର ବର୍ଗରେ ଫିଟ୍ ନୁହେଁ ଓ ଏହାର ଅର୍ଥନୀତି ଶ୍ରୀଲଙ୍କା ପରି ଏକ ବଡ଼ ସଙ୍କଟ ଦେଇ ଗତି କରୁଛି । ଋଣ ପରିଶୋଧ କରିବାରେ ପାକିସ୍ତାନ ମଧ୍ୟ କ୍ରମାଗତ ଭାବରେ ଡିଫଲ୍ଟ ରହିଛି । ଏହି ସମୟରେ, ଚୀନ୍ ରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟି ଦ୍ୱିପାକ୍ଷିକ ତଥା ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।

କହିରଖୁଛୁ ଯେ ୨୩ ଓ ୨୪ ମାର୍ଚ୍ଚରେ ଚୀନ୍ ଦ୍ୱାରା ଆୟୋଜିତ ବ୍ରିକ୍ସ ସମ୍ମିଳନୀ ଏକ ଭର୍ଚୁଆଲରେ ଅନୁଷ୍ଠିତ ହୋଇଥିଲା । ଶିଖର ସମ୍ମିଳନୀର ଶେଷ ଦିନରେ ଜୁନ୍ ୨୪ ରେ ବ୍ରିକ୍ସ ବୈଠକରେ ବିଶ୍ୱର ବିକାଶ ଉପରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହେବାର ଥିଲା । ଏହିପରି ଅନେକ ଦେଶ ମଧ୍ୟ ଏହି ବୈଠକରେ ଯୋଗଦେବାକୁ ଯାଉଥିଲେ, ଯାହା ବ୍ରିକ୍ସ ସଂଗଠନର ସଦସ୍ୟ ନୁହେଁ । ଜୁନ୍ ୨୪ ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପ୍ରାୟ ଦୁଇରୁ ଅଧିକ ଅଣ ବ୍ରିକ୍ସ ଦେଶର ନେତା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *