ପୁରୀରେ ରଥଯାତ୍ରା, ବିଦେଶରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ(ଦ କୁଇଭର ବ୍ୟୁରୋ): ରାତିପାହିଲେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପୁରୀରେ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ । ମହାପ୍ରଭୁଙ୍କ ମାନବୀୟ ଲୀଳା ଟିକିଏ ସ୍ୱଚକ୍ଷ୍ୟୁରେ ଦେଖିବାକୁ ସାରା ବିଶ୍ୱରୁ ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି ଶ୍ରୀକ୍ଷେତ୍ରକୁ । ଏତେ ବଡ଼ ରଥଯାତ୍ରାରେ କିନ୍ତୁ ଉପସ୍ଥିତ ନାହାନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ । ବିଦେଶ ଯିବା ପାଇଁ ଏତେ ଉଚ୍ଛନ୍ନ ଯେ, ଏପଟେ ରଥଯାତ୍ରା ପଛେ ଚୁଲିକୁ ଯାଉ ବିଦେଶ ଯାତ୍ରା ସଫଳ ହେଉ । ବଡ଼ ଅଜବ ଏ ସରକାର, ଅଜବ ତାଙ୍କ ବ୍ୟବସ୍ଥା ।

ଗୋଟିଏ ପଟେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି । ସେପଟେ ବିଦେଶରେ ମୁଖ୍ୟ ପ୍ରଶାସକ ବୁଲୁଛନ୍ତି । କେତେ ଦାୟିତ୍ୱବାନ ଆମ ସରକାର, ଏଥିରୁ ସ୍ପଷ୍ଟ ହେଉଛି । ଯଦି ରଥଯାତ୍ରାରେ ମୁଖ୍ୟ ପ୍ରଶାସକଙ୍କ କୌଣସି ଆବଶ୍ୟକତା ନାହିଁ, ତେବେ ମୁଖ୍ୟ ପ୍ରଶାସକ ନିଯୁକ୍ତି କରୁଥିଲେ କାହିଁକି? ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାଠାରୁ ବିଦେଶ କାର୍ଯ୍ୟକ୍ରମ କ’ଣ ବଡ଼ ହୋଇଗଲା? ଦୁବାଇର ବିଜନେସ୍ ମିଟ୍ କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କର କାର୍ଯ୍ୟ କ’ଣ? କାହିଁକି ସେ ବିଦେଶ ଯାଇଛନ୍ତି? ତାର ଉତ୍ତର ଦେବ କିଏ ?

ବିଦେଶ ଯିବା ପାଇଁ ବୀର ବିକ୍ରମ ବାବୁ ଏତେ ବ୍ୟାକୁଳ ଯେ, ରଥଯାତ୍ରା ସମନ୍ୱୟ ବୈଠକ ଅଧାରୁ ଉଠି ଚାଲିଯାଇଥିଲେ । ଏପେଟ ବିଶ୍ୱ ନିଅନ୍ତାଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, କିନ୍ତୁ ଏହାକୁ ତିଳେମାତ୍ର ଖାତିର ନ କରି ସେ ବିଦେଶ ଚାଲିଗଲେ । ଦୀର୍ଘ ୨ ବର୍ଷ ଧରି ବିନା ଭକ୍ତରେ ରଥଯାତ୍ରା ହୋଇଥିଲା । ତେଣୁ ଏବର୍ଷ ଭକ୍ତଙ୍କ ଗହଣରେ ହେବାକୁ ଯାଉଛି ରଥଯାତ୍ରା । ଲକ୍ଷ ଲକ୍ଷ ଲୋକଙ୍କ ପ୍ରବଳ ସମାଗମ ହେବ । ଟ୍ରାଫ୍ରିକ୍ ବ୍ୟବସ୍ଥା ଅସମ୍ଭାଳ ହେବ ।

ପ୍ରଶାସନ ପାଇଁ ଏବର୍ଷ ରଥଯାତ୍ରା ଏକ ଚ୍ୟାଲେଞ୍ଜ ହେବ, ମାତ୍ର ଏକଥା ଜାଣି ମଧ୍ୟ ମୁଖ୍ୟ ପ୍ରଶାସକଙ୍କୁ ନେଇ ବିଦେଶ ଚାଲିଗଲେ ନବୀନ । ସରକାରଙ୍କ ବ୍ୟବସ୍ଥା ଏତେ ଅଜବ ଯେ, ନିଜ ଘରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, କିନ୍ତୁ ମୁଖିଆ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସାଙ୍ଗରେ ନେଇ ବିଦେଶରେ । ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ବିଦେଶରୁ ଫେରିବେ । ରଥ ଟାଣିବେ । ଏ କି ପ୍ରକାର ବ୍ୟବସ୍ଥା? ରଥଯାତ୍ରାକୁ ଏତେ ଦାୟିତ୍ୱହୀନ ଭାବେ କିପରି ନେଉଛନ୍ତି ସରକାର ? ରାଜ୍ୟର ମୁଖ୍ୟ ହିସାବରେ ନବୀନ ବିଦେଶ ଗଲେ, ସେଥିରେ ଆମର କିଛ ି ଆପତ୍ତି ନାହିଁ, ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ କାହିଁକି ସାଙ୍ଗରେ ନେଲେ? ଏପଟେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି, ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଦେଶରେ । ଏ କି ପ୍ରକାର ବ୍ୟବସ୍ଥା? ମହାପ୍ରଭୁଙ୍କ ରଥଯାତ୍ରା ଠାରୁ ବିଦେଶ ଗସ୍ତ କ’ଣ ବଡ଼ ହୋଇଗଲା? ସରକାରଙ୍କ କାହିଁକି ଏ ଅଜବ ନିୟମ? ଏହାର ଉତ୍ତର ଦେବ କିଏ?

Leave a Reply

Your email address will not be published. Required fields are marked *