ଆରିଫ୍ ମହମ୍ମଦ ଖାନ୍ ହେବେ କି ପରବର୍ତ୍ତୀ ଉପରାଷ୍ଟ୍ରପତି ?

ନୂଆଦିଲ୍ଲୀ (ଦ କୁଇଭର ବ୍ୟୁରୋ): ଆଦିବାସୀ ଓ ସଂଖ୍ୟା ଲଘୁ କାର୍ଡ ଖେଳିଲେ ମୋଦୀ । ରାଷ୍ଟ୍ରପତି ନିର୍ବାଚନରେ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପ୍ରାର୍ଥୀ କରିଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନରେ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ପ୍ରାର୍ଥୀ କରିବାକୁ ଯୋଜନା କରୁଛି ବିଜେପି । ରାଷ୍ଟ୍ରପତି ନିର୍ବାଚନରେ ମୋଦୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରି ଆଦିବାସୀ କାର୍ଡ ଖେଳିଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନରେ ସଂଖ୍ୟାଲଘୁ କାର୍ଡ ଖେଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଉ ଏପରି କରି ବିରୋଧୀଙ୍କ ମୁହଁ ଚୁପ୍ କରାଇଦେବାକୁ ଚାହୁଁଛନ୍ତି ମୋଦୀ । ଆଉ ସେ ଦେଖେଇଦେଲେ ବିଜେପି ନା କୌଣସି ଧର୍ମ ବିରୋଧୀ ନା କୌଣସି ଧର୍ମ ସପକ୍ଷବାଦୀ । ଶାସନ ବ୍ୟବସ୍ଥାରେ ସେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲନ୍ତି ।

ତେବେ ଉପରାଷ୍ଟ୍ରପତି ପ୍ରାର୍ଥୀ ରେସରେ ପ୍ରଥମେ ଅଛନ୍ତି, କେରଳର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍ । ପ୍ରଥମେ ପ୍ରଥମେ ଆରିଫଙ୍କ ନାଁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଚର୍ଚ୍ଚା ହେଉଥିଲା । ଆଉ ଏବେ ତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିପାରେ ବିଜେପି । କାରଣ ବର୍ତ୍ତମାନ ପରିସ୍ଥିତିରେ ସଂଖ୍ୟାଲଘୁ ସଂମ୍ପ୍ରଦାୟ ଆନ୍ଦାଳନ ଓ ରାଜସ୍ଥାନର ଉଦୟପୁର ଘଟଣା ସମ୍ପର୍କରେ ଆରିଫ୍ ହମ୍ମଦ ଖାନ୍ କଡ଼ା ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ମଦ୍ରାସା କାରଣରୁ ଦେଶରେ ଏଭଳି ହିଂସା ଘଟୁଛି । ମଦ୍ରାସାରେ କିପରି ବେକ କଟାଯାଏ, ତାହା ଶିକ୍ଷା ଦିଆଯାଉଛି । ତେଣୁ ନୂଆ ରାଷ୍ଟ୍ରପତି ପଦରେ ଜଣେ ଆଦିବାସୀ ଓ ଉପରାଷ୍ଟ୍ରପତି ପଦରେ ଜଣେ ମୁସଲିମ୍ ଚେହେରାଙ୍କୁ ବସାଇ ଦେଶକୁ ଏକ ବଡ଼ ସଙ୍କେତ ଦେବାକୁ ଚାହୁଁଛି ବିଜେପି । କାରଣ ହିନ୍ଦୁତ୍ୱବାଦୀ ଚିନ୍ତାଧାରା ପାଇଁ ଅଧିକାଂଶ ମୁସଲିମ୍ ବିଜେପି କୁ ବିରୋଧ କରୁଛନ୍ତି । ତେଣୁ ଆଗକୁ ୨୦୨୪ ନିର୍ବାଚନ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସଂଖ୍ୟାଲଘୁ ଭୋଟକୁ ବିଜେପି ସପକ୍ଷରେ ନେବା ପାଇଁ ସରିଫ୍ ମହମ୍ମଦଙ୍କୁ ଉପରାଷ୍ଟ୍ରପତି ପଦବୀରେ ବସାଇ ଏହି ସଂଖ୍ୟାଲଘୁ କାର୍ଡ ଖେଳିପାରେ ବିଜେପି । ଅଗଷ୍ଟ ମାସରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ଭେଙ୍କୟା ନାଇଡୁଙ୍କ ଉତ୍ତରାଧିକାରୀ ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି ।

ଯଦିଓ ଏନଡିଏ ଉପରାଷ୍ଟ୍ରପତି ନିର୍ବାଚନରେ ଜିତିବା ଏକପ୍ରକାର ସୁନିଶ୍ଚିତ ହୋଇସାରିଛି । କାରଣ ରାଷ୍ଟ୍ରପତି ନିର୍ବାଚନ ପଦ୍ଧତି ଠାରୁ ଉପରାଷ୍ଟ୍ରପତି ନିର୍ବାଚନ ପଦ୍ଧତି ଭିନ୍ନ । ରାଷ୍ଟ୍ରପତି ନିର୍ବାଚନରେ ସାଂସଦ ଓ ବିଧାୟକମାନେ ଭୋଟ୍ ଦେଉଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନରେ ଉଭୟ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନେ ହିଁ ଭୋଟ୍ ଦେଇଥାନ୍ତି । ତେଣୁ ଉଭୟ ଗୃହରେ ଏନଡିଏର ବହୁମତ ଥିବାରୁ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜିତିବା ଏକପ୍ରକାର ନିଶ୍ଚିତ ।

Leave a Reply

Your email address will not be published. Required fields are marked *