ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

କଟକ(ଦ କୁଇଭର): ଭୁବନେଶ୍ୱର ପରେ ଏବେ କଟକରେ ବାଧ୍ୟତାମୂଳକ କରାଯାଇଛି ମାସ୍କ ପିନ୍ଦିବା କେବଳ ଏତିକି ନୁହେଁ ସର୍ବସାଧାରଣ ସ୍ଥାନରେ ୨ ମିଟର ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦୋକାନ, ସପିଙ୍ଗ୍ ମଲ୍ରେ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ । ଏହା ଉପରେ ଦୋକାନ ଏବଂ ମଲ୍ ମାଲିକ ନଜର ରଖିବେ । ଏଥିସହିତ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ବାରଣ କରାଯାଇଛି । ସରକାରୀ ଏବଂ ବେସରକାରୀ ଅଫିସ ବା ସଂସ୍ଥାରେ କୋଭିଡ ନିୟମ କଡାକଡି ପାଳନ କରିବା ବାଧ୍ୟତାମୂଳକ କରାଯାଇଛି ।

କୋଭିଡ ପାଇଁ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି । ତେଣୁ ଜନସାଧାରଣ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ ବୋଲି ଅପିଲ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ।

Leave a Reply

Your email address will not be published. Required fields are marked *