ସେମାନେ ଭାବନ୍ତି ତାଙ୍କ ହିସାବରେ କାମ ଚାଲୁ: ଜାଣନ୍ତୁ କାହିଁକି ଏମିତି କହିଲେ ସିଜେଆଇ…

ନୂଆଦିଲ୍ଲୀ(ଦ କୁଇଭର): ଭାରତର ପ୍ରଧାନ ବିଚାରପତି ଏମ.ଭି ରମଣ ନ୍ୟାୟପାଳିକା ଏବଂ ବିଧାନସଭା ଉପରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଶାସକ ଦଳ ଭାବନ୍ତି କି ସରକାରୀ କାର୍ୟ୍ୟ ନ୍ୟାୟିକ ସମର୍ଥନ ପାଇବାକୁ ଯୋଗ୍ୟ ଏବଂ ବିରୋଧୀ ଦଳ ଆଶା କରିଥାନ୍ତି , ଏହା ସେମାନଙ୍କ କାର୍ୟ୍ୟକୁ ସମର୍ଥନ କରିବ। କିନ୍ତୁ ବୁଝିବା ଜରୁରୀ କି ନ୍ୟାୟପାଳିକା କେବଳ ସମ୍ୱିଧାନ ପ୍ରତି ଉତ୍ତରଦାୟୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶ ଏବେ ବି ସମ୍ୱିଧାନ ଦ୍ୱାରା ପ୍ରତ୍ୟେକ ଅନୁଷ୍ଠାନକୁ ପ୍ରଦାନ କରାଯାଇ ଥିବା ଭୂମିକାକୁ ସଂପୂର୍ଣ୍ଣ ଭାବେ ପ୍ରଶଂସା କରିବା ଶିଖି ନାହିଁ ।

ଶନିବାର ସାନ୍ ଫ୍ରାନ୍ସିସ୍କୋରେ ଆସୋସିଏସନ ଅଫ୍ ଇଣ୍ଡିଆନ ଆମେରିକାନ୍ସ ଦ୍ୱାରା ଆୟୋଜିତ ଏକ ସମ୍ମାନ ସମାରୋହରେ ଯୋଗଦେଇ ସିଜେଆଇ ଏମ୍ ଭି ରମଣ କହିଛନ୍ତି, ଯେମିତି କି ଆମେ ଏହି ବର୍ଷ ସ୍ୱତନ୍ତ୍ରତାର ୭୫ତମ ବର୍ଷର ଉତ୍ସବ ପାଳୁଛେ ଏବଂ ଯେବେ ଆମର ଗଣତନ୍ତ୍ର ୭୨ ବର୍ଷର ହୋଇ ଯାଇଛି, ତ କିଛି ଅବଶୋସ ସହ, ମୋତେ ଏଠାରେ ଏହା ଯୋଡ଼ିବା ଉଚିତ ଯେ, ଆମେ ଏବେ ବି ସମ୍ୱିଧାନ ଦ୍ୱାରା ପ୍ରତ୍ୟେକ ଅନୁଷ୍ଠାନକୁ ଦିଆଯାଇଥିବା ଭୂମିକା ଓ ଦାୟିତ୍ୱର ସଂପୂର୍ଣ୍ଣ ଭାବେ ପ୍ରଶଂସା କରିବା ଶିଖି ନାହେଁ । ଶାସନରେ ଥିବା ପାର୍ଟିର ବିଶ୍ୱାସ କି ସବୁ ସରକାରୀ କାର୍ୟ୍ୟ ନ୍ୟାୟିକ ସମର୍ଥନ ପାଇବା ଯୋଗ୍ୟ । ବିପକ୍ଷ ଦଳଙ୍କ ଆଶା କି ନ୍ୟାୟପାଳିକା ନିଜର ରାଜନୀତିକ ପଦବୀ ଓ କାରଣ ଗୁ଼ଡ଼ିକୁ ଆଗକୁ ବଢ଼ାଇବ । ଯେବେ କି ନ୍ୟାୟପାଳିକା କେବଳ ସମ୍ୱିଧାନ ପ୍ରତି ଉତ୍ତରଦାୟୀ ।

ସିଜେଆଇ କହିଛନ୍ତି , ଏହା ସାଧାରଣ ଜନତାଙ୍କ ମଧ୍ୟରେ ବଡ଼ ଅଜ୍ଞାନତା କି, ସେମାନେ ଏମିତି ଶକ୍ତିକୁ ସହାୟତା କରୁଛି , ଯାହାର ଏକମାତ୍ର ଉଦ୍ଦେଶ୍ୟ ନ୍ୟାୟପାଳିକାକୁ ଶେଷ କରିବା । ମୁଁ ଏହାକୁ ସ୍ପଷ୍ଟ କରିଦେଉଛି କି ଆମେ କେବଳ ସମ୍ୱିଧାନ ପ୍ରତି ଉତ୍ତରଦାୟୀ ।

Leave a Reply

Your email address will not be published. Required fields are marked *