Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଜୁଲାଇ ୧୬ରୁ ଆରମ୍ଭ ଅଲ୍ ଓଡିଶା ଚେସ୍ ଚାମ୍ପିଅନସିପ୍

ଭୁବନେଶ୍ୱର(ଦ କୁଇଭର): ପ୍ରଥମ ଥର ପାଇଁ କଞ ଗ୍ଲୋବାଲ୍ ସ୍କୁଲ କ୍ୟାମ୍ପସରେ ଖେଳାଯିବ ଅଲ ଓଡିଶା ଚେସ୍ ଆସୋସିଏସନ୍ ବ୍ୟାନରରେ ଅଲ ଓଡିଶା ଚେସ୍ ଚାମ୍ପିଅନସିପ୍ । ଆସନ୍ତା ୧୬ ରୁ ୧୮ ଜୁଲାଇ ପର୍ୟ୍ୟନ୍ତ ଓଡିଶା ଚେସ୍ ଆସୋସିଏସନ୍ ବ୍ୟାନରରେ ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ପକ୍ଷରୁ ଅଲ ଓଡିଶା ଚେସ୍ ଚାମ୍ପିଅନସିପ୍ ଖେଳାଯିବ ବୋଲି ସୂଚନାମିଳିଛି। ରାଜ୍ୟରୁ ଶତାଧିକ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଶଂଗ୍ରାହଣ କରୁଥିବା ବେଳେ ଅନ୍ତର୍ଜାତୀୟ ଖେଳାଳି ମଧ୍ୟ ଏହି ପ୍ରତିଯୋଗିତାରେ ଅଶଂଗ୍ରହଣ କରିବେ ।

ପ୍ରତିଯୋଗିତାରେ ଅଶଂଗ୍ରହଣ କରିବା ପାଇଁ ଏଣ୍ଟ୍ରି ଫି ୫୦୦ ଟଙ୍କା ରଖାଯାଇଥିବା ବେଳେ ସ୍କୁଲ ଛାତ୍ରଙ୍କ ପାଇଁ ୩୦୦ ଟଙ୍କା ରଖା ଯାଇଛି । ତେବେ ଅଶଂଗ୍ରହଣକାରୀଙ୍କ ପାଇଁ ରେଜେଷ୍ଟ୍ରେସନର ଶେଷ ତାରିଖ ୧୨ ଜୁଲାଇ ରହିଛି। ତେବେ ପ୍ରତିଯୋଗିତାରେ ପ୍ରାଇଜ ମୋନି ମୋଟ୍ ୫୦ ହଜାର ଟଙ୍କା ରଖାଯାଇଛି। ଚାମ୍ପିୟନ ଖେଳାଳିକୁ ଟ୍ରଫିଂ ସହ ୭ ହଜାର ଟଙ୍କା, ରନର୍ସପକୁ ଟ୍ରଫି ସହ ୫ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ। ସେହିପରି ତୃତୀୟ ସ୍ଥାନରେ ରହିଥିବା ପ୍ରତିଯୋଗୀଙ୍କୁ ଟ୍ରଫି ସହ ୪ ହଜାର , ଚତୁର୍ଥ ସ୍ଥାନରେ ରହିଥିବା ପ୍ରତିଯୋଗୀଙ୍କୁ ଟ୍ରଫି ସହ ୩ ହଜାର, ପଞ୍ଚମ ସ୍ଥାନରେ ରହିଥିବା ପ୍ରତିଯୋଗୀଙ୍କୁ ଟ୍ରଫି ସହ ୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ।

କେବଳ ଏତିକି ନୁହେଁ ଷଷ୍ଠରୁ ଦଶମ ସ୍ଥାନର ପ୍ରତିଯୋଗୀଙ୍କ ପାଇଁ ଟ୍ରଫି ସହ ୨ ହଜାର ଓ ୧୧ତମ ସ୍ଥାନରୁ ୧୫ ତମ ସ୍ଥାନରେ ରହିଥିବା ଖେଳାଳିଙ୍କୁ ଟ୍ରଫି ସହ ୧୫୦୦ ଟଙ୍କା ପ୍ରଦାନ କରାଯିବ । ୫ଟି କ୍ୟାଟେଗୋରୀରେ ଏହି ପ୍ରତିଯୋଗିତା ଖେଳାଯିବ। ଅଣ୍ଡର-୭, ଅଣ୍ଡର-୯, ଅଣ୍ଡର-୧୧, ଅଣ୍ଡର-୧୩ ଓ ଅଣ୍ଡର-୧୫ ବୟସ ବର୍ଗରେ ଖେଳାଯିବ ପ୍ରତିଯୋଗିତା। ଜୁଲାଇ ୧୮ ତାରିଖ ଅପରାହ୍ନ ୪.୩୦ ରେ କ୍ଲୋଜିଂ ସେରିମୋନୀ ରହିଛି। ଟୁର୍ଣ୍ଣାମେଣ୍ଟର ଉଦ୍ଦେଶ୍ୟ ହେଉଛି ଖେଳାଳୀଙ୍କୁ ତୃଣମୂଳ ସ୍ତରରୁ କିପରି ଭିତ୍ତିଭୂମି ଯୋଗାଇବା ସହ ଓଡ଼ିଶାରେ ଚେସକୁ ଅଧିକରୁ ଅଧିକ ପ୍ରଚାର ପ୍ରାସର କରିବା, ଚେସକୁ ପ୍ରୋତ୍ସାହିତ କରିବା ଏବଂ ନୂଆ ପ୍ରତିଭାଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିବା।

ଚେସ ସହ ଯୋଡ଼ିବା ପାଇଁ ପ୍ରତିଯୋଗୀମାନଙ୍କୁ ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ଏକ ନୂଆ ଏବଂ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଯୋଗାଉଛି। ଆଜିର ପ୍ରେସମିଟରେ ଇଙଉଇ ସଭାପତି – ପ୍ରଫେସର ଜି ସି ମହାପାତ୍ର, ଇଙଉଇ ସେକ୍ରେଟାରୀ ଶ୍ରୀ ଦେବବ୍ରତ ଭଟ୍ଟ, ଆଇଓଜି ସ୍ପୋର୍ଟସ୍ ଏକାଡେମୀ ନିର୍ଦ୍ଦେଶକ ଚିନ୍ମୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version