ତିନିବର୍ଷ ଭିତରେ ଘଟିଛି ୧୫ ହଜାର ଦୁଷ୍କର୍ମ: ଏମିତି ନାରୀ ସୁରକ୍ଷା ?

ଭୁବନେଶ୍ୱର(ଦ କୁଇଭର): ରାଜ୍ୟରେ ବଢିଚାଲିଛି ଦୁଷ୍କର୍ମ ମାମଲା । ନିୟମ କାନୁନ୍ ଥିବା ସତ୍ତେ୍ୱ ଶ୍ୱନରୁ ବୃଦ୍ଧ ମହିଳା ପର୍ଯ୍ୟନ୍ତ ବି ସୁରକ୍ଷିତ ନୁହଁନ୍ତି । ତେବେ ଗତ ୩ ବର୍ଷରେ ରାଜ୍ୟରେ କେତୋଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । କେଉଁ ବର୍ଷ କେତେ ମାମଲା ହୋଇଛି । ମାମାଲାର ସ୍ଥିତି କ’ଣ । ଆଜି ବିଧାନସଭା ଶୂନ୍ୟକାଳରେ ଏହି ପ୍ରଶ୍ନ କରି ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଠାରୁ ଜବାବ ମାଗିଥିଲେ କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ଏହାର ଜବାବ ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଗତ ୩ ବର୍ଷରେ ରାଜ୍ୟରେ ମୋଟ ୧୫ ହଜାର ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ୨୦୧୯ ରେ ୨ ହଜାର ୯୫୦ ମାମଲା ରୁଜୁ ହୋଇଥିବା ବେଳେ, ୨୦୨୦ ରେ ୨ ହଜାର ୯୮୪ ମାମଲା, ୨୦୨୧ ରେ ୩ ହଜାର ୩୨୭ ମାମଲା ଓ ୨୦୨୨ ବର୍ତ୍ତମାନ ସୁଦ୍ଧା ୮୬୮ ମାମଲା ରୁଜୁ ହୋଇଛି ।

ଏଥିରେ ରହିଛି ମୋଟ ୫ ହଜାର ୫୮୪ ଟି ନାବାଳିକା ଦୁଷ୍କର୍ମ ମାମଲା । ନାବାଳିକା ଦୁଷ୍କର୍ମ ମାମଲା ୨୦୧୯ ରେ ୧ ହଜାର ୬୩୫ ରୁଜୁ ହୋଇଥିବା ବେଳେ ୨୦୨୦ ରେ ୧ ହଜାର ୬୬୪, ୨୦୨୧ ରେ ୧ ହଜାର ୮୭୧ ଓ ୨୦୨୨ ରେ ୪୩୧ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି ଥିବା ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି ।

ତିନିବର୍ଷ ଭିତରେ ୧୫ ହଜାର ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ନାରୀ କେତେ ସୁରକ୍ଷିତ ସେ ନେଇ ସରକାରଙ୍କ ଉପରେ ଉଠିଛି ପ୍ରଶ୍ନ ।

Leave a Reply

Your email address will not be published. Required fields are marked *