ରାହୁଲ ଗାନ୍ଧୀଙ୍କ ଭିଡିଓ ମାମଲା: ଘରୋଇ ଚ୍ୟାନେଲର ଆଙ୍କର ଗିରଫ

ନୂଆଦିଲ୍ଲୀ (ଦ କୁଇଭର): ଅଡୁଆରେ ନୋଏଡାର ଏକ ଘରୋଇ ନ୍ୟୁଜ ଚାନେଲର ଖବର ଉପସ୍ଥାପକ ରୋହିତ ରଞ୍ଜନ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କର ଭିଡିଓକୁ ଭୁଲ ଢଙ୍ଗରେ ଉପସ୍ଥାପନ କରିବା ପଡିଲା ମହଙ୍ଗା । ଭୁଲ ଢଙ୍ଗରେ ଖବର ଉସ୍ଥାପନା କରିଥିବା ଅଭିଯୋଗରେ ଆଜି ରୋହିତ ରଞ୍ଜନଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ରାହୁଲ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ଓ୍ବାଇନାଡରେ ତାଙ୍କ କାର୍ୟ୍ୟାଳୟ ଭଙ୍ଗାରୁଜା କରିବା ମାମଲାରେ ବୟାନ ଦେଇଥିଲେ ରାହୁଲ । ରାଜସ୍ଥାନ ଉଦୟପୁର ହତ୍ୟାକାଣ୍ଡ ଘଟଣାରେ ଏହା ରାହୁଲଙ୍କ ପ୍ରତିକ୍ରିୟା ଭାବେ ପ୍ରସାରଣ କରିଥିଲେ ଉପସ୍ଥାପକ ରୋହିତ ରଞ୍ଜନ । ଏହି ଘଟଣାରେ ଆଙ୍କର ରୋହିତଙ୍କ ବିରୋଧରେ ରାଜସ୍ଥାନ, ଛତିଶଗଡ, ଦିଲ୍ଲୀ ଓ ଉତ୍ତର ପ୍ରଦେଶ ସମେତ ଅନ୍ୟ କିଛି ରାଜ୍ୟରେ ମାମଲା ମଧ୍ୟ ରୁଜୁ ହୋଇଥିବା । ପରେ ଉକ୍ତ ଗଣମାଧ୍ୟମ ସଂସ୍ଥା ଏହା ମାନବୀୟ ବୋଲି ତ୍ରୁଟି ସ୍ବୀକାର କରିବା ସହ କ୍ଷମା ମଧ୍ୟ ମାଗିଥିଲେ ।

ôହେଲେ ଆଜି ସକାଳେ ଛତିଶଗଡ ପୋଲିସର ଏକ ଟିମ ଆଙ୍କର ରୋହିତ ରଞ୍ଜନଙ୍କୁ ଗିରଫ କରିବା ପାଇଁ ହଠାତ ନୋଏଡାସ୍ଥିତ ଚାନେଲ କାର୍ୟ୍ୟାଳୟରେ ପହଞ୍ଚିଥିଲେ । ତେବେ ସ୍ଥାନୀୟ ପୋଲିସକୁ ସୂନଚା ନଦେଇ ତାଙ୍କୁ ହଠାତ ଗିରଫ କରିବା କେତେ ଦୂର ଠିକ୍ ତାକୁ ନେଇ ଟ୍ବିଟ କରିଥିଲେ ଆଙ୍କର ରୋହିତ । ସେ ଏହି ଟ୍ବିଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତର ପ୍ରଦେଶ ପୋଲିସ ଠାରୁ ସୁରକ୍ଷା ମଧ୍ୟ ଚାହିଁଥିଲେ । ଏହି କାର୍ୟ୍ୟାନୁଷ୍ଠାନ ସମୟରେ ନୋଏଡା ପୋଲିସ ଓ ଛତିଶଗଡରୁ ଯାଇଥିବା ପୋଲିସ ଟିମ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *