Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ମହିଳା ହକି ବିଶ୍ବକପ: ଆଜି ମୁହାଁମୁହିଁ ହେବେ ଚୀନ-ଭାରତ

ଆମଷ୍ଟେଲଭିନ (ଦ କୁଇଭର): ଆଜି ମହିଳା ହକି ବିଶ୍ୱକପ୍ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଚୀନକୁ ଭେଟିବ । ପ୍ରଥମ ମ୍ୟାଚ୍ ରେ ଭାରତ ୧-୧ ଗୋଲରେ ଇଂଲଣ୍ଡ ସହ ଡ୍ର’ ରଖି ପଏଣ୍ଟ ଭାଗ କରିଥିଲା । ଚୀନ ବିପକ୍ଷରେ ଦଳ ବିଜୟୀ ହେବା ନେଇ ଲକ୍ଷ୍ୟ ରଖିଛି । ମହିଳା ହକି ବିଶ୍ବକପରେ ଆଜି ଭାରତ ଓ ଚୀନ ମଧ୍ୟରେ ମୁକାବିଲା ହେବ । ପ୍ରଥମ ମ୍ୟାଚରେ ଭାରତ ୧-୧ ଗୋଲରେ ଇଂଲଣ୍ଡ ସହ ମ୍ୟାଚ ଡ୍ର ରଖି ପଏଣ୍ଟ ଭାଗ କରିଥିଲା । ଆଜି ଚୀନ ବିପକ୍ଷରେ ମ୍ୟାଚ ଜିତିବାରୁ ଲକ୍ଷ୍ୟ ରଖିଛି ଦଳ ।

ପୁଲ ବି’ରେ ଏ ପର୍ୟ୍ୟନ୍ତ ୨ଟି ମ୍ୟାଚ ଖେଳାଯାଇଛି। ପ୍ରଥମ ମ୍ୟାଚ ନ୍ୟୁଜିଲାଣ୍ଡ ଓ ଚୀନ ମଧ୍ୟରେ ହୋଇଥିଲା । ମ୍ୟାଚ ୨-୨ରେ ଡ୍ର ହୋଇଥିଲା । ଦ୍ବିତୀୟ ମ୍ୟାଚରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା ତାହା ମଧ୍ୟ ଡ୍ର ରହିଥିଲା । ପ୍ରତ୍ୟେକ ଦଳକୁ ଏ ଯାଏ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି । ଗୋଲ ଅନୁସାରେ ଟେବୁଲରେ ନ୍ୟୁଜିଲାଣ୍ଡ ପ୍ରଥମ ଓ ଭାରତ ଚତୁର୍ଥ ସ୍ଥାନରେ ରହିଛି ।

ଚତୁର୍ଥରୁ ଶୀର୍ଷକୁ ଉଠିବାକୁ ହେଲେ ଦଳକୁ ଆଜି ଚୀନ ବିପକ୍ଷରେ ଜିତିବାକୁ ପଡିବ । ନଚେତ କେବଳ ପଏଣ୍ଟ ହେବେ ବି ଟେବୁଲ ପ୍ରଥମ ସ୍ଥାନ ମିଳିବା ସହଜ ନୁହେଁ । ବିଶ୍ବ ମାନ୍ୟତା ଅନୁସାରେ ଚୀନ ଭାରତ ତଳେ ରହିଲେ ବି ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲା ଦଳ । ଚୀନକୁ ଦୁର୍ବଳ ମନେ କରିବା ଠିକ ହେବ ନାହିଁ । ଭାରତକୁ ଆଜି ସବୁ ବିଭାଗରେ ପ୍ରଦର୍ଶନ କଲେ ବିଜୟ ସହଜ ହେବ । ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଦର୍ଶନ ଭଲ ରହିଥିଲା ।

Exit mobile version