ପୁଣି ବିଗିଡିଲା ଲାଲୁଙ୍କ ସ୍ୱାସ୍ଥାବସ୍ଥା: ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର

ପାଟନା (ଦ କୁଇଭର ବ୍ୟୁରୋ): ଲାଲୁଙ୍କ ସ୍ୱାସ୍ଥାବସ୍ଥାରେ ଆସୁନି ସୁଧାର । ପୁଣି ବିଗିଡିଲା ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦେଖି ପରିବାର ପକ୍ଷରୁ ଦିଲ୍ଲୀ ସିଫ୍ଟ କରାଯାଉଛି । ଆରଜେଡି ପ୍ରମୁଖଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ମେଡିକାଲରେ ଭର୍ତ୍ତି କରାଯିବ ବୋଲି ସୂଚନା ମିଳିଛି ।

ଖବର ଅନୁଯାୟୀ, ୧୩ ଦିନ ତଳେ ପାଟଣା ସ୍ଥିତ ରାବଡ଼ି ଦେବୀ ଆବାସରେ ଲାଲୁ ସିଡି ପାହାଚ ଚଢ଼ୁଥିବା ସମୟରେ ପଡ଼ିଯାଇଛନ୍ତି। ଫଳରେ ତାଙ୍କୁ ତୁରନ୍ତ ପାରସ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ନିୟମିତ ଭାବେ ଡାକ୍ତର ତାଙ୍କ ଚିକିତ୍ସା ଜାରି ରଖିଥିଲେ । କିନ୍ତୁ ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସନଥିଲା । ଶେଷରେ ପରିବାର ପକ୍ଷରୁ ଦିଳ୍ଲୀରେ ଚିକିତ୍ସା କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଆଉ ଏବେ ଏୟାର ଆମ୍ବୁଲାନ୍ସ ଯୋଗେ ଲାଲୁଙ୍କ ଦିଲ୍ଲୀ ସ୍ଥିତ ଏମ୍ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିବ । ସେଠାରେ ତାଙ୍କ ସ୍ୱାସ୍ଥାବସ୍ଥାରେ ସୁଧାର ଆସିପାରେ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *