Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ମାଟ୍ରିକ ପାସ୍ ହାର ୯୦.୫୫%: ୩ଟି ସ୍କୁଲର ରେଜଲ୍ଟ ଶୂନ

ଭୁବନେଶ୍ୱର(ଦ କୁଇଭର): ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷ ପାସ ହାର ୯୦.୫୫ ପ୍ରତିଶତ। କଟକ କାର୍ୟ୍ୟାଳୟରେ ଏନେଇ ଆନୁଷ୍ଠାନିକ ଭାବେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଫଳାଫଳ ଘୋଷଣା କରିଛନ୍ତି । ଗ୍ରେଡ୍ ଏ-୧ ରେ ୮୧୧୯ଜଣ, ଏ-୨ରେ ୫୪ ହଜାର ୮୮୯ ଜଣ, ବି-୧ରେ ୧ ଲକ୍ଷ ୨୦ ହଜାର ୩୧୨ ଜଣ, ବି-୨ରେ ୧ଲକ୍ଷ ୪୨ ହଜାର ୫୯୯ଜଣ ରହିଛନ୍ତି । ଚଳିତ ବର୍ଷ ୮୬୯୯ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି । ଅନ୍ୟପଟେ ତିନୋଟି ସ୍କୁଲରେ ରେଜଲ୍ଟ ଶୂନ ।

ଅର୍ଥାତ ଏହି ତିନିଟି ବିଦ୍ୟାଳୟର କେହି ବି ପିଲା ପାସ କରିନାହାନ୍ତି । ଚଳିତବର୍ଷ ପରୀକ୍ଷାରେ ରାଜ୍ୟର ୧୧୭୦ ସ୍କୁଲରେ ପାସ ହାର ଶତ ପ୍ରତିଶତ ରେକର୍ଡ ହୋଇଛି । ଅନ୍ୟ ପକ୍ଷରେ ମାଲକାନାଗିରିର ୨ଟି ଏବଂ ଅନୁଗୁଳର ଗୋଟିଏ ସ୍କୁଲରେ ଏହି ହାର ଶୂନ ପ୍ରତିଶତ ରହିଛି । ଏହି ତିନୋଟି ସ୍କୁଲର କୌଣସି ଛାତ୍ରଛାତ୍ରୀ ପାସ କରିନାହାନ୍ତି । ଅନୁଗୁଳର ଏହି ସ୍କୁଲରେ ମାତ୍ର ୨ ଜଣ ପିଲା ପାଠ ପଢୁଥିଲେ ବୋଲି ଜାଣିବାକୁ ମିଳିଛି ।

ଦିନ ୨ଟାରେ ପରୀକ୍ଷାଫଳ ବୋର୍ଡ ୱେବ୍ ସାଇଟ୍ www.bseodisha.ac.in ଓ www.bseodisha.nic.iରେ ଉପଲବ୍ଧ ହେବ। ଇଣ୍ଟରନେଟ୍ ସଂଯୋଗ ନ ଥିବା ଅଞ୍ଚଳରେ ଏସ୍ ଏମ୍ଏସ୍ ଜରିଆରେ ଫଳାଫଳ ଜାଣିହେବ। ପରୀକ୍ଷାର୍ଥୀମାନେ ଙଜ୧୦ଣ୍ଟଜକ୍ଟକ୍ଷକ୍ଷ ଘକ୍ଟ> ଲେଖି ୫୬୭୬୭୫୦ ନମ୍ବରକୁ ମେସେଜ୍ କଲେ, ଏମଏମ୍ଏସ୍ ଜରିଆରେ ପରୀକ୍ଷାଫଳ ଜାଣିପାରିବେ ।

Exit mobile version