ଅକ୍ଟୋବରରୁ ଦରଦାମ୍ ବୃଦ୍ଧିରୁ ମିଳିପାରେ ମୁକ୍ତି: RBI

ନୂଆଦିଲ୍ଲୀ (ଦ କୁଇଭର): ମହଙ୍ଗାମାଡରେ ଅସ୍ତବ୍ୟସ୍ତ ଦେଶବାସୀ । ତୈଳ, ଗ୍ୟାସ ଠାରୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦର କ୍ରମାଗତ ଭାବେ ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ଦେଶବାସୀଙ୍କୁ ଆଶ୍ବସ୍ତି ଦେଇଛନ୍ତି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସିକରେ କମିବ ମୁଦ୍ରାସ୍ପୀତି । ଏନେଇ ଗତକାଲି(ଶନିବାର) କୌଟିଲ୍ୟ ଆର୍ଥିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ(ଜଈଓ)ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ଆରବିଆ ଗଭର୍ନର କହିଛନ୍ତି ଯେ ବର୍ତ୍ତମାନ ଯୋଗାଣ କ୍ଷେତ୍ରରେ ସୁଧାର ହୋଇଛି । ୨୦୨୨-୨୩ ଅର୍ଥାତ ବର୍ଷର ତ୍ରୟମାସରେ ଏପ୍ରିଲରୁ ଜୁନ ମଧ୍ୟରେ ଅର୍ଥନୀତିର ର ଏକ ଭଲ ପୁନରୁଦ୍ଧାରକୁ ସୂଚାଉଛି । ଆମେ ଆଶାକରୁଛୁ ୨୦୨୨-୨୩ର ଦ୍ୱୀତୀୟାର୍ଦ୍ଧରେ ମୁଦ୍ରାସ୍ଫୀତି ମଧମ ହେବ । ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ପାଇଁ କେନ୍ଦ୍ରିୟ ବ୍ୟାଙ୍କ ପଦକ୍ଷେପ ଗ୍ରହଣ କରିବ । ଭାରତରେ ମୁଦ୍ରାସ୍ପୀତି  RBIର ଧାର୍ଯ୍ୟ ସୀମା ୬%ପାର କରାଯାଇଛି । ଗତ ଦୁଇମାସରେ ଏହାର ପ୍ରମୁଖ ସୁଦ୍ଧହାରରେ ୯୦ ପ୍ରତିଶତ ବେସିସ ପଏଣ୍ଟ ବୃଦ୍ଧି କରିଛି । ଫଳରେ ଯୋଗାଣ ଶୃଙ୍ଖଳ ସ୍ଥିତି ସୁଧୁରିବା ସହ ଅନେକ ମାପଦଣ୍ଡରେ ଉନ୍ନତି ଆସିଛି ।

ଅଗଷ୍ଟରେ ଆରବିଆଇର ମୁଦ୍ରା ନୀତି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ଅନେକ ବିଶେଷଜ୍ଞ ଆଇବିଆଇର ରେପୋ ହାର ବୃଦ୍ଧି କରିବାର ଆଶଙ୍କା ପ୍ରକାଶ କରୁଛନ୍ତି । କିନ୍ତୁ ଆରବିଆଇ ଗଭର୍ନରଙ୍କ ସଦ୍ୟତମ ବିବୃତ୍ତି ଯୋଗୁଁ ଏଭଳି ଭୟ ଦୂର ହୋଇପାରେ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *