Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଆଜି ମହାପ୍ରଭୁଙ୍କ ସୁନାବେଶ

ପୁରୀ (ଦ କୁଇଭର): ରଥ ଉପରେ ଆଜି ମହାପ୍ରଭୁଙ୍କ ସୁନାବେଶ ହେବ । ମହଣ ମହଣ ସୁନା ଅଳଙ୍କାରରେ ପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ଭାଇ ଶ୍ରୀବଳଭଦ୍ର ସଜେଇ ହେବାର ଦୃଶ୍ୟ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ଅପେକ୍ଷା କରିଛନ୍ତି । ସୁନାବେଶ ଅପରାହ୍ନ ପ୍ରାୟ ୩ଟାରେ ଆରମ୍ଭ ହେବ । ସନ୍ଧ୍ୟା ୬ଟା ବେଳକୁ ମହାପ୍ରଭୁଙ୍କର ଏହି ମନଲୋଭା ବେଶକୁ ଦେଖିପାରିବେ ଭକ୍ତ । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାପାଇଁ ସମସ୍ତ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ନିଆଯାଇଛି ।

ମହାପ୍ରଭୁଙ୍କ ଏହି ଅପୂର୍ବ ସୁନାବେଶ ପାଇଁ ରତ୍ନଭଣ୍ଡାରରୁ ରଥ ଉପରକୁ ସୁନା ନିଆଯିବ । କିରିଟି, ଶ୍ରୀପୟର, ଶ୍ରୀଭୂଜ, ଚନ୍ଦ୍ର-ସୂର୍ଯ୍ୟ, ଚକ୍ର ଆଦି ଅନେକ ସୁନା ଆଭୂଷଣ ରହିଛି । ଭକ୍ତମାନେ ସୁନାବେଶକୁ ରାତି ୧୧ଟା ପର୍ଯ୍ୟନ୍ତ ଦେଖିପାରିବେ । ଏହାପରେ ବେଶଓଲାଗି ହେବ । ଶ୍ରୀଜିଉମାନେ ମନ୍ଦିର ଭିତରେ ଦୋଳପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା, ଦଶହରା ଦିନ ମଧ୍ୟ ସୁନାବେଶ ହୋଇଥାନ୍ତି । କିନ୍ତୁ ରଥ ଉପରେ ସୁନାବେଶ ଆଜି ହେବେ ।

Exit mobile version