ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପତ୍ନୀଙ୍କ ଦେହାନ୍ତ

ଓ୍ବାଶିଂଟନ (ଦ କୁଇଭର): ଚାଲିଗଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପତ୍ନୀ ଇଭାନା । ୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ଗତକାଲି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟ କରି କହିଛନ୍ତି ଯେ, “ମୁଁ ଅତ୍ୟନ୍ତ ଦୁଃଖର ସହ କହୁଛି ନ୍ୟୁୟର୍କ ସହରରେ ଇଭାନା ଟ୍ରମ୍ପଙ୍କର ଦେହାନ୍ତ ହୋଇଛି । ସେ ଥିଲେ ଅସାଧାରଣ ଏବଂ ପ୍ରେରଣାଦାୟୀ ଜୀବନଯାପନ କରୁଥିବା ଜଣେ ଚମତ୍କାର, କମନୀୟ ମହିଳା । ଇଭାନା ଟ୍ରମ୍ପଙ୍କ ତିନି ସନ୍ତାନ ଡୋନାଲ୍ଡ ଜୁର୍, ଇଭାଙ୍କା ଏବଂ ଏରିକ୍ ତାଙ୍କ ପାଇଁ ବହୁତ ଗର୍ବିତ ।

୧୯୭୭ ମସିହାରେ ଇଭାନା ଡୋନାଲ୍ଡ ଟ୍ରମ୍ପଙ୍କୁ ବିବାହ କରିଥିଲେ । ୧୯୯୨ରେ ଛାଡପତ୍ର ହୋଇଥିଲା । ୩ ପିଲା ଓ ୧୦ଜଣ ନାତିନାତୁଣୀଙ୍କୁ ତାଙ୍କ ଅନୁପସ୍ଥିତି ଖୁବ୍ ଦୁଃଖ ଦେବ ବୋଲି କହିଛନ୍ତି ଟ୍ରମ୍ପ । ଇଭାନା ଟ୍ରମ୍ପ ଟ୍ରମ୍ପ ସଂଗଠନ ପାଇଁ ଇଣ୍ଟରିୟର ଡିଜାଇନର ଉପାଧ୍ୟକ୍ଷ ଥିଲେ। ବିବାହ ବିଚ୍ଛେଦ ପରେ ଇଭାନା ପୋଷାକପତ୍ର, ଅଳଙ୍କାର ଏବଂ ପ୍ରସାଧନ ସାମଗ୍ରୀ ବ୍ୟବସାୟ କରି ସଫଳ ହେବା ସହ କେତେଗୁଡ଼ିଏ ପୁସ୍ତକ ମଧ୍ୟ ରଚନା କରିଥିଲେ।

୮୦ ଦଶକରେ ନ୍ୟୁୟର୍କ ସହରର ଅନ୍ୟତମ ଉଚ୍ଚ-ପ୍ରୋଫାଇଲ୍ ଦମ୍ପତିମାନଙ୍କ ମଧ୍ୟରୁ ଡୋନାଲ୍ଡ ଟ୍ରମ୍ପ ଏବଂ ଇଭାନା ଟ୍ରମ୍ପ ୯୦ ଦଶକ ପୂର୍ବରୁ ଛାଡପତ୍ର ହୋଇଥିଲେ। ଯାହା ପରେ ଡୋନାଲ୍ଡ ଟ୍ରମ୍ପ ୧୯୯୩ ରେ ଅଭିନେତ୍ରୀ ମାର୍ଲା ମାପଲେସଙ୍କୁ ବିବାହ କରିଥିଲେ। ଟ୍ରମ୍ପଙ୍କ ବିବାହ ବେଶି ଦିନ ରହିଲା ନାହିଁ ଏବଂ ୧୯୯୯ ରେ ସେ ମାର୍ଲା ମାପଲେସଙ୍କୁ ଛାଡପତ୍ର ଦେଇଥିଲେ, ଯାହା ପରେ ଡୋନାଲ୍ଡ ଟ୍ରମ୍ପ ୨୦୦୫ ରେ ମେଲାନିଆ ଟ୍ରମ୍ପଙ୍କୁ ବିବାହ କରିଥିଲେ।

Leave a Reply

Your email address will not be published. Required fields are marked *