Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ପୁଣି ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତାରେ IIT ମାଡ୍ରାସ ଶୀର୍ଷରେ

ନୂଆଦିଲ୍ଲୀ (ଦ କୁଇଭର): ଶିକ୍ଷା ମନ୍ତ୍ରଣାଳୟ ଆଜି ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍ ଫ୍ରେମୱାର୍କ ଭାରତର ଶ୍ରେଷ୍ଠ କଲେଜ ଏବଂ ବିଶ୍ବବିଦ୍ୟାଳୟଗୁଡିକର ରାଙ୍କିଙ୍ଗ୍ ପ୍ରକାଶ କରିଛି । ଏହି ରିପୋର୍ଟରେ ଆଇଆଇଟି-ମାଡ୍ରାସ ଦେଶର ସର୍ବୋତ୍ତମ ଶିକ୍ଷାନୁଷ୍ଠାନ ଭାବରେ ସ୍ଥାନିତ ହୋଇଛି । ଗତ ବର୍ଷ ମଧ୍ୟ ଆଇଆଇଟି ମାଡ୍ରାସ ଏହି ର଼୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ଘଓଜୠ ରାଙ୍କିଙ୍ଗ ତାଲିକା ଘୋଷଣା ହୋଇଛି ।

ଘଓଜୠ ରାଙ୍କିଙ୍ଗରେ ଆଇଆଇଟି ମାଡ୍ରାସ ଶୀର୍ଷରେ ରହିଥିବା ବେଳେ ଏହା ପଛକୁ ଦ୍ବିତୀୟ ସ୍ଥାନରେ ଆଇଆଇଏସ ବେଙ୍ଗାଲୁରୁ, ତୃତୀୟ ସ୍ଥାନରେ ଆଇଆଇଟି ବମ୍ବେ, ଚତୁର୍ଥ ସ୍ଥାନରେ ଆଇଆଇଟି ଦିଲ୍ଲୀ, ପଞ୍ଚମ ସ୍ଥାନରେ ଆଇଆଇଟି କାନପୁର, ଷଷ୍ଠ ସ୍ଥାନରେ ଆଇଆଇଟି ଖଡଗ୍ପୁର, ସପ୍ତମ ସ୍ଥାନରେ ଆଇଆଇଟି ରୁରକେ, ଅଷ୍ଟମ ସ୍ଥାନରେ ଆଇଆଇଟି ଗୌହାଟୀ, ନବମ ସ୍ଥାନରେ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ରାଙ୍କିଙ୍ଗ ଓ ଦଶମ ସ୍ଥାନରେ ଦିଲ୍ଲୀ ଜବାହାର ଲାଲ ବିଶ୍ବବିଦ୍ୟାଳୟ ରହିଛି । ଦେଶର ଶ୍ରେଷ୍ଠ ୫୦ ମେଡିକାଲ୍ କଲେଜରୁ ଓଡ଼ିଶାର ‘ସୋଆ’ ୧୮, ‘ଏମ୍ସ୍’ ୨୬, ‘କିମ୍ସ୍’ ୩୦, ‘ଏସ୍ସିବି’ ୪୪ତମ ସ୍ଥାନରେ ରହିଛି ।

Exit mobile version