Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ମଙ୍ଗଳସୂତ୍ର ହଟାଇବା ସ୍ୱାମୀଙ୍କ ପ୍ରତି ମାନସିକ ନିର୍ଯାତନା: ହାଇକୋର୍ଟ

ମାଡ୍ରାସ (ଦ କୁଇଭର): ଜଣେ ମହିଳାଙ୍କ ମଙ୍ଗଳସୂତ୍ର ହଟାଇବା ପ୍ରସଙ୍ଗରେ ମାଡ୍ରାସ ହାଇକୋର୍ଟ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ ହାଇକୋର୍ଟ କହିଛନ୍ତି ଯେ ବିଚ୍ଛିନ୍ନ ପତ୍ନୀଙ୍କ ଦ୍ୱାରା ମଙ୍ଗଲସୁତ୍ରକୁ ହଟାଇବା ସ୍ୱାମୀଙ୍କ ପ୍ରତି ମାନସିକ ନିର୍ୟାତନା ବୋଲି ବିବେଚନା କରାଯିବ। ଏହି ନିରୀକ୍ଷଣ କରି କୋର୍ଟ ସ୍ୱାମୀଙ୍କ ଛାଡପତ୍ର ଆବେଦନକୁ ଅନୁମତି ଦେଇଛନ୍ତି ଜଷ୍ଟିସ୍ ଭିଏମ୍ ଭେଲୁମାନି ଏବଂ ଜଷ୍ଟିସ୍ ଏସ୍ । ଏରୋଡାର ଏକ ମେଡିକାଲ କଲେଜରେ ପ୍ରଫେସର ଭାବରେ କାର୍ୟ୍ୟ କରୁଥିବା ସି ଶିବକୁମାରଙ୍କ ଆବେଦନକୁ ଅନୁମତି ଦେଇଥିବାବେଳେ ହାଇକୋର୍ଟ ବେଞ୍ଚ ଏହି ମାମଲାକୁ ନିରୀକ୍ଷଣ କରି କହିଛନ୍ତି ।

ସୂଚନାନୁସାରେ ଶିବକୁମାର ସ୍ଥାନୀୟ ପରିବାର କୋର୍ଟର ଜୁନ୍ ୧୫, ୨୦୧୬ ଆଦେଶକୁ ବନ୍ଦ କରିବାକୁ ଚାହୁଁଥିଲେ । ଛାଡପତ୍ର ଦେବାକୁ ପରିବାର କୋର୍ଟ ମନା କରିଦେଇଥିଲେ। ଯେତେବେଳେ ମହିଳାଙ୍କୁ ଏ ବାବଦରେ ପଚରାଉଚରା କରାଯାଇଥିଲା, ସେ ସ୍ୱୀକାର କରିଛନ୍ତି ଯେ ଅଲଗା ହେବା ସମୟରେ ସେ ତାଙ୍କ ମଙ୍ଗଳ ସୂତ୍ରକୁ କାଢି ଦେଇଥିଲେ ।

କୋର୍ଟରେ ଶୁଣାଣି ସମୟରେ ମହିଳାଙ୍କ ପରାମର୍ଶଦାତା ହିନ୍ଦୁ ବିବାହ ଆଇନର ଧାରା ୭ କୁ ଦର୍ଶାଇ କହିଛନ୍ତି ଯେ ମଙ୍ଗଳସୂତ୍ର ପିନ୍ଧିବା ଜରୁରୀ ନୁହେଁ ତେଣୁ ଯଦି ପତ୍ନୀ ଏହାକୁ ହଟାନ୍ତି ତେବେ ଏହା ବୈବାହିକ ସମ୍ପର୍କ ଉପରେ କୈଣସି ପ୍ରଭାବ ପକାଇବ ନାହିଁ । ତେବେ ହାଇକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରିନାହାଁନ୍ତି ଏବଂ କହିଥିଲେ ଯେ ମଙ୍ଗଳସୂତ୍ର ଆମ ବିବାହରେ ଏକ ଜରୁରୀ ପରମ୍ପରା । ଯଦି କୈଣସି ମହିଳା ତାଙ୍କ ସ୍ୱାମୀଙ୍କ ସାମ୍ନାରେ ମଙ୍ଗଳସୂତ୍ର ବାହାର କରନ୍ତି, ତେବେ ଏହା ସ୍ୱାମୀଙ୍କ ପ୍ରତି ମାନସିକ ନିର୍ଦ୍ଦୟତାର ପରିଗଣିତ ହେବ । ଏହି ପର୍ୟ୍ୟବେକ୍ଷଣ ସହିତ କୋର୍ଟ ଅସନ୍ତୁଷ୍ଟ ସ୍ୱାମୀଙ୍କ ଛାଡପତ୍ର ଆବେଦନକୁ ଅନୁମତି ଦେଇଛନ୍ତି ।

Exit mobile version