ମଧ୍ୟପ୍ରଦେଶରେ ଏଣ୍ଟ୍ରି କଲା ଆପ୍

ଭୋପାଲ(ଦ କୁଇଭର): ଦିଲ୍ଲୀ ଓ ପଞ୍ଜାବ ପରେ ଏବେ ମଧ୍ୟପ୍ରଦେଶ । ମଧ୍ୟପ୍ରଦେଶର ସିଙ୍ଗରୌଲି ନଗର ନିଗମ ନିର୍ବାଚନରେ ମେୟର ପଦ ଜିତି ଏଣ୍ଟ୍ରି କରିଛି ଆମ ଆଦମୀ ପାର୍ଟୀ । ପଦ୍ମଗଡରେ ବୁଲିଛି ଛାଡୁ । ନଗର ନିଗମ ନିର୍ବାଚନରେ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ରାନୀ ଅଗ୍ରଓ୍ବାଲ ମେୟର ପଦବୀ ହାତେଇଛନ୍ତି । ଆପର ରାନୀ ଅଗ୍ରଓ୍ବାଲ ବିଜେପିର ଚନ୍ଦ୍ର ପ୍ରତାପ ବିଶ୍ବକର୍ମାଙ୍କୁ ୯ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି । ଏହି ସିଟଟି ପ୍ରଥମେ ବିଜେପି କବ୍ଜାରେ ରହିଥିଲା । ଏହି ବିଜୟ ପରେ ଆପ ବିଜେପି ଗଡକୁ ଦୋହୋଲାଇ ଦେଇଛି । ଏହା ସହିତ ଆମ ଆଦମୀ ପାର୍ଟି ମଧ୍ୟପ୍ରଦେଶରେ ପ୍ରଥମ ମେୟର ଭାବେ ଜିତିଛି । ଏହି ବିଜୟ ପରେ ଆପ୍ ର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି ରାଣୀ ଅଗ୍ରୱାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସିଙ୍ଗରୌଲିର ନବନିର୍ବାଚିତ ମେୟର ରାନୀ ଅଗ୍ରଓ୍ବାଲ ମାରଓ୍ବାଡି ପରିବାରର । ସେ ଦୀର୍ଘ ସମୟ ପର୍ୟ୍ୟନ୍ତ ସମାଜ ସେବା ଏବଂ ରାଜନୀତି ସହିତ ଜଡିତ ଥିଲେ । ରାନୀ ପ୍ରଥମ ନିର୍ବାଚନ ୨୦୧୪ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚନ ଲଢି ଜିତିଥିଲେ । ରାନୀଙ୍କୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ପାଇଁ ଯଥେଷ୍ଟ ସଂଖ୍ୟାରେ ମତ ମିଳିଥିଲା । ହେଲେ ଟ୍ରାଇରେ ହାରିବାକୁ ପଡିଥିଲା ।

ଏହା ପରେ ୨୦୧୮ରେ ରାନୀ ଆପର ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ଥିଲେ । ଆଉ ବହୁତ କମ ମତ ବ୍ୟବଧାନରେ ହାରିଥିଲେ । ସେବେଠାରୁ ସେ ଲଗାତାର ଭାବେ ରାଜନୀତିରେ ସକ୍ରିୟ ରହିଛନ୍ତି । ଏଥର ଆମ ଆଦମୀ ପାର୍ଟି ପୁନଶ୍ଚ ମେୟର ପ୍ରାର୍ଥୀ କଲେ ଏବଂ ଅଧିକ ଭୋଟ୍ ରେ ସେ ଜିତିଛନ୍ତି ।

Leave a Reply

Your email address will not be published. Required fields are marked *