Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଉତ୍କଳ ହସ୍ପିଟାଲର କାରନାମା

ଭୁବନେଶ୍ୱର (ଦ କୁଇଭର): ଓଡ଼ିଶାରେ ଓଡ଼ିଆ ବିରୋଧୀ ଆଭିମୁଖ୍ୟ । ସରକାରଙ୍କଠାରୁ ଜମି ନେଇଛନ୍ତି, ସୁବିଧା ବି ପାଉଛନ୍ତି । ସବୁପ୍ରକାର ଭିତ୍ତିଭୂମିର ସହାୟତା ବି ଓଡିଶା ସରକାର ଦେଉଛନ୍ତି । ଓଡିଆଙ୍କ ଫୋକସରେ ତାଙ୍କର ଭିତ୍ତିଭୂମି ବିକାଶ ହେଉଛି, ହେଲେ ଓଡିଆଙ୍କୁ ନିଯୁକ୍ତି ଦେବେନି । ଆମେ କହୁଛୁ, ରାଜଧାନୀରେ ଥିବା ଉତ୍କଳ ହସ୍ପିଟାଲର କଥା । ଓଡ଼ିଶାରେ ଥାଇ ମଧ୍ୟ ଓଡ଼ିଆଙ୍କୁ ନିଯୁକ୍ତି ଦେଉନାହିଁ ଏହି ହସ୍ପିଟାଲ । ଯାହାର ଜ୍ୱଳନ୍ତ ଉଦହରଣ ଦେଖିବାକୁ ମିଳିଛି, ଉତ୍କଳ ହସ୍ପିଟାଲର ଓପିଡି ମ୍ୟାନେଜର ନିଯୁକ୍ତି ନେଇ । ଏହି ହସ୍ପିଟାଲରେ ଚିକିତ୍ସାରେ ତୃଟି ନେଇ ଅଭିଯୋଗ ତ କମ୍ ନାହିଁ । ଶୋଷଣା ବା ଅବହେଳା ଭଳି ଅନେକ ଅଭିଯୋଗ ରହିଛି । ହେଲେ ଏବେ ଆସିଛି ଓଡିଆ ବିରୋଧୀ ଆନ୍ଦୋଳନ । ଖାଲି ଆଭିମୁଖ୍ୟ ଦେଇନାହାନ୍ତି ରାଜନେତାଙ୍କ ଛତ୍ରଛାୟାରେ ଥିବାରୁ ଲୋକଙ୍କ ଆଇ ଔାସ ବି କରିଦେଲେ । କହିଲେ ସିଓଙ୍କୁ ନିଲମ୍ବନ କରିଛୁ । ହେଲେ ନିଲମ୍ବନ ପତ୍ରରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦସ୍ତଖତ ନାହିଁ । ଯାହା ଏହି ସନ୍ଦେହକୁ ଆରୁରୀ ଦୃଢୀଭୂତ କରୁଛି ।

ଆଜି ବି ଉତ୍କଳ ହସ୍ପିଟାଲର ୱେବ ସାଇଟରେ ସିଇଓ ଅଛନ୍ତି ଲୋଧ । ହେଲେ କାହିଁକି? କେବେ ସିଇଓ ପଦବୀରୁ ହଟିବେ ? କାହିଁକି ମିଛ କହୁଛନ୍ତି ହସ୍ପିଟାଲ କର୍ତୃପକ୍ଷ? ଆଗ ସିଇଓ ଓଡିଆଙ୍କୁ ଅପମାନ କଲେ ଏବେ ହସ୍ପିଟାଲ କର୍ତ୍ତୃପକ୍ଷ ଓଡିଆଙ୍କୁ ମିଛ କହୁଛନ୍ତି । ତା ପରେ ବି ତାଙ୍କୁ ସିଇଓ ପଦବୀରୁ ବିଦା କରାଯାଇଥିବା ମିଥ୍ୟା ତଥ୍ୟ ଦେଉଛନ୍ତି । ଯଦିଓ ୱେବସାଇଟରେ ତଥ୍ୟ ଅପଡେଟ ପାଇଁ କିଛି ଦିନ ସମୟ ଲାଗେ । କିନ୍ତୁ କାହିଁକି ହସ୍ପିଟାଲ କର୍ତ୍ତୃପକ୍ଷ ଏହା ସ୍ପଷ୍ଟ କରିନାହାନ୍ତି ଯେ, ତାଙ୍କୁ ହସ୍ପିଟାଲର ସିଇଓ ପଦବୀରୁ ନିଲମ୍ବିତ କରାଯାଇଛି କି ନାହିଁ । ଯଦି ହୋଇଛି, ତେବେ କାହିଁକି ୱେବସାଇଟରେ ତାଙ୍କ ନାଁ ଏବେ ବି ଅଛି ।

ଘଟଣା ଅନୁଯାୟୀ, ଉତ୍କଳ ହସ୍ପିଟାଲର ଓପିଡି ମ୍ୟାନେଜର ପଦବୀ ପାଇଁ ହସ୍ପିଟାଲର ସିଇଓ ଆଲୋକ ଲୋଧ ନିଜ ସୋସିଆଲ ମିଡିଆରେ ବିଜ୍ଞାପନ ବାହାର କରିଥିଲେ । ଯେଉଁଥିରେ ସେ ଅଣଓଡ଼ିଆଙ୍କୁ ଆବେଦନ କରିବାକୁ କହିଥିଲେ । ଅର୍ଥାତ୍ ଓଡ଼ିଆ ପ୍ରାର୍ଥୀ କେହି ଆବେଦନ କରିପାରିବେ ନାହିଁ । ଯାହାକୁ ନେଇ ଜୋରଦାର ରାଜନୀତି ହୋଇଥିଲା । ଚାପ ବଢିବା ପରେ ତାଙ୍କୁ ସିଇଓ ପଦବୀରୁ ନିଲମ୍ବିତ କରିଥିଲେ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିଲମ୍ବନ ପତ୍ରରେ କୌଣସି ପ୍ରକାର ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦସ୍ତଖତ ନଥିଲା । ଯାହାକୁ ନେଇ ସନ୍ଦେହ ଆହୁରି ବଢିଯାଇଛି । ଓଡ଼ିଶାରେ ହସ୍ପିଟାଲ ହୋଇ ମଧ୍ୟ ଓଡ଼ିଆଙ୍କୁ ନିଯୁକ୍ତି ନ ଦେବା, ଏକଥା କାହିଁକି ଚିନ୍ତା କଲେ? ଏହାର କାରଣ ସେ ସ୍ପଷ୍ଟ କରିବା ଉଚିତ୍ । ଓଡ଼ିଆଙ୍କୁ କାହିଁକି ଏତେ ଉପେକ୍ଷା କରାଗଲା? ସିଇଓ ଓଡ଼ିଆଙ୍କୁ ଅପମାନ କଲେ, କିନ୍ତୁ ସାମ୍ନାକୁ ଆସି କ୍ଷମା ମାଗିଲେ ନାହିଁ କାହିଁକି? ଏହା ପଛରେ କାରଣ କ’ଣ? ତାର ସ୍ପଷ୍ଟିକରଣ ଦେବା ଉଚିତ୍ ।

ଉତ୍କଳ ହସ୍ପିଟାଲର କାରନାମା | Utkal Hospital in Bhubaneswar | THE Quiver

Exit mobile version