ମୁସେୱାଲା ମର୍ଡର କେସ: ଏନକାଉଣ୍ଟରରେ ଟଳିଲେ ୨ ଶାର୍ପ ଶୁଟର

ଚଣ୍ଡୀଗଡ (ଦ କୁଇଭର): ପଞ୍ଜାବରେ ପୋଲିସ ଓ ଗ୍ୟାଙ୍ଗଷ୍ଟାରଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି । ଅମୃତସରର ଅଟ୍ଟାରୀ ଗ୍ରାମରେ ଜାରି ରହିଥିବା ଏହି ଏନକାଉଣ୍ଟରରେ ପଞ୍ଜାବର ଲୋକପ୍ରିୟ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣେ ସାର୍ପସୁଟରକୁ ସଫା କରିବାରେ ସଫଳ ହୋଇଛି ପୋଲିସ ଟିମ । ଉକ୍ତ ଗ୍ୟାଙ୍ଗର ଅନ୍ୟ କିଛି ସାର୍ପସୁଟର ସେହି ଅଞ୍ଚଳରେ ଲୁଚି ରହିଥବା ସନ୍ଦେହରେ ଏନକାଉଣ୍ଟର ଜାରି ରହିଛି ।

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲ ମର୍ଡର କେସରେ ସମ୍ପୃକ୍ତ ଥିବା ୨ ଶାର୍ପ ଶୁଟର ଆଜି ପୋଲିସ ଏନକାଂଉଟରରେ ଟଳିଛନ୍ତି । ଏହି ୨ଜଣ ହେଲେ ଜଗରୂପ ରୂପା ଓ ମନପ୍ରୀତ ମନ୍ନୁ । ଭାରତ-ପାକିସ୍ତାନ ବର୍ଡରଠାର ୧୦ କିଲୋମିଟର ଦୂରରେ ଏହି ଏନକାଂଉଟର ଚାଲିଥିଲା । ଏହି ୨ ଅପରାଧୀ ପାକିସ୍ତାନକୁ ଖସି ଯିବା ପାଇଁ ଯୋଜନା କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଅପରାଧୀ ଲୁଚିଥିବା ସମ୍ପର୍କରେ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା ବୋଲି ଏଡିଜିପି ପ୍ରମୋଦ ବାନ କହିଛନ୍ତି । ପୋଲିସ ସେଠାରେ ପଂହଚିବା ମାତ୍ରେ ଏହି ଅପରାଧୀମାନେ ଏକେ ୪୭ରେ ଗୁଳି ଚାଳନା କରିଥିଲେ । ଏହା ପରେ ପୋଲିସ ଘେରାଉ କରି ଏନକାଂଉଟର କରିଥିଲେ । ଏଥିରେ ୩ ପୋଲିସ କର୍ମୀ ଆହତ ହୋଇଛନ୍ତି । ଅଟ୍ଟାରୀ ବିଧାୟକ ଯଶୱିନ୍ଦର ରାମଦାସ କହିଛନ୍ତି ଏନକାଂଉଟରରେ ୪ ଗ୍ୟାଙ୍ଗଷ୍ଟାର୍ସ ମରିଛନ୍ତି । ଏମାନେ ଗ୍ୟାଙ୍ଗଷ୍ଟାର୍ସ କିମ୍ବା ଆତଙ୍କବାଦୀ ତାହା ପଞ୍ଜାବ ପୋଲିସ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ ।

Leave a Reply

Your email address will not be published. Required fields are marked *