Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଆଧାରକାର୍ଡର ବେପାର: ଟେଲିକମ୍ କମ୍ପାନୀ ସୂତ୍ରଧର

ନୟାଗଡ (ଦ କୁଇଭର): ସିମ୍ କାର୍ଡ ପାଇଁ ଆଧାରକାର୍ଡ଼ ଦେଉଛନ୍ତି କି? ହୋଇଯାଆନ୍ତୁ ସାବଧାନ । ଆପଣଙ୍କ ଆଧାରକାର୍ଡକୁ ଟେଲିକମ୍ କମ୍ପାନୀ ବିକ୍ରି କରିଦେଇପାରନ୍ତି । ଆପଣଙ୍କ ଆଧାରକାର୍ଡକୁ ବ୍ୟବହାର କରି ଶହ ଶହ କୋଟିର ଠକେଇ ହୋଇପାରେ । ଆପଣଙ୍କ ଆଧାରକାର୍ଡ ଓ ପାନକାର୍ଡକୁ ବ୍ୟବହାର କରି ଆପଣଙ୍କ ବ୍ୟାଙ୍କ ଖାତାକୁ ବି ଶୂନ କରିଦେଇପାରନ୍ତି । ଏଭଳି ବିଶ୍ୱାସଘାତ କାଳେ କରୁଛନ୍ତି ଟେଲିକମ୍ କମ୍ପାନୀ ମାନେ । ଆପଣ ସିମକାର୍ଡ଼ ପାଇଁ ଯେଉଁ ଡକ୍ୟୁମେଣ୍ଟ ଦେଉଛନ୍ତି, ତାହା ସୁରକ୍ଷିତ ନୁହେଁ । ଆପଣଙ୍କ ଡକ୍ୟୁମେଣ୍ଟକୁ ବିକ୍ରି କରିଦିଆଯାଉଛି । ଯେଉଁଥିପାଇଁ ବିକ୍ରି କରୁଥିବା ସଂସ୍ଥା ବା ଲୋକ କୋଟି କୋଟି ଟଙ୍କା ଆୟ କରୁଥିବା ବେଳେ ତାକୁ ଆୟୁଦ୍ଧ କରି ଶହ ଶହ କୋଟିର ଠକେଇ ହେଉଛି । ବିଶେଷକରି ଜିଓ ସିମ୍ ପାଇଁ ଆଧାରକାର୍ଡକୁ ଜିଓ ବାଧ୍ୟ କରୁଥିବା ବେଳେ ସେହି କମ୍ପାନୀରୁ ଆଧାରକାର୍ଡ ଯାଇ ଏକ ବଡ଼ ଠକେଇ କରାଯାଇଛି । ଆଉ ଏହି ଠକେଇ ହୋଇଛି ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଖଣ୍ଡପଡା ଗାଁର ଜଣେ ଗୁପଚୁପ୍ ବିକାଳୀଙ୍କ ନାଁରେ । ପରିବାର ପୋଷିବା ପାଇଁ ଗୁପୁଚୁପ୍ ବିକୁଥିବା ଏହି ବ୍ୟକ୍ତି ଜଣକ ଏବେ ୨୨୦ କୋଟି ଟଙ୍କାର ଠକେଇରେ ସାମିଲ ହୋଇଯାଇଛନ୍ତି । ଏଭଳି ତଥ୍ୟ ଯେତିକି ଚକିତ କରିଛି, ତା ଠାରୁ ଅଧିକ ଟେଲିକମ୍ କମ୍ପାନୀଙ୍କ ବିଶ୍ୱାସନୀୟତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏଭଳି ଏକ ବଡ଼ ଠକାମୀର ଶିକାର ହୋଇଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଖଣ୍ଡପଡା ଗାଁର ବିଦେଶୀ ଦାସ । ସେ ଗୁପଚୁପ୍ ବ୍ୟବସାୟ କରି ପରିବାର ଚଳାନ୍ତି । ତାଙ୍କ ଆଧାରକାର୍ଡକୁ ନେଇ ହରିୟାଣାରେ ସିମ୍ କିଣାଯାଇଛି । ଯେଉଁ ସିମ୍ କୁ ବ୍ୟବହାର କରି ଠକ ୨୨୦ କୋଟି ଟଙ୍କା ଠକିନେଇଛି । ଯାହାର ହରିୟାଣା କ୍ରାଇମବ୍ରାଞ୍ଚ ତଦନ୍ତ କରି ଓଡ଼ିଶାର ଏହି ଗୁପଚୁପ୍ ବିକାଳୀଙ୍କ ନାଁରେ ସିମ୍ ଥିବା ଜାଣିବାକୁ ପାଇଥିଲା । ତା ପରେ ହରିୟାଣା କ୍ରାଇମବ୍ରାଞ୍ଚ ଓଡ଼ିଶା ଆସି ନିକଟସ୍ତ ଥାନାରେ ସେହି ଗୁପଚୁପ୍ ବିକାଳୀଙ୍କୁ ପଚରାଉଚରା କରିଥିଲା । ତଦନ୍ତରେ ଜଣାପଡ଼ିଥିଲା ଯେ, ଉକ୍ତ ବ୍ୟକ୍ତି ଜଣକ ଗୁପଚୁପ୍ ବିକ୍ରି କରନ୍ତି । ତାଙ୍କୁ ପଚାରିବାରୁ ସେ କହିଥିଲେ ଯେ, ମୁଁ ବର୍ଷେ ତଳେ ଆଧାରକାର୍ଡ ଦେଇ ଜିଓର ଏକ ସିମ୍ ନେଇଥିଲି । ସେ ସିମ୍ ବି ସେ ଏବେ ବ୍ୟବହାର କରୁଛନ୍ତି । ଆଉ ତାଙ୍କରି ଆଧାରକାର୍ଡକୁ ବ୍ୟବହାର କରି ହରିୟାଣାରେ ଏକ ବଡ଼ ଠକାମୀ ହୋଇଛି ।

କେବଳ ଯେ, ଜିଓ କମ୍ପାନୀର ଆଧାରକାର୍ଡ ଲିକ୍ ହେଉନି । ଏଭଳି ଅନେକ ଟେଲିକମ୍ କମ୍ପାନୀରେ ଲୋକଙ୍କ ଆଧାରକାର୍ଡ ଏବେ ନକଲ ହୋଇ ବଜାରରେ ବୁଲୁଛି । ସୁପ୍ରିମକୋର୍ଟ କହିଛନ୍ତି କେବଳ ଡିବିଟିରେ ହିଁ ଆଧାରକାର୍ଡ ବାଧ୍ୟତାମୂଳକ । ତା ଛଡ଼ା ଅନ୍ୟ କୌଣସି ଯାଗାରେ ଆଧାର ବାଧ୍ୟତାମୂଳକ ନୁହେଁ । କିନ୍ତୁ ଏବେ ବ୍ୟାଙ୍କ ହେଉ ବା ସିମ୍ । ଆଧାର ନନେଲେ ସିମ୍ ଦେବାରେ ବିଳମ୍ବ ହେବ କହି ଆଧାରକାର୍ଡ ନେଇଯାଉଛନ୍ତି । ଏଭଳି ଆଧାରକାର୍ଡ ନେଇ ବଡ଼ ବଡ଼ ଠକେଇ କରିବାକୁ ପଛଉନାହାନ୍ତି ଠକ । ତେଣୁ ଆଧାରକାର୍ଡର ବ୍ୟବହାରକୁ ନେଇ ବିଶେଷ ଧ୍ୟାନ ଦେବାକୁ ଏସ୍ପପର୍ଟମାନେ ପରାମର୍ଶ ଦେଉଛନ୍ତି ।

Telcome Companies in India May Share Your Adhar Details! | THE Quiver

Exit mobile version