କଂଗ୍ରେସର ଆଉ ଜଣେ ବିଶ୍ୱାସଘାତକ

ଭୁବନେଶ୍ୱର (ଦ କୁଇଭର): ମୋକିମଙ୍କ ପରେ ଆଉ ଜଣେ । ଖାଲି ମୋକିମ ଦଳକୁ ପଛରୁ ଛୁରା ମାରିନାହାନ୍ତି, ଆଉ ଜଣେ ବି ମାରିଛନ୍ତି । ସେ ୟୁପିଏର ପ୍ରାର୍ଥୀଙ୍କୁ ଛାଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି । କଂଗ୍ରେସର କିଏ ସେ ବିଧାୟକ? ଏବେ ଖୋଜା ଚାଲିଛି । ଯିଏ ଦଳୀୟ ହୁଇପରୁ ବାହାରି ମାଟିର ଝିଅକୁ ଦେଇଛନ୍ତି ଭୋଟ୍? ସେ ମାଟିର ଝିଅ ହିସାବରେ ଦେଇଛନ୍ତି ନା ନବୀନଙ୍କ ହୁଇପରେ ଦେଇଛନ୍ତି, ତାହା ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ । କଂଗ୍ରେସରେ କିଏ ସେହି ବିଶ୍ୱାସଘାତକ? ତାକୁ ନେଇ ଏବେ ସବୁଠ ଚର୍ଚ୍ଚା । ତେବେ ଆସନ୍ତାକାଲି ଏନେଇ ସ୍ପଷ୍ଟ ହେବ । ଏନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ।

ତାଙ୍କର ଏହି ସୂଚନା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । କଂଗ୍ରେସର ନବଗ୍ରହଙ୍କ ମଧ୍ୟରୁ ଜଣେ ନୁହେଁ ଦୁଇ ଜଣ ବିଧାୟକ ଦଳୀୟ ନିଷ୍ପତ୍ତିକୁ ଖାତିର ନ କରି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି । ଏହି ଖବର ମିଳିବା ପରେ ପୁଣି କଂଗ୍ରେସ ଭବନରେ କମ୍ପନ ସୃଷ୍ଟି ହୋଇଛି । କିଏ ସେହି ବିଧାୟକ, ତାଙ୍କୁ ଖୋଜା ଚାଲିଛି । କିଏ ସେ ଦଳ ଭିତରେ ରହି ରାଷ୍ଟ୍ରପତି ନିର୍ବାଚନରେ କ୍ରସ ଭୋଟିଂ କରିଛି, ତାକୁ ନେଇ ଚର୍ଚ୍ଚା ।

ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଗତକାଲି କିନ୍ତୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ଥିଲେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ । ସେ ଦଳୀୟ ନିଷ୍ପତ୍ତିକୁ ଖାତିର ନ କରି ଓଡ଼ିଶା ମାଟିର ଝିଅ ତଥା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିଲେ । ଏହାସହ ସେ କହିଥିଲେ, ମୋ ପାଇଁ ପାର୍ଟି ବଡ଼ ନୁହେଁ ମାଟି ବଡ଼ । ମୁଁ ମୋ ବିବେକ ଅନୁଯାୟୀ, ମାଟିର ଝିଅକୁ ଭୋଟ୍ ଦେଇଛି । ଯାହାକୁ ନେଇ ଗତକାଲି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଥିଲା । କିନ୍ତୁ କେବଳ ସେ ଏକା ନୁହଁନ୍ତି । କଂଗ୍ରେସର ଆଉ ଜଣେ ବିଧାୟକ ମାଝିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି । ତେବେ କିଏ ସେ ବିଧାୟକ, ତାହା ତ ଆସନ୍ତାକାଲି ସ୍ପଷ୍ଟ ହେବ । କିନ୍ତୁ କଂଗ୍ରେସରେ କିଏ ଆଉ ଜଣେ ବିଶ୍ୱାସ ଘାତକ, ତାଙ୍କୁ ଏବେ ସବୁଠି ଖେଶଜା ଚାଲିଛି ।

ପୂର୍ବରୁ ଓଡ଼ିଶା କଂଗ୍ରେସର ୯ଜଣ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ନାହିଁ ବୋଲି ଖୋଲାଖୋଲି ଘୋଷଣା କରିଥିଲେ ଏବଂ ୟୁପିଏ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ କରିବେ ବୋଲି ନିଷ୍ପତ୍ତିି ହୋଇଥିଲା । ହେଲେ ଏହି ଦଳୀୟ ନିଷ୍ପତ୍ତିରୁ ବାହାରି ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଏହାପରେ ଆଉ ଜଣେ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିବା ସୂଚନା ମିଳିଛି, ତେବେ କିଏ ସେହି ବିଧାୟକ? ତାହା ଉପରେ ସମସ୍ତଙ୍କର ନଜର ରହିଛି ।

Leave a Reply

Your email address will not be published. Required fields are marked *