ରାନିଲ ବିକ୍ରମାସିଂଘେ ହେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ(ଦ କୁଇଭର): ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଆଜି ଏକ ନୂତନ ରାଷ୍ଟ୍ରପତି ପାଇଛି । ତ୍ରିକୋଣୀୟ ମୁକାବିଲାରେ ବିଜୟୀ ହୋଇଛନ୍ତି ରାନିଲ ବିକ୍ରମାସିଂଘେ । ସେ ୧୩୪ ଭୋଟ ପାଇ ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ପଦବୀ ହାତେଇଛନ୍ତି । ବିକ୍ରମାସିଂଘେ ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ପରେ କାମଚଳା ରାଷ୍ଟ୍ରପତି ଥିଲେ। ଆଜି ସାଂସଦମାନେ ତାଙ୍କୁ ରାଷ୍ଟ୍ରପତି ରୂପରେ ନିର୍ବାଚିତ କରିଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିରୋଧୀଦଳ ନେତା ସାଜିଥ ପ୍ରେମଦାସ ପୂର୍ବରୁ ନିଜକୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଥିଲେ, କିନ୍ତୁ ଭୋଟର ଗୋଟିଏ ଦିନ ପୂର୍ବରୁ ସେ ପ୍ରତ୍ୟାହାର କରିଥିଲେ ।

ପୂର୍ବରୁ ୬ ଥର ଦେଶର ପ୍ରଧାନମମନ୍ତ୍ରୀ ହୋଇଛନ୍ତି ରାନିଲ ବିକ୍ରମାସିଂଘେ । ତେବେ ଏବେ ରାନିଲ ବିକ୍ରମସିଙ୍ଘେ ଗୋଟାବାୟାଙ୍କ କାର୍ୟ୍ୟକାଳ ସରିବା ଯାଏଁ ପଦରେ ରହିବେ । ଅର୍ଥାତ ନୂଆ ରାଷ୍ଟ୍ରପତିଙ୍କ କାର୍ୟ୍ୟକାଳ ନଭେମ୍ବର ୨୦୨୪ ଯାଏ ରହିବ। ଏହି ବିଜୟ ପରେ ଶ୍ରୀଲଙ୍କାର ନବନିଯୁକ୍ତ ରାଷ୍ଟ୍ରପତି ରାନିଲ କଲମ୍ବୋରେ ଶ୍ରୀଲଙ୍କା ସଂସଦକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ ଦେଶ ଅତ୍ୟନ୍ତ କଠିନ ପରିସ୍ଥିତିରେ ଅଛି, ଆମ ସମ୍ମୁଖରେ ଏକ ବଡ଼ ଚ୍ୟାଲେଞ୍ଜ ଅଛି ।

ସୂଚନାନୁଯାୟୀ, ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଶ୍ରୀଲଙ୍କା ସଂସଦରେ ସମସ୍ତ ସାଂସଦ ଉପସ୍ଥିତ ଥିଲେ। ଏହି କ୍ରମରେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ମଧ୍ୟ ଉପସ୍ଥିତ ଥିଲେ। ତେବେ ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ସଂସଦ ଭବନ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସଂସଦ ଭବନ ଭିତରକୁ ସାଂସଦମାନେ ମୋବାଇଲ୍ ଆଣିବାକୁ ବାରଣ କରାଯାଇଛି । ଦୀର୍ଘ ୪୪ ବର୍ଷ ପରେ ଶ୍ରୀଲଙ୍କାରେ ଆଜି ସିଧାସଳଖ ଭାବେ ରାଷ୍ଟ୍ରପତି ନିର୍ବାଚନ ହୋଇଛି ।

Leave a Reply

Your email address will not be published. Required fields are marked *