ୱାର୍କ ଫ୍ରମ୍ ହୋମ୍ ପାଇଁ ବାଣିଜ୍ୟ ବିଭାଗର ନୂଆ ନିୟମ: ଜାଣନ୍ତୁ କ’ଣ ?

ନୂଆଦିଲ୍ଲୀ (ଦ କୁଇଭର): ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ଘରୁ କାମ କରିବା ସହ ଜଡିତ କିଛି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରୀ ବିଶେଷ ଆର୍ଥିକ କ୍ଷେତ୍ରରେ ଘରୁ କାମ କରିବାର (ୱାର୍କ ଫ୍ରମ୍ ହୋମ୍) ନୂଆ ନିୟମ ୪୩(ଏ)- ୨୦୦୬ ଅନୁଯାୟୀ ଆର୍ଥିକ କ୍ଷେତ୍ରରେ ଘରୁ କାମ କରିବାର ଅନୁମତି (ୱାର୍କ ଫ୍ରମ୍ ହୋମ୍) ସର୍ବାଧିକ ଏକ ବର୍ଷ ପାଇଁ ରହିବ ଏବଂ ଏହା ମୋଟ ଶ୍ରମିକ ମାନଙ୍କର ୫୦ ପ୍ରତିଶତ ପର୍ୟ୍ୟନ୍ତ ଲାଗୁ କରାଯାଇ ପାରିବ।

ମନ୍ତ୍ରାଳୟ କହିଛି, ଶିଳ୍ପାନୁଷ୍ଠାନର ଚାହିଦାକୁ ଆଧାର କରି ବିଜ୍ଞପ୍ତି ଜାରି କରାଯାଇଛି। ସମସ୍ତ ବିଶେଷ ଆର୍ଥିକ କ୍ଷେତ୍ର ପାଇଁ ସମାନ ରୂପରେ ଡବ୍ଲ୍ୟୁଏଫ୍ଏଚ୍ ନୀତି ଲାଗୁ ପାଇଁ ଦାବୀ କରିଥିଲା। ନୂତନ ନିୟମ ଅନୁଯାୟୀ, ବିଶେଷ ଆର୍ଥିକ କ୍ଷେତ୍ର ୟୁନିଟରେ କାର୍ୟ୍ୟ କରୁଥିବା କେତେକ ବର୍ଗର କର୍ମଚାରୀଙ୍କୁ ଘରୁ କାମ କରିବାକୁ ଅନୁମତି ଦିଆଯିବ। ଏମାନଙ୍କ ମଧ୍ୟରେ ବିଶେଷ ଆର୍ଥିକ କ୍ଷେତ୍ରରେ କାର୍ୟ୍ୟରତ ସୂଚନା ପ୍ରାଦ୍ୟୋଗିକ ଏବଂ ତା’ସହିତ ଜଡ଼ିତ କର୍ମଚାରୀ ଅନ୍ତର୍ଭୁକ୍ତ ଅଟନ୍ତି। ଯେଉଁ କର୍ମଚାରୀ ମାନେ ସ୍ଥାୟୀ ଭାବରେ କାର୍ୟ୍ୟକୁ ଆସିବାକୁ ଅସମର୍ଥ, ସେମାନେ ମଧ୍ୟ ଏହାର ଅଧୀନରେ ଆସିବେ। ମନ୍ତ୍ରାଳୟ ଅନୁଯାୟୀ ଘରୁ କାମ କରିବାର ସୁବିଧା ମୋଟ କର୍ମଚାରୀ ମାନଙ୍କର ୫୦ ପ୍ରତିଶତ ପର୍ୟ୍ୟନ୍ତ କାର୍ୟ୍ୟକାରୀ ହୋଇପାରିବ।

ଏଥିରେ ଚୁକ୍ତିଭିତ୍ତିକ କର୍ମଚାରୀ ମଧ୍ୟ ଅନ୍ତର୍ଭୁକ୍ତ ଅଟନ୍ତି। ମନ୍ତ୍ରଣାଳୟ କହିଛି, ଘରୁ କାମ କରିବାର (ୱାର୍କ ଫ୍ରମ୍ ହୋମ୍) ବର୍ତ୍ତମାନ ସର୍ବାଧିକ ଏକ ବର୍ଷ ପାଇଁ ଅନୁମତି ଦିଆଯାଇଛି। ତଥାପି, ବିକାଶ କମିଶନଙ୍କ ଅନୁରୋଧ କ୍ରମେ ଏହାକୁ ଗୋଟେ ଥରକେ ଏକ ବର୍ଷ ପାଇଁ ବଢ଼ାଯାଇ ପାରେ। ସୂଚନାଯୋଗ୍ୟ ଯେ କୋଭିଡ୍- ୧୯ ମହାମାରୀ ସଂକ୍ରମଣ ପରଠାରୁ ଘରୁ କାମ କରିବାର (ୱାର୍କ ଫ୍ରମ୍ ହୋମ୍) ଚାହିଦା ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *