ଆଜି ଦେଶକୁ ମିଳିବେ ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ (ଦ କୁଇଭର): ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିବ । ଆଜି ଦେଶକୁ ମିଳିବ ନୂଆ ରାଷ୍ଟ୍ରପତି । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଯଶୋବନ୍ତ ସିହ୍ନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତ ହେଉଛି । ୧୮ ତାରିଖରେ ଭୋଟ ଗ୍ରହଣ ଶେଷ ହେବା ପରେ ଭୋଟ ବକ୍ସକୁ ସଂସଦ ଭବନରେ ରଖାଯାଇଛି । ତେବେ ଆଜି ଗଣତି ଓ ଫଳାଫଳ ଉପରେ ସମଗ୍ର ଦେଶର ନଜର ରହିଛି । ତେବେ ସଂଖ୍ୟା ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ । ତେଣୁ ବିଭିନ୍ନ ସ୍ଥାନରେ ଉତ୍ସବର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ଦେଶର ୧୫ତମ ରାଷ୍ଟ୍ରପତି ଭାବେ କିଏ ଆସନ ଅଳଙ୍କୃତ କରିବେ ସେ ନେଇ ଦେଶବ୍ୟାପୀ ଜୋର୍ଦାର୍ ଚର୍ଚ୍ଚା ଲାଗି ରହିଥିବା ବେଳେ ଭୋଟ୍ ଗଣତି ଚାଲିଛି ।

୨୪ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ୟ୍ୟକାଳ ଶେଷ ହେବାକୁ ଯାଉଛି । ୨୫ରେ ପରବର୍ତ୍ତୀ ତଥା ନୂତନ ରାଷ୍ଟ୍ରପତି ପଦ ଓ ଗୋପନୀୟତାର ଶପଥ ପାଠ ଗ୍ରହଣ କରିବେ । ଭୋଟ ଆକଳନ ଅନୁସାରେ ଦ୍ରୌପଦୀ ମୁର୍ମୁ ନିର୍ବାଚନରେ ବିଜୟୀ ହେବା ସହ ଦେଶର ପ୍ରଥମ ଆଦିବାସୀ ଓ ଦ୍ବିତୀୟ ମହିଳା ରାଷ୍ଟ୍ରପତି ଭାବେ ସର୍ବବୃହତ ଗଣତନ୍ତ୍ରର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିବାର ସମ୍ଭାବନା ମଧ୍ୟ ଅଧିକ ରହିଛି ।

କୋବିନ୍ଦଙ୍କ କାର୍ୟ୍ୟକାଳ ଜୁଲାଇ ୨୪ରେ ଶେଷ ହେବାକୁ ଥିବା ବେଳେ ନୂଆ ରାଷ୍ଟ୍ରପତି ଜୁଲାଇ ୨୫ରେ ଶପଥ ନେବେ। ଏହି ଖୁସିରେ ରାଇରଙ୍ଗପୁରରେ ଆରମ୍ଭ ହୋଇଗଲାଣି ଉତ୍ସବ ପାଳନ ପ୍ରସ୍ତୁତି ।

Leave a Reply

Your email address will not be published. Required fields are marked *