Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଡୋଲୋ ୬୫୦ ଏକମାତ୍ର ଭରଷା ନୁହେଁ

ନୂଆଦିଲ୍ଲୀ (ଦ କୁଇଭର): କରୋନା ସମୟରେ ସମସ୍ତଙ୍କ ପାଟିରେ ଥିଲା ଡୋଲୋ ୬୫୦ । କାରଣ ଡାକ୍ତରମାନେ ପ୍ରତି ପ୍ରେସକ୍ରିପସନରେ ପ୍ରଥମେ ଲେଖୁଥିଲେ ଏହି ମେଡିସିନ । ତାପମାତ୍ର ଓ ବିନ୍ଧା, ଛିଟିକା କମାଇବା ପାଇଁ ଏହା ଥିଲା ଡାକ୍ତରଙ୍କର ପ୍ରଥମ ପସନ୍ଦ । ଲୋମାନେ ବି ତାର ଅଭ୍ୟସ୍ତ ହୋଇଗଲେ । ସାମାନ୍ୟ ଟିକେ ଜ୍ୱର ହେଲେ ଡୋଲୋ ୬୫୦ ଖାଇଦେଉଥିଲେ । ଓ ପରାମର୍ଶ ବି ଦେଇଦିଅନ୍ତି । ହେଲେ ଡୋଲୋ ୬୫୦ର ହଠାତ୍ ଲୋକପ୍ରିୟତା ଓ ଡାକ୍ତାମାନେ ଏହାକୁ ଲେଖିବା ପଛରେ ଯେ ଗୋଟିଏ ବଡ଼ ଷଡ଼ଯନ୍ତ୍ର ଥିଲା ତାହା ଏବେ ବୁଝା ପଡ଼ୁଛି । ଏକଥା ନଜରକୁ ଆସିଥିଲା, ଯେତେବେଳେ ଆୟକର ବିଭାଗ ଡୋଲୋ ୬୫୦କୁ ତିଆରି କରୁଥିବା ମାଇକ୍ରୋ ଲ୍ୟାବ୍ସ ଲିମିଟେଡ ଉପରେ ଚଢାଉ ହୋଇଥିଲା ।

ଏହି ଚଡାଉ ସମୟରେ ଜଣାପଡ଼ିଥିଲା ଯେ, ଏହି କମ୍ପାନୀ ନିଜର ମେଡିସିନର ବିକ୍ରିକୁ ବଢାଇବା ପାଇଁ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କୁ ଉପହାର ଦେବାରେ ହଜାରେ କୋଟି ଖର୍ଚ୍ଚ କରିଛି । ଏଠାରେ ଆମେ ଅନ୍ୟ ମେଡିସିନ ଉପରେ ଟିକେ ନଜର ପକାଇବା, ଡାକ୍ତରମାନେ କାହିଁକି ନିର୍ଦ୍ଧିଷ୍ଟ ଭାବେ ଏହି ମେଡିସିନ ଲେଖନ୍ତି । ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଥାଏ । ସମସ୍ତେ ଭାବନ୍ତି, ଯେ ଡାକ୍ତରମାନେ ଏହା ଲେଖିବା ପଛରେ କିଛି ଲାଭବାନ ହୋଇଥାନ୍ତି । ବାସ୍ତବରେ ଡାକ୍ତାମାନେ ଏତେ ପରିମାଣରେ ଲାଭବାନ ହୁଅନ୍ତି ଯେ, ତାହା ଏହି କମ୍ପାନୀରୁ ଜଣାପଡ଼ୁଛି । ସରକାର ଯେଉଁଠି ଜେନେରିକ ମେଡିସିନ ଲେଖିବା ପାଇଁ ବାଧ୍ୟ କରୁଛନ୍ତି । ସେଠାରେ ଡାକ୍ତରମାନେ େଔଷଧ କମ୍ପାନୀ ପାଖରେ ମୁଣ୍ଡ ବିକିଦେଇ ଲୋକଙ୍କ ପକେଟ ଖାଲି କରିଦେଉଛନ୍ତି । ଖାଲି ପକେଟ୍ ଖାଲି କରୁନାହାନ୍ତି, ଲୋକଙ୍କୁ ବିପଦ ମୁହଁକୁ ବି ଠେଲିଦେଉଛନ୍ତି ।

ସିବିଡିଟିର ତଥ୍ୟ ଅନୁଯାୟୀ, ଡୋଲୋ ୬୫୦ ବନାଉଥିବା କମ୍ପାନୀ ମାଇକ୍ରୋ ଲ୍ୟାବ୍ସ ଲିମିଟେଡ ନିଜ ମେଡିସିନକୁ ଲୋକପ୍ରିୟ କରିବା ପାଇଁ ଭୁଲ୍ ପ୍ରକ୍ରିୟାକୁ ଆପଣାଇଥିଲା । ସିବିଡିଟି ଏହା ମଧ୍ୟ କହିଛି ଯେ, ଡୋଲୋ ବନାଉଥିବା କମ୍ପାନୀ ଗବେଷଣା ଓ ବିକାଶ କ୍ଷେତ୍ରରେ ଖର୍ଚ୍ଚ କରିଥିôବା ଟଙ୍କାର ଯେଉଁ ହିସାବ ଆୟକର ବିଭାଗକୁ ଦେଇଛି, ତାହା ବି ଭୁଲ ଥିଲା । କମ୍ପାନୀରେ ରେଡ ସମୟରେ ୧ କୋଟି ୨୦ ଲକ୍ଷ ସହ ୧ କୋଟି ୪୦ ଲକ୍ଷ ଟଙ୍କାର ସୁନା ଓ ହୀରା ମିଳିଥିଲା । କରୋନା ସମୟରେ ଡାକ୍ତରମାନଙ୍କୁ ବଡ଼ ବଡ଼ ଉପହାର ଦେଇ ନିଜର ମେଡିସିନ୍ କୁ ପ୍ରଚାର କରିବାରେ କମ୍ପାନୀ ୧ ହଜାର କୋଟି ଖର୍ଚ୍ଚ କରିଦେଇଛି ।

ତେବେ ପ୍ରଶ୍ନ ଉଠୁଛି । କାହିଁକି ଡାକ୍ତରମାନେ ଲେଖୁନାହାନ୍ତି ଜେନେରିକ ମେଡିସିନ୍? କାହିଁକି ସରକାର ଜେନେରିକ ମେଡିସିନ ଲେଖିବାକୁ ବାଧ୍ୟ କରୁନାହାନ୍ତି? କାହିଁକି ବ୍ରାଣ୍ଡେଡ ମେଡିସିନର ମୂଲ୍ୟ ଧାର୍ଯ୍ୟ କରାଯାଉନାହିଁ? ଯଦି ଜେନେରିକ ମେଡିସିନର ମୂଲ୍ୟ ୮ ଟଙ୍କା ରହୁଛି, ତେବେ ସେହି ମେଡିସିନର ମୂଲ୍ୟକୁ ଅଧିକ ଟଙ୍କାରେ ଅଧିକ କାହିଁକି ବିକୁଛନ୍ତି ଅନ୍ୟ କମ୍ପାନୀ? ଔଷଧ ସମାନ, ଔଷଧର ଉପାଦାନ ସମାନ, ଏତେ ତାରତମ୍ୟ କେମିତି? କମ୍ପାନୀ ମାନେ ଖାଲି ବ୍ରାଣ୍ଡ ଦେଖାଇ ଲୋକଙ୍କୁ ଲୁଟୁଛନ୍ତି । ସରକାର ଏହାକୁ ଦେଖି ଚୁପ୍ କାହିଁକି? ନା ସ୍ୱାସ୍ଥ୍ୟ ବିଭାଗର ଏହି ଠକେଇକୁ ସରକାର ଜାଣିଶୁଣି ଆଖି ବନ୍ଦ କରିଦେଉଛନ୍ତି । ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ।

Dolo 650 Tablet Explained | ଡୋଲୋ ୬୫୦ ଏକମାତ୍ର ଭରଷା ନୁହେଁ | THE Quiver

Exit mobile version