Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଏହି ଚୁକ୍ତିରେ ରାଜି ହେଲେ ଦୁଇ ଶତ୍ରୁ ଦେଶ ଋଷ-ୟୁକ୍ରେନ

ନୂଆଦିଲ୍ଲୀ (ଦ କୁଇଭର): ଏକ ଚୁକ୍ତି କରି ବର୍ତ୍ତମାନ ପର୍ୟ୍ୟନ୍ତ ସମଗ୍ର ବିଶ୍ୱରେ ଆସୁଥିବା ସଙ୍କଟକୁ ୟୁକ୍ରେନ ଏବଂ ଋଷ ଦୂର କରିଛନ୍ତି । ୫ମାସ ହେବ କ୍ରମାଗତ ଯୁଦ୍ଧ ଯୋଗୁ ଉଭୟ ଦେଶ ସମେତ ବିଶ୍ୱରେ ଆର୍ଥୀକ ମାନ୍ଦାବସ୍ତା ଲାଗି ରହିଛି । ୟୁନାଇଟେଡ ନେଶନର ମଧ୍ୟସ୍ଥତା ଯୋଗୁ ଶେଷରେ ଉଭୟ ଦେଶ ଗୋଟିଏ କଥାରେ ରାଜି ହୋଇଛନ୍ତି । ବ୍ଲାକ ସି ମଧ୍ୟ ଦେଇ ଖାଦ୍ୟ ସାମଗ୍ରୀ ଆମଦାନୀରେ କେହି କାହାର ଜାହାଜ ଅଟକାଇବେ ନାହିଁ । ତୁର୍କିର ଡୋଲମାବାଚେର ଏହି ବୁଝାମଣା ପତ୍ରରେ ଉଭୟ ଦେଶ ସ୍ୱାକ୍ଷର କରିଛନ୍ତି ।

ରୁଷର କଡା ପଦକ୍ଷେପ ଯୋଗୁ ୟୁକ୍ରେନ ଖାଦ୍ୟ ରପ୍ତାନୀ କରି ପାରୁ ନ ଥିବା ବେଳେ ୟୁରୋପ ଦେଶଗୁଡିକ ରୁଷ ଉପରେ କଟକଣା ଲଗାଇଥିଲେ । ଫଳରେ ବିଶ୍ୱରେ ଘୋର ଖାଦ୍ୟ ସଙ୍କଟ ଦେଖା ଦେଇଥିଲା । ଏହି ୨ ଦେଶ ମାଧ୍ୟମରେ ସାରା ବିଶ୍ୱରେ ୨୪ ପ୍ରତିଶତ ଗହମ ଅଭାବ ପୂରଣ ହୋଇଥାଏ । ଏହା ବ୍ୟତୀତ ୫୭ ପ୍ରତିଶତ ସୂର୍ୟ୍ୟମୂଖୀ ତେଲର ରପ୍ତାନୀ ମଧ୍ୟ ଏମାନେ କରିଥାନ୍ତି । ଏହି ବୁଝାମଣା ପରେ ଉଭୟ ଦେଶ ମଧ୍ୟରେ ଧିରେ ଧିରେ ଶାନ୍ତିର ବାର୍ତା ପାଇଁ ବାଟ ଫିଟିବ ବୋଲି ଆଶା କରାଯାଉଛି ।

ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଏବଂ ତୁର୍କୀ ପ୍ରତିରକ୍ଷା ମନ୍ତ୍ରୀ ହୁଲୁସି ଆକରଙ୍କ ସହ ଋଷର ପ୍ରତିରକ୍ଷା ମନ୍ତ୍ରୀ ସରୋଜ ଶୋଏଗୁ ଏବଂ ୟୁକ୍ରେନର ଭିତ୍ତିଭୂମି ମନ୍ତ୍ରୀ ଓଲେକ୍ସଚନ୍ଦ୍ର କୁବ୍ରାକୋଭ ଏହି ବିଷୟରେ ପୃଥକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଗୁଟେରସ୍ କହିଛନ୍ତି ଯେ ଏହା ଏକ ଶାନ୍ତିର ବାର୍ତା ପାଇଁ ବାଟ ଫିଟିବ ବୋଲି ଆଶାକରାଯାଉଛି । ଏହି ଚୁକ୍ତି ୟୁକ୍ରେନକୁ ୨୨ ନିୟୁତ ଟନ୍ ଶସ୍ୟ ଏବଂ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ ରପ୍ତାନି କରିବାକୁ ସକ୍ଷମ ହେବ । ଏହି ଶସ୍ୟ ଯୁଦ୍ଧ ହେତୁ କଳା ସାଗରର ବନ୍ଦରରେ ଅଟକି ରହିଛି ।

‘ବ୍ଲାକ୍ ସାଗର ଇନିସିଏଟିଭ୍’ ନାମକ ଏହି ଯୋଜନା ତିନିଟି କଳା ସାଗର ବନ୍ଦର (ଓଡେସା, ଚର୍ନୋମୋରସ୍କ ଏବଂ ୟୁଜ୍ନି) ରୁ ବହୁ ପରିମାଣର ବ୍ୟବସାୟିକ ଖାଦ୍ୟ ଶସ୍ୟ ରପ୍ତାନି ପାଇଁ ବାଟ ଖୋଲିବ ବୋଲି ଗୁଟେରସ୍ କହିଛନ୍ତି। ବିଶ୍ୱରେ ଖାଦ୍ୟ ମୂଲ୍ୟ ସ୍ଥିର କରିବାରେ ଏହା ସାହାଯ୍ୟ କରିବ ବୋଲି ଗୁଟେରସ୍ କହିଛନ୍ତି । ଗହମ, ମକା ଏବଂ ସୂର୍ୟ୍ୟମୁଖୀ ତେଲର ବୃହତ୍ତମ ରପ୍ତାନିକାରୀମାନଙ୍କ ମଧ୍ୟରୁ ୟୁକ୍ରେନ ଅନ୍ୟତମ ।

Exit mobile version