ପ୍ରତିଷ୍ଠା ହେବ ୧୨ ଟି ନୂଆ ଇସ୍ପାତ କାରଖାନା: ଜାଣନ୍ତୁ କେଉଁଠି କେଉଁଠି ?

ଭୁବନେଶ୍ୱର(ଦ କୁଇଭର): ରାଜ୍ୟରେ ହେବ ନୂଆ ଇସ୍ପାତ କାରଖାନା । ସେଥିପାଇଁ ନୂଆ ନୂଆ ଶିଳ୍ପାନୁଷ୍ଠାନ ଖୋଲିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରୟାସ । ରାଜ୍ୟରେ ୧୨ ଟି ନୂଆ ଇସ୍ପାତ କାରଖାନା ହେବ । ପ୍ରତିଷ୍ଠା ହେବାକୁ ଯାଉଥିବା ଇସ୍ପାତ କାରଖାନା ମଧ୍ୟରେ ସୁନ୍ଦରଗଡରେ ସର୍ବାଧିକ ୩ ଟି ରହିଥିବା ବେଳେ ଯାଜପୁରରେ ରହିଛି ୨ ଟି କାରଖାନା ପ୍ରତିଷ୍ଠା ହେବ। ସେହିପରି ଅନୁଗୁଳ, କେନ୍ଦ୍ରାପଡା, ଝାରସୁଗୁଡା, ଢେଙ୍କାନାଳ, କେନ୍ଦୁଝର, ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାରେ ଗୋଟିଏ ଲେଖାଏଁ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି।

ରାଜ୍ୟରେ ବର୍ତ୍ତମାନ ୫୧ ଟି ଇସ୍ପାତ କାରଖାନା ରହିଥିବା ବେଳେ ସେଗୁଡ଼ିକର ବାର୍ଷିକ ଉତ୍ପାଦନ ୩୩.୧୨ ରହିଛି। ଏ ନେଇ ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନ ରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଲିଖିତ ଉତ୍ତର ଦେଇଛନ୍ତି।

Leave a Reply

Your email address will not be published. Required fields are marked *