Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ନିଶାସକ୍ତ ସିନେ ତାରକା

(ଦ କୁଇଭର ବ୍ୟୁରୋ): ଆମ ସିନେ ତାରକା । ବଲିଉଡ ହୁଅନ୍ତୁ କି ଓଲିଉଡ । ସେମାନେ ଆଗରେ ଗୋଟେ ପଛରେ ଆଉ ଗୋଟେ । ଆଗରେ ସମାଜ ସୁଧାରକର ଭୂମିକା ନେଉଥିବା ବେଳେ ପଛରେ ସମାଜକୁ ଧ୍ୱଂସ କରିଦେଉଛନ୍ତି । ବେଶ୍ ସତ୍ ଚରିତ୍ର ଭୂମିକାରେ ଅଭିନୟ କରୁଛନ୍ତି । କିନ୍ତୁ ବାସ୍ତବ ଚରିତ୍ର ତାଙ୍କର ନିଶାଶକ୍ତ । ନିଶାରେ ମସଗୁଲ ହୋଇ ସେମାନେ ବାଣ୍ଟୁଛନ୍ତି ସଚେତନର ବାର୍ତ୍ତା । ଏହି ନିଶା ପାଇଁ ଚାଲିଯାଉଛି ଅନେକ ମୂଲ୍ୟବାନ ଜୀବନ । ତଥାପି ଚେତୁନାହାନ୍ତି ଏମାନେ । ରାଜରାସ୍ତାରେ ତାମସା କରୁଛନ୍ତି । ଏମାନେ ଚଳଚିତ୍ର କରି ସମାଜକୁ ଯେଉଁ ବାର୍ତ୍ତା ଦେଉଛନ୍ତି, ତାହାକୁ ଗ୍ରହଣ କରାଯିବା ଉଚିତ୍ କି ନାହିଁ । ତାହା ଏବେ ବଡ଼ ପ୍ରଶ୍ନ । ତେବେ ଆସନ୍ତୁ ଦେଖିବା ନିଶା କବଳରେ ପଡ଼ି କେଉଁ ସିନେ ତାରକାମାନେ କ’ଣ କ’ଣ କରିଛନ୍ତି ।

ସୁଶାନ୍ତ ସିଂ ରାଜପୁତ । ବଲିଉଡର ଜଣେ ପ୍ରଖ୍ୟାତ୍ ଅଭିନେତା । ନାମିଦାମୀ ପରିବାର କବ୍ଚାରେ ଥିବା ବଲିଉଡ ଜଗତରୁ ବାହାରି ଯଦି କେହି ଜଣେ ଦର୍ଶକଙ୍କୁ ଆକୃଷ୍ଟ କରିପାରିଛନ୍ତି, ସେ ହେଉଛନ୍ତି ସୁଶାନ୍ତ ସିଂ ରାଜପୁତ । ନିଜ ପରିଶ୍ରମ ଓ ଦକ୍ଷତା ବଳରେ ସେ ଦିନେ ବଳିଉଡ ଜଗତରେ ଆଗଧାଡ଼ିରେ ଥିଲେ । କିନ୍ତୁ ଶେଷରେ କ’ଣ ହେଲା, ନିଶା କବଳରେ ପଡ଼ି ଜୀବନ ହାରିଦେଲେ । ତାଙ୍କୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ନିଶା ଯୋଗାଉଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଆଉ ସେ କାଳେ ଟେଷ୍ଟ କରି କହିଥିଲେ ଯେ, ଭୁବନେଶ୍ୱର ଗଞ୍ଜେଇ ହେଉଛି ନମ୍ବର ୱାନ । ଅର୍ଥାତ୍ ବଲିଉଡର ଷ୍ଟାରମାନେ ଭୁବନେଶ୍ୱର ଗଞ୍ଜେଇ ନମ୍ବର ୱାନ ବୋଲି କହିଥିଲେ । ତା ପରେ ଏହି ନିଶା କବଳରେ ପଡ଼ିଛନ୍ତି ଓଲିଉଡର ସିନେଷ୍ଟାରମାନେ ।

ନିକଟରେ ଓଲିଉଡ ସିନେଷ୍ଟାର ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ବାବୁସାନ ନିଶା କବଳରେ ପଡ଼ିଥିବା ତାଙ୍କ ପରିବାର ଲୋକେ ସ୍ୱିକାର କରିଛନ୍ତି । ଆଉ ତାଙ୍କୁ ସେହି ଅଭିନେତ୍ରୀଜଣଙ୍କ ନିଶାରେ ଅଭ୍ୟସ୍ତ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର । ଯେଉଁଥିପାଇଁ ନିଜ ପରିବାରରେ ବାପା, ମା’, ସ୍ତ୍ରୀ ଓ ଛୋଟ ଛୁଆକୁ ଛାଡ଼ି ନିଶା କବଳରେ ପଡ଼ିଯାଇଛନ୍ତି । ସମସ୍ତେ ଏହି ହାଇଡ୍ରାମା ପଛରେ ପରକୀୟା ପ୍ରୀତି ଥିବା କହୁଥିବା ବେଳେ ଏହା ପଛରେ ଯେ ନିଶା ରହିଛି, ଏହାକୁ କେହି ଧ୍ୟାନ ଦେଉନାହାନ୍ତି । ଏଭଳି ଅନେକ କଳାକାର ନିଶା କବଳରେ ପଡ଼ି ନା ସିନେମାକୁ ଆପଣାଇପାରୁଛନ୍ତି ନା ନିଜ ପରିବାରକୁ । ଶେଷରେ ମୃତ୍ୟୁ କୁ ହିଁ ଏକମାତ୍ର ରାସ୍ତା ଭାବେ ଆପଣାଉଛନ୍ତି ।

Drugs Addicted Movie Star | ନିଶାଡ଼ି ସିନେ ତାରକା | THE Quiver

Exit mobile version