ଚୀନ-ପାକ୍ କୁ ଭାରତର ଚେତାବନୀ

ନୂଆଦିଲ୍ଲୀ (ଦ କୁଇଭର): ଚୀନ-ପାକ୍ ପୁଣି ଚଲାଇଛନ୍ତି ନୂଆ ରଣନୀତି । ଅର୍ଥନୈତିକ କରିଡର ପ୍ରକଳ୍ପ (China-Pakistan Economic Corridor Project) ପାଇଁ ଚାଲିଛି ଯୋଜନା । ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର ପ୍ରକଳ୍ପରେ ଅନ୍ୟ ଦେଶକୁ ଅନ୍ତର୍ଭୁକ୍ତ କରିବା ଅଭ୍ୟାସକୁ ଭାରତ ଦୃଢ ବିରୋଧ କରିଛି ଏବଂ କଡ଼ା ଚେତାବନୀ ଦେଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ବେଆଇନ ଭାବେ ଅଧିକୃତ ଭାରତୀୟ ଜମି (ପୋକ୍) ଉପରେ ଚୀନ୍-ପାକିସ୍ଥାନ ଅର୍ଥନୈତିକ କରିଡର ପ୍ରକଳ୍ପ ନିର୍ମାଣ କରାଯାଉଛି, ଯାହାକୁ ଗ୍ରହଣ କରାଯାଇପାରିବ ନାହିଁ ।

ବାଗଚି କହିଛନ୍ତି ଯେ ସିପିଇସି ପ୍ରକଳ୍ପ ବେଆଇନ ଅଟେ। “ଆମେ ସିପିଇସି ପ୍ରକଳ୍ପରେ ପ୍ରସ୍ତାବିତ ତୃତୀୟ ପକ୍ଷ ଅଂଶଧନକୁ ପ୍ରୋତ୍ସାହିତ କରୁଥିବା ରିପୋର୍ଟ ଦେଖିଛୁ। ଏହିପରି କୈଣସି କାର୍ୟ୍ୟ ଭାରତର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାର ପ୍ରତ୍ୟକ୍ଷ ଉଲ୍ଲଂଘନ ବୋଲି ଧରାଯିବ। ଭାରତ ଏହାକୁ ବେଆଇନ ଭାବେ ଗ୍ରହଣ କରିବ। ଏହିପରି କାର୍ୟ୍ୟକଳାପଗୁଡିକ ସ୍ୱତନ୍ତ୍ର ଭାବରେ ବେଆଇନ୍, ଅବୈଧ ଏବଂ ଗ୍ରହଣୀୟ ନୁହେଁ ।

ଶୁକ୍ରବାର ଦିନ ପାକିସ୍ତାନ ଏବଂ ଚୀନ୍ ସିପିଇସି ଉପରେ ମିଳିତ ୱାର୍କିଂ ଗୃପ ବୈଠକ ଡାକିଛନ୍ତି। ଏଥିରେ ପାକିସ୍ତାନ ଏବଂ ଚୀନ୍ ସିପିଇସି ପ୍ରକଳ୍ପରେ ଯୋଗଦେବାକୁ ଆଗ୍ରହୀ ତୃତୀୟ ଦେଶକୁ ସ୍ୱାଗତ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୩ ରେ ସିପିଇସି ପ୍ରକଳ୍ପ ଆରମ୍ଭ ହୋଇଥିଲା । ପାକିସ୍ତାନର ସଡ଼କ, ରେଳ ଏବଂ ଶକ୍ତି ଭିତ୍ତିଭୂମିରେ ଉନ୍ନତି ଆଣିବା ନାମରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା, ଯାହା ଚୀନର ଜିନଜିଆଙ୍ଗ ପ୍ରଦେଶକୁ ପାକିସ୍ତାନ ଗ୍ୱାଦର ବନ୍ଦର ସହିତ ସଂଯୋଗ କରେ। ଏହି ପ୍ରକଳ୍ପ ପାକିସ୍ତାନ ଅଧିକୃତ କାଶ୍ମୀର ଦେଇ ଯାଇଥାଏ, ତେଣୁ ଭାରତ ଏହାକୁ କେବେ ଅନୁମୋଦନ କରିନଥିଲା। ବର୍ତ୍ତମାନ ଏହି ପ୍ରକଳ୍ପକୁ ଆଫଗାନିସ୍ତାନକୁ ବିସ୍ତାର କରିବାରକୁ ବିଚାର କରାଯାଉଛି। ଏ ଦିଗରେ ପାକିସ୍ତାନ ଏବଂ ଚୀନ୍ ରଣନୀତି ପ୍ରସ୍ତୁତ କରିଛନ୍ତି।

Leave a Reply

Your email address will not be published. Required fields are marked *