ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ୱର (ଦ କୁଇଭର): ଚଳିତବର୍ଷର ଓଜେଇଇ ରେଜଲ୍ଟ ଆଜି ପ୍ରକାଶ ପାଇଛି । ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି । ରେଜଲ୍ଟ ଘୋଷଣା କରିଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ । ଛାତ୍ରଛାତ୍ରୀମାନେ ଙ୍ଗଙ୍ଗଙ୍ଗ.କ୍ଟହରର.ଦ୍ଭସମ.ସଦ୍ଭୱେବସାଇଟକୁ ଯାଇ ନିଜ ରେଜଲ୍ଟ ଜାଣିପାରିବେ । ଚଳିତ ମାସ ୪ ତାରିଖରୁ ୮ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିଲା ପରୀକ୍ଷା । ତେବେ ପରୀକ୍ଷା ହେବାର ୧୯ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇଛି । ଚଳିତ ବର୍ଷ ୪୭,୭୨୯ ଜଣ ପରୀକ୍ଷାର୍ଥୀ କୃତକାର୍ୟ୍ୟ ହୋଇଛନ୍ତି । ୩୨ ଜଣ ପରୀକ୍ଷାର୍ଥୀ କୌଣସି ରାଙ୍କ ପାଇନାହାନ୍ତି । ସେପଟେ ଅଗଷ୍ଟ ୧୦ ରୁ ହେବ ଙଔଋଋ କାଉନସେଲିଂ ।

ସୂଚନାନୁସାରେ ପ୍ରକାଶିତ ପରୀକ୍ଷା ଫଳାଫଳ ଅନୁଯାୟୀ, ଏମବିଏରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଟପ୍ପର ହୋଇଥିବା ବେଳେ ଏମସିଏରେ ଇଶାନ୍ତ କୁମାର ନାୟକ ଓଡ଼ିଶା ଟପ୍ପର ହୋଇଛନ୍ତି । ସେହିଭଳି ବି. ଫାର୍ମାରେ ଅରୂପ କୁମାର ପଣ୍ଡା, ଏମ ଫାର୍ମାରେ ସଚିନ ନାୟକ, ଏମ ଟେକ ସିଭିଲ ଇଞ୍ଜିନିୟରିଂରେ ସଞ୍ଜୀବ ପ୍ରଧାନ, ଇଲେକଟ୍ରିକାଲ ଇଞ୍ଜିନିୟରିଂରେ ମିଥୁନ୍ ଅଧିକାରୀ, କମ୍ପ୍ୟୁଟର ଇଞ୍ଜିନିୟରିଂ ଓ ଆଇଟିରେ ଏସ୍. ସଞ୍ଜୀବ କୁମାର, ଇଲେକଟ୍ରୋନିକ୍ସରେ ପଙ୍କଜ କୁମାର, କେମିକାଲ ଇଞ୍ଜିନିୟରିଂରେ ହରିୟାଲି ବେହେରା, ବାୟୋ ଟେକ୍ନୋଲୋଜିରେ ଶୁଭଶ୍ରୀ ହୋତା ଓ ପ୍ଲାଷ୍ଟିକ ଇଞ୍ଜିନିୟରିଂରେ ଜ୍ୟୋତି ପ୍ରକାଶ ନାୟକ ଓଡ଼ିଶା ଟପ୍ପର ହୋଇଛନ୍ତି ।

Leave a Reply

Your email address will not be published. Required fields are marked *