ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ଭରପୁର ରହିଛି ସମ୍ପଦ । ଆୟ ବି ବଢୁଛି । ସବୁ କିଛି ଅଛି, ତଥାପି ଆମେ ଋଣି । ଆମ ସରକାର ଋଣ ପରେ ଋଣ କରିଚାଲିଛନ୍ତି । କଥାରେ ଅଛି, ଋଣ କରି ଘିଅ ଖାଇବା ଅର୍ଥ ସର୍ବନାଶ ଆଡ଼କୁ ଯିବା । ଯଦି ଓଡ଼ିଶାର ନବୀନ ସରକାରଙ୍କ କଥା ଦେଖିବା, ଏଠିବି ସ୍ଥିତି ସମାନ । ସେ ମନ୍ଦିରଭଙ୍ଗା ବିକାଶ ହେଉ ବା ଡାକ୍ତରଖାନା କୋଠା ତିଆରି ହେଉ, ବିକାଶର ବହୁ ଚିତ୍ର ଆଙ୍କୁଛନ୍ତି । ଯେତିକି ବିକାଶ ହେଉଛି, ତା ଠାରୁ ଅଧିକ ଋଣ କରୁଛନ୍ତି । ଋଣ କରି ଚକଚକ ହୋଇ ରହିବା ଅପାରଗତାର ପରିଚୟ । ଯଦି ଚାଣକ୍ୟଙ୍କ କଥା ଦେଖିବା ତେବେ, ଏଠି ଓଡ଼ିଶା ସରକାର ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶା ସରକାର ପୂରା ଅପାରଗ । ଓଡ଼ିଶା ସରକାର ଋଣ କରି ଅପାରଗତା ଦେଖାଉଛନ୍ତି ବୋଲି ଯେତେବେଳେ କଥା ଉଠିଲା ଉଠିଲା, ସେତେବେଳେ ସରକାର ତରବରିଆ ଭାବେ ସଫେଇ ଦେଉଛନ୍ତି ଯେ, ଆମେ କମ୍ ଋଣ କରୁଛୁ, ଆମଠୁ ବି ଅଧିକ ଋଣ ଅନ୍ୟ ରାଜ୍ୟ ଓ କେନ୍ଦ୍ର ସରକାର କରୁଛନ୍ତି । ନିଜକୁ ସବୁ ଚୋରଙ୍କ ଭିତରେ ସାନ ଚୋର ବୋଲି ଦର୍ଶାଉଛନ୍ତି ।

ଓଡ଼ିଶାରେ କଂଗ୍ରେସ ସରକାର ଅର୍ଥାତ୍ ଜାନକୀ ବଲ୍ଲଭ ସରକାର ସମୟରେ ମଧ୍ୟ ଋଣ କରିଥିଲେ । ସେତେବେଳେ ସରକାରୀ କର୍ମଚାରୀ ମାନେ ଦରମା ପାଉନଥିଲେ । ସିଏ ଚେଷ୍ଟା କରୁଥିଲେ, ଋଣ କିପରି କମ୍ ହେଉ । ପରିସ୍ଥିତି ସହ ଖାପଖୁଆଇ ଚାଲିବା ସହ ଚେଷ୍ଟା କରୁଥିଲେ । ସେତେବେଳେ ଖଣି ଖାଦାନ ଲୁଟ୍ ହେଉଥିଲା । ରାଜସ୍ୱ ଆସୁନଥିଲା । ଏବେ ନବୀନ ସରକାର ବହୁ ଭଲ କାମ କରୁଛନ୍ତି । ଖଣିଜ ସମ୍ପଦରୁ ବହୁ ଟିକସ ଆଦାୟ କରୁଛନ୍ତି । ଖାଲି ଟିକସ ନୁହେଁ ଚାଷ, ଖଣି ଖାଦାନ ଭଳି ପ୍ରତ୍ୟେକ ଯାଗାରୁ ନବୀନ ସରକାର ତାଙ୍କର ଆୟ ବଢାଇଛନ୍ତି । ଏଥିରେ ଦେଖାଉଛନ୍ତି, ଆମେ ବିକାଶ କରୁଛୁ । ବିକାଶ ଭିତରେ ଏବେ ରାସ୍ତା କିଛି କିଛି ତିଆରି କରିଛନ୍ତି । ଯେଉଁଥିରେ କେନ୍ଦ୍ରର ଅନୁଦାନ ବହୁତ ରହିଛି । ଏବେ ବିକାଶ ବୋଲି ମନ୍ଦିର ଭଙ୍ଗାକୁ ଚଲାଇଛନ୍ତି । ଆଉ ସ୍କୁଲ ଘରକୁ ବିକାଶ କରିପାରିଲେନି ଯେ, ବରିଷ୍ଠ ଅଧିକାରୀ ମାନଙ୍କୁ ଲଗାଇ ସ୍ପନସରସିପ୍ ନେଇଗଲେ । ବିକାଶର ଯୋଜନା ପୂରା ଗଦା କରିାଦଇଛନ୍ତି । ଯୋଜନା ବାବଦରେ ଅର୍ଥ ବି ବିନିଯୋଗ କରୁଛନ୍ତି । କିନ୍ତୁ ବିକାଶ ଏବେ କେଉଁଠି, ତାହା ଖୋଜିବା ମୁସ୍କିଲ । ୨୨ ବର୍ଷ ଭିତରେ ବିପିଏଲ ସଂଖ୍ୟା କେତେ କମିଛି, ତାର ଉତ୍ତର କେବଳ ସରକାର ହିଁ ଜାଣିଛନ୍ତି । ଯଦି ବିକାଶ ହୋଇଛି, ତେବେ ବିପିଏଲ କମୁନାହାନ୍ତି କାହିଁକି? ଯଦି ବିକାଶ ହୋଇଛି, ଉତ୍ତମ ମାନବସମ୍ବଳ ମିଳୁନି କାହିଁକି? ଯଦି ବିକାଶ ହୋଇଛି, ଶିଳ୍ପ ପ୍ରତିଷ୍ଠା ହୋଇନି କାହିଁକି? ଯଦି ବିକାଶ ହୋଇଛି, ବେକାରୀ ସମସ୍ୟା କମିନି କାହିଁକି? ଏହା ହେଉଛି ଭିନ୍ନ ପ୍ରଶ୍ନ ।

ଏବେ ଦେଖିବା ବିକାଶ କଥା କହି ସରକାର କରିପକାଇଛନ୍ତି ଋଣ । ୨୦୨୧-୨୨ ବଜେଟରେ ଲକ୍ଷେ ୧୯ ହଜାର କୋଟି ଟଙ୍କା ସରକାର ଋଣ କରିସାରିଛନ୍ତି । ଋଣ ବଢାଇ ଦେଇ ସରକାର କୌଣସି ଚମ୍ପିଆନ କାମ କରିନାହାନ୍ତି । ସରକାର ଏହାକୁ ମାନିଯିବା କଥା ଯେ, ହଁ ଆମେ ଅପାରଗ , ପର୍ଯ୍ୟାପ୍ତ ପରିମାଣର ଆୟ ସତ୍ତେ୍ୱ ମଧ୍ୟ ଆମେ ଋଣ କରୁଛୁ । ଆମ ରାଜ୍ୟ ତୁଳନାରେ ଅନ୍ୟ ରାଜ୍ୟ ଓ କେନ୍ଦ୍ର ସରକାର ଅଧିକ ଋଣ କରୁଥିବା ଦର୍ଶାଉଛନ୍ତି । ସରକାର କେମିତି ଋଣ ବୋଝ କମିବ, ତାର ଯୋଜନା କିଛି କରୁନାହାନ୍ତି । ବରଂ ଋଣ ବଢାଇ ଚାଲିଛନ୍ତି ।

Leave a Reply

Your email address will not be published. Required fields are marked *