ପାର୍ଥ ଚାଟାର୍ଜୀଙ୍କ କଳାଧନ ଲିଙ୍କରେ ୩ ପୁରୁଖା ସେବାୟତ

ପୁରୀ (ଦ କୁଇଭର): ପାର୍ଥ ଚାଟାର୍ଜୀଙ୍କ କଳା ଫର୍ଦ୍ଦ ଗୋଟିଏ ପରେ ଗୋଟିଏ ଖୋଲିବାରେ ଲାଗିଛି । ତାଙ୍କ ଦୁର୍ନିତିର ଚେର କେବଳ ପଶ୍ଚିମବଙ୍ଗ ନୁହେଁ, ଓଡ଼ିଶାର ପୁରୀ ପର୍ଯ୍ୟନ୍ତ ଲମ୍ବିଛି । ପାର୍ଥ ଚାଟାର୍ଜୀଙ୍କ ପଇସା ଲାଗିଛି ଓଡ଼ିଶାରେ । ଆଉ ତାଙ୍କର ଲିଙ୍କ୍ କାଳେ ରହିଛି ପୁରୀରେ । ପୁରୀର ୩ ଜଣ ପୁରୁଖା ସେବାୟତଙ୍କ ସହ କାଳେ ତାଙ୍କର ଡିଲ୍ ହୋଇଛି । ତାଙ୍କ ପଇସା ରିଏଲ ଇଷ୍ଟେଟ ଓ ହୋଟେଲରେ ଲାଗିଛି । ଆଉ ଏଥିରେ ବଙ୍ଗାଳି ବ୍ୟବସାୟୀ ବି ମଧ୍ୟସ୍ତି ଅଛନ୍ତି । ଯଦି ଆମେ ଦେଖିବା ପୁରୀ ବଳିଆପଣ୍ଡାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜଣେ ସମ୍ପକୀୟଙ୍କ ହୋଟେଲ ରହିଛି । ତାହା କେତେଦୂର ବୈଧ ତାହା ତ ଭିନ୍ନ ପ୍ରସଙ୍ଗ । କିନ୍ତୁ ପୁରୀ ସାଙ୍ଗରେ ପଶ୍ଚିମବଙ୍ଗର ଲିଙ୍କ୍ ବହୁତ । ବିଶେଷକରି ତୃଣମୂଳ କଂଗ୍ରେସର ସରକାର ମମତା ବାନାର୍ଜୀ ଏବଂ ତାଙ୍କର ନିକଟତା ନେତାମାନଙ୍କ ସହ ପୁରୁଖା ସେବାୟତଙ୍କ ବେଶ୍ ଲିଙ୍କ ରହିଛି । ସେବାୟତମାନେ ଅନେକ ସମୟରେ ସେଠାକୁ ଯାଇ ପୂଜାର୍ଚ୍ଚନା କରିବା ସହ ଜଗନ୍ନାଥ ପ୍ରସାଦ ବାଣ୍ଟୁଛନ୍ତି ।

ଏଥିପାଇଁ ସେମାନେ ଅତି ନିକଟତର ହୋଇପାରିଛନ୍ତି । ମମତା ବାନାର୍ଜୀଙ୍କ ପରିବହନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପୁରୀ ସାଙ୍ଗରେ ବେଶ୍ ଉତ୍ତମ ସମ୍ପର୍କ ରହିଛି । ପୁରୀର ହୋଟେଲ ଇଣ୍ଡଷ୍ଟ୍ରି ବର୍ତ୍ତମାନ ପିକରେ ଅଛି । ଧିରେ ଧିରେ ବିକାଶ ହେଉଛି । ପୁରୀରେ ପର୍ଯ୍ୟଟକମାନଙ୍କର ଯାତାୟତ ବି ବଢୁଛି । ଆଉ ରିୟଲ ଇଷ୍ଟେଟ ବି ଭଲ ଚାଲିଛି । ଆଉ ଏହି ୩ ଜଣ ପୁରୁଖା ସେବାୟତ, ଯାହାଙ୍କର ବଳିଆପଣ୍ଡାରେ ଏକର ଏକର ସମ୍ପତ୍ତି ରହିଛି । ତାହା ବୈଧ ହେଉ କି ଅବୈଧ । ସେମାନେ ବଡ଼ ବଡ଼ ବିଲ୍ଡିଂ ନିର୍ମାଣ କରୁଛନ୍ତି । ବହୁ ବଡ଼ ବଡ଼ ଆପାର୍ଟମେଣ୍ଟ ଓ ହୋଟେଲ ଆଦି ସେଠାରେ ରହିଛି । ଯେଉଁଥିରୁ ୩ ଜଣ ସେବାୟତଙ୍କ ଯୋଗାଯୋଗରେ ରହିଥିଲେ ପାର୍ଥ ଚାଟାର୍ଜୀ । ଆଉ ଏହି ୩ ଜଣଙ୍କ ତାଲିକା ଇଡି ପାଖରେ ଅଛି । ସେମାନଙ୍କ ପାଖରେ କେତେ ବେଆଇନ ସମ୍ପତି ଅଛି, ତାକୁ ବି ଇଡ଼ି ସ୍କାନରରେ ରଖିଛି । ପଶ୍ଚିମବଙ୍ଗରେ ଖୋଳତାଡ ଏବେ ଚାଲିଛି । ଏଯାବତ୍ ୪୫ କୋଟି ନଗଦ ଟଙ୍କା ଓ ସୁନା ମିଳିଲାଣି । ଆଉ ଏହାର ଚେର ପୁରୀ ପର୍ଯ୍ୟନ୍ତ ଲମ୍ବିଥିବାରୁ ପୁରୀରେ ବି ଚଢାଉ କରିପାରେ ଇଡି । କିନ୍ତୁ ପୁରୀ ଚଢାଉକୁ ଗ୍ୟାରେଣ୍ଟି ଦିଆଯାଇପାରୁନାହିଁ । କାରଣ ଓଡ଼ିଶାରେ ବର୍ତ୍ତମା ବିଜେଡି ସହ ନ ବିଜେପିର ଯେଉଁ ସମ୍ପର୍କ ଅଛି, ତାହାକୁ ଦେଖିଲେ ଇଡି ଓଡ଼ିଶାରେ ପସିବ କି ନାହିଁ, ତାହା ଏବେ ପ୍ରଶ୍ନବାଚୀ ।

ଅନ୍ୟପଟେ ପଶ୍ଚିମବଙ୍ଗ ସହିତ ଯେହେତୁ ପୁରୀର ଲିଙ୍କ୍ ରହିଛି, ତେଣୁ ପୁରୀରେ ମଧ୍ୟ ଇଡି ଚଢଉ କରିବା କଥା । କିନ୍ତୁ କାହିଁକି କରିନି, ତାହା ଏବେ ଏକ ବଡ଼ ପ୍ରସଙ୍ଗ । ଘଟଣା ଯାହା ବି ହେଉ, ଏବେ ସେ ସେବାୟତ ମାନେ ତଦନ୍ତକାରୀ ସଂସ୍ଥାର ସ୍କାନରରେ ରହିଛନ୍ତି । ଦେଖାଯାଉ କେବେ ସେମାନେ ତଦନ୍ତ ପରିସର ଭୁକ୍ତ ହେଉଛନ୍ତି । ତାହାକୁ ହି ଅପେକ୍ଷା ।

Leave a Reply

Your email address will not be published. Required fields are marked *