ବାଇଡେନଙ୍କୁ ଚୀନର ଖୋଲା ଚେତାବନୀ

ନୂଆଦିଲ୍ଲୀ (ଦ କୁଇଭର): ତାଇୱାନକୁ ନେଇ ଆମେରିକା ଏବଂ ଚୀନ ମଧ୍ୟରେ ବିବାଦ ଜାରି ରହିଛି। ଏହାରି ଭିତରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନରେ କଥା ହୋଇଛନ୍ତି । ଜିନପିଙ୍ଗ ଗୁରୁବାର ପଞ୍ଚମ ଥର ପାଇଁ ବାଇଡେନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ଏହି ସମୟରେ ସେମାନେ ଅର୍ଥନୀତିକ ଏବଂ ରାଜନୀତିକ ପ୍ରସଙ୍ଗରେ ଆଲୋଚନା କରିଥିବା ସୂଚନା ରହିଛି ।

ନେନ୍ସିଙ୍କ ଯାତ୍ରା ତାଇୱାନ ପ୍ରସଙ୍ଗକୁ ଉସକାଉଥିବା ଅଭିଯୋଗ କରିଛି ଚୀନ୍ । ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଖୋଲାଖୋଲି ଚେତାବନୀ ଦେଇଛି । ନିଆଁ ସହିତ ଖେଳିବାରେ ଭୁଲ କର ନାହିଁ ‘ନିଆଁରେ ଖେଳିଲେ ନିଜେ ହିଁ ଜଳିଯିବ’ ବୋଲି ବାଇଡେନଙ୍କୁ କହିଛନ୍ତି ଜିନପିଙ୍ଗ । ଗୁରୁବାର ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ପାଖାପାଖି ୨ ଘଣ୍ଟା କାଳ ଆଲୋଚନା ମଧ୍ୟରେ ଏପରି ଚେତାବନୀ ଦେଇଛନ୍ତି ଜିନପିଙ୍ଗ । ତେବେ ଏ ବାବଦରେ ଜିନପିଙ୍ଗ କୌଣସି ଆଲୋଚନା କରିବାକୁ ଚାହୁଁନଥିବାବେଳେ ବାଇଡେନଙ୍କ ଅନୁରୋଧ କ୍ରମେ ଏହି ବାର୍ତ୍ତାଳାପ ହୋଇଥିବା ଜଣାପଡିଛି ।

ହ୍ୱାଇଟ ହାଉସ ଏପର୍ୟ୍ୟନ୍ତ ନେନ୍ସିଙ୍କ ଗସ୍ତ ନେଇ ସବିଶେଷ ତଥ୍ୟ ପ୍ରକାଶ କରିନାହିଁ। ଏହାପୂର୍ବରୁ ବୁଧବାର ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ୍ ତାଇୱାନକୁ ପେଲୋସିଙ୍କ ପ୍ରସ୍ତାବିତ ଗସ୍ତ ବିଷୟରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆମେରିକା ନିଜ ପଥ ଅନୁସରଣ କରିବାକୁ ଜିଦ୍ ଧରିଥାଏ ଏବଂ ଚୀନ୍ର ମୂଳ ପ୍ରସଙ୍ଗକୁ ଚ୍ୟାଲେଞ୍ଜ କରେ ତେବେ ନିଶ୍ଚିତ ଭାବେ ଏହାର ଦୃଢ ଜବାବ ମିଳିବ। ଏଥିପାଇଁ ଆମେରିକା ଦାୟୀ ରହିବ।

ଯଦି ନାନସି ତାଇୱାନ ଗସ୍ତରେ ଆସିବେ ତେବେ ୧୯୯୭ ପରଠାରୁ ଦ୍ୱୀପପୁଞ୍ଜରେ ଆମେରିକାର ଜଣେ ବରିଷ୍ଠ ନିର୍ବାଚିତ ପ୍ରତିନିଧିଙ୍କ ଏହା ପ୍ରଥମ ଗସ୍ତ ହେବ। ରାଷ୍ଟ୍ରପତି ଜୋ ବାଇଡେନ ଗତ ସପ୍ତାହରେ ଗଣମାଧ୍ୟମକୁ କହିଥିଲେ ଯେ ଆମେରିକାର ସାମରିକ ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ ସଂସଦର ନିମ୍ନ ଗୃହର ବାଚସ୍ପତି ବର୍ତ୍ତମାନ ତାଇୱାନ ଯାତ୍ରା କରିବା ଭଲ ନୁହେଁ।

Leave a Reply

Your email address will not be published. Required fields are marked *