ଆମ ହାତରେ ହିଁ ଆମ ଜାତୀୟ ପଶୁର ସୁରକ୍ଷା

ନୂଆଦିଲ୍ଲୀ (ଦ କୁଇଭର): ଆଜି ହେଉଛି ବିଶ୍ୱ ବ୍ୟାଘ୍ର ଦିବସ । ଜୁଲାଇ ୨୯ରେ ସାରା ବିଶ୍ବରେ ବିଶ୍ବ ବ୍ୟାଘ୍ର ଦିବସ ରୂପେ ପାଳନ କରାଯାଏ । ବାଘ ସଂଖ୍ୟା ହ୍ରାସ ପାଉଛି ଏବଂ ସେମାନଙ୍କୁ ବିଲୁପ୍ତ ହେବାରୁ ରକ୍ଷା କରିବାକୁ ଉଦ୍ୟମ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।
ହେଲେ କେଉଁଠି ନା କେଉଁଠି ସଚେତନ ଅଭାବରୁ ବାଘ ବଂଶ ବିଲୁପ୍ତ ହେବବାକୁ ବସିଛି । ଜଙ୍ଗଲ ପାଖ ଗାଁରେ ରାତି ହେଲେ ବାଘ ରଡିରେ ତାଟି ପଡୁଥିଲା । ହେଲେ ଏବେ ଆଉ ଶୁଭୁନାହିଁ ବାଘର ହେଣ୍ଟାଳ । ସଙ୍କଟରେ ବାଘ ବଂଶ ।

ବାଘ ହେଉଛି ଶକ୍ତିଶାଳୀର ପ୍ରତୀକ । ଜାତୀୟ ପଶୁ ବାଘକୁ ନେଇ ଲୋକକଥାରେ ଅନେକ କାହାଣୀ ରହିଛି । ଓଡିଆ ଲୋକକଥାରେ ବାଘକୁ ମାମୁଁ ସମ୍ବୋଧନ କରାଯାଏ । ଧୀରେ ଧୀରେ ବାଘ ସଂଖ୍ୟା କମିବାରେ ଲାଗିଛି । ଜଙ୍ଗଲ ହ୍ରାସ ଓ ଲୋକଙ୍କ ଦ୍ୱାରା ବାଘ ଶିକାର ଏହାର ପ୍ରମୁଖ କାରଣ ପାଲଟିଛି । ଆମ ହାତରେ ହିଁ ଏମାନଙ୍କ ସୁରକ୍ଷା ଅଛି । ସଚେତନତା ହିଁ ଏ ସଙ୍କଟରୁ ମୁକୁଳାଇ ପାରିବ । ବାଘଙ୍କ ପ୍ରତି ବିପଦ ଟଳିବ । ବାଘଙ୍କ ପ୍ରାକୃତିକ ବାସସ୍ଥାନର ସଂରକ୍ଷଣ ଓ ସଶକ୍ତୀକରଣ ନିମନ୍ତେ ଅତ୍ୟାଧୁନିକ ପଦ୍ଧତି ବିକାଶ ଦିଗରେ ଗୁରୁତ୍ୱ ଦିଆଯାଏ । ୧୦୦ ବର୍ଷ ପୂର୍ବରୁ ଏସିଆରେ ୧ ଲକ୍ଷ ବାଘଙ୍କ ବାସସ୍ଥଳୀ ଥିଲା । ଏବେ ୪ ହଜାର କମ୍ ବାଘ ଅଛନ୍ତି । ବିଶ୍ୱ ବନ୍ୟାପ୍ରାଣୀ ପାଣ୍ଠି ଅନୁଯାୟୀ, ଗତ ୧୫୦ ବର୍ଷ ମଧ୍ୟରେ ବାଘର ଜନସଂଖ୍ୟାର ପ୍ରାୟ ୯୫ ପ୍ରତିଶତ ହ୍ରାସ ପାଇଛି । ତେଣୁ ଏହି ଦିନଟି ସେମାନଙ୍କ ସୁରକ୍ଷା ପାଇଁ ଉପଯୁକ୍ତ । ପଦକ୍ଷେପ ନେବାକୁ ସମସ୍ତଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ପାଳନ କରାଯାଏ ।

ଚଳିତ ବର୍ଷ ଏହି ଦିବସରେ ବିଷୟବସ୍ତୁ ରହିଛି ଭାରତ ବ୍ୟାଘ୍ର ସଂଖ୍ୟା ପୁନର୍ଜୀବିତ କରିବା ପାଇଁ ପ୍ରୋଜେକ୍ଟ ଟାଇଗର ଲଞ୍ଚ କରିଛି । ୨୦୧୦ ମସିହାରେ ଋଷର ସେଣ୍ଟ ପିଟର୍ସବର୍ଗ ଠାରେ ଆୟୋଜିତ ବ୍ୟାଘ୍ର ସମ୍ମିଳନୀରେ ଏହି ଦିବସ ପାଳନ ନିମନ୍ତେ ଘୋଷଣା ହୋଇଥିଲା । ୨୦୨୨ସୁଦ୍ଧା ବାଘ ସଂଖ୍ୟା ବୃଦ୍ଧି ପାଇଁ ୧୩ ଦେଶ ପ୍ରତିଶୃତି ପତ୍ରରେ ସ୍ବାକ୍ଷର କରିଥିଲେ ।

ସୂଚନାନୁସାରେ ସରକାର କହିଛନ୍ତି ଯେ ଭାରତରେ ଗତ ତିନିବର୍ଷ ମଧ୍ୟରେ ଶିକାର, ପ୍ରାକୃତିକ ଏବଂ ଅପ୍ରାକୃତିକ କାରଣରୁ ୩୨୯ ବାଘଙ୍କର ମୃତ୍ୟୁ ଘଟିଛି। ୨୦୧୯ ରେ ୯୬ ଟି ବାଘ, ୨୦୨୦ ରେ ୧୦୬ ଏବଂ ୨୦୨୧ ରେ ୧୨୭ ଜଣଙ୍କର ମୃତ୍ୟୁ ଘଟିଛି। ତେଣୁ ଆମ ହାତରେ ହିଁ ରହିଛି ଆମ ଜାତୀୟ ପଶୁର ସୁରକ୍ଷା ।

Leave a Reply

Your email address will not be published. Required fields are marked *