ଇଡି ଟାର୍ଗେଟରେ ବିଜେଡି ନେତା

କଟକ (ଦ କୁଇଭର): ଯାହା କଳ୍ପନା କରାଯାଉଥିଲା ତାହା ହିଁ ହେଲା । ଶେଷରେ ଓଡ଼ିଶାରେ ପଶିଲା ଇଡି । ବହୁଦିନରୁ ଓଡ଼ିଶାରେ ବିଜେଡିକୁ ଘାଣ୍ଟିବା ପାଇଁ କେନ୍ଦ୍ର ଚାହିଁ ବସିଥିଲା । କିନ୍ତୁ ବାଟ ଓଗାଳୁଥିଲା ରାଷ୍ଟ୍ରପତି ନିର୍ବାଚନ । ରାଷ୍ଟ୍ରପତି ନିର୍ବାଚନ ସରିଗଲା । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେଡି ତାର ସମର୍ଥନ ଘୋଷଣା କରିଦେଲା । ଆଉ ଏବେ କିଛି ନାହିଁ । ଓଡ଼ିଶାରେ ଇଡି ତାର ଚଢାଉ କରିବ ବୋଲି ଯାହା ଆଶା କରାଯାଉଥିଲା, ତାହା ହିଁ ହେଲା । ଏବେ ଇଡି ଓଡ଼ିଶାରେ ପଶି ଚଢଉ ଆରମ୍ଭ କରିଛି । ତାହା ପୁଣି ବିଜେଡି ନେତାଙ୍କ ଉପରେ । କଟକ-ଚୌଦ୍ୱାର ବିଧାୟକଙ୍କ ବାପା ତଥା ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିଛି ଇଡି । ମନିଲଣ୍ଡରିଂ ନିୟମ ଅନୁସାରେ ଏହି ପଦକ୍ଷେପ ନେଇଛି । ପ୍ରାୟ ୩.୯୨ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି ଇଡି ।

ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡିର ବିପୁଳ ସମର୍ଥନ ପରେ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଆଗୁଆ ସମର୍ଥନ ଘୋଷଣା କରିଦେଲା ବିଜେଡି । ବିଜେଡି ଭାବିଥିଲା ଇଡି, ସିବିଆଇ ଓଡ଼ିଶାରେ ପଶିବାର ଚାନ୍ସ୍ ବହୁତ କମ୍ । ସବୁ ଠିକ୍ ଠାକ୍ ଚାଲିଥିଲା । ବିଜେଡି-ବିଜେପି ଗଣିତ ଠିକ୍ ଥିଲା । କିନ୍ତୁ କିଛିଦିନ ତଳେ ଓଡ଼ିଶା ବିଜେପି ଘୋଷଣା କଲା ୮ରେ ଓଡ଼ିଶା ଆସିବେ ବିଜେପିର ଚାଣକ୍ୟ । ଆଉ ଏହାସହ ସେଥିରେ ଲେଖାଥିଲା, ଏଥର ଖେଳ ହେବ । ଅମିତ ଶାହାଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପିର ଅଭିମୁଖ୍ୟ ଏମିତି ଥିବା ବେଳେ ହଠାତ୍ ଆଜି ଇଡି ଓଡ଼ିଶା ଭିତରେ ପଶିଛି । ଯେଉଁ ଚିଟଫଣ୍ଡ ମାମଲା ଲୁଚିଯାଇଥିଲା, ସେହି ଚିଟଫଣ୍ଡ ମାମଲାର ଅଭିଯୁକ୍ତଙ୍କ ସମ୍ପତ୍ତି ଆଟାଚ୍ କରିଛି । ଯେଉଁଥିରେ ଅଛନ୍ତି ବର୍ତ୍ତମାନ କଟକ-ଚୌଦ୍ୱାର ବିଧାୟକଙ୍କ ବାପା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ । ତେବେ ରାଷ୍ଟ୍ରପତି ନିର୍ବାଚନ ସରୁ ସରୁ ହଠାତ୍ ଓଡ଼ିଶାରେ ଇଡି ପଶିବା ଏବଂ ବିଜେପିର ଏହି ଆଭିମୁଖ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଯଦି ବିଜେପିର ଏହି କଥା ସତ ହୁଏ, ତାହେଲେ ଇଡି ଖୁବଶିଘ୍ର ବିଜେଡିର ବହୁ ବଡ଼ ବଡ଼ ନେତାଙ୍କ ତଣ୍ଟି ଧରିପାରେ । ତା ପଛକୁ ଆସିବ ସିବିଆଇ । ଏମିତିରେ ବି ଇଡି ପଶ୍ଚିମବଙ୍ଗ ପାର୍ଥ ଚାଟାର୍ଜୀଙ୍କ କଳାଧନ ଓ ଅର୍ପିତା ମୁଖାର୍ଜୀଙ୍କ ଲିଙ୍କ୍ ଓଡ଼ିଶାର ଜଣେ ଖଣିମାଲିକଙ୍କ ସହ ରହିଛି । ତାଙ୍କ ମାଧ୍ୟମରେ କଳାଧନ କାରବାର ହେଉଥିଲା ବୋଲି ଖବର ପାଇଛି । ଆଉ ପୁରୀରେ ୩ ଜଣ ସେବାୟତଙ୍କ ଲିଙ୍କ୍ ଥିଲା । ଆଉ ୩ ଜଣ ଏବେ ସେଥିରେ ଜୋଡି ହୋଇଛନ୍ତି । ଅର୍ଥାତ୍ ପୁରୀର ମୋଟ୍ ୬ ଜଣଙ୍କ ସହ ପଶ୍ଚିମବଙ୍ଗର କଳାଧନ ଲିଙ୍କ୍ ରହିଛି । ଯେଉଁମାନେ ଇଡି ସ୍କାନରରେ ରହିଛନ୍ତି । ତେଣୁ ଇଡି ବର୍ତ୍ତମାନ କେଉଁଆଡୁ ଆକ୍ରମଣ କରିବ । ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ବିଜେଡି ଜାଣିସାରିଲାଣି ସେ, ସେ ଆଉ ସୁରକ୍ଷିତ ନୁହେଁ । କୌଣସି ମୁହୂର୍ତ୍ତରେ ଇଡି, ସିବିଆଇ ସାରା ଓଡ଼ିଶାକୁ ଘାଣ୍ଟି ଦେଇପାରେ । ତେଣୁ ଇଡି ଓ ସିବିଆଇ କେତେଦୂର ଓଡ଼ିଶାରେ ଆକ୍ରମଣ କରୁଛନ୍ତି ଓ ବିଜେପିର ଆଭିମୁଖ୍ୟ କ’ଣ ରହୁଛି, ତାହା ଅଗଷ୍ଟ ୮ରେ ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *