କାବୁଲ ଷ୍ଟାଡିୟମରେ ଲାଇଭ୍ ଟି-୨୦ ମ୍ୟାଚ୍ ବେଳେ ବୋମା ବିସ୍ଫୋରଣ

ନୂଆଦିଲ୍ଲୀ (ଦ କୁଇଭର): ଆଫଗାନିସ୍ତାନରେ ବୋମା ବିସ୍ଫୋରଣ ଘଟଣା ବନ୍ଦ ହେବା ପରି ମନେ ହେଉନାହିଁ । ଦୁଇ ଦିନ ପୂର୍ବେ ଗୁରୁଦ୍ୱାର ଫାଟକରେ ବୋମା ବିସ୍ଫୋରଣ ହୋଇଥିଲା। ଏବେ ପୁଣି କାବୁଲର ଏକ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ବୋମା ବିସ୍ଫୋରଣ ହୋଇଛି । ପ୍ରାଥମିକ ସୂଚନା ଅନୁଯାୟୀ ଷ୍ଟାଡିୟମରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ ଆଫଗାନିସ୍ତାନର ରାଜଧାନୀ କାବୁଲର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଶୁକ୍ରବାର ସନ୍ଧ୍ୟାରେ ଏକ ବିସ୍ଫୋରଣ ଘଟିଛି। ଷ୍ଟାଡିୟମରେ ବିସ୍ଫୋରଣ ସମୟରେ ଏକ ସ୍ଥାନୀୟ କ୍ରିକେଟ୍ ଟୁର୍ନାମେଣ୍ଟ ମ୍ୟାଚ୍ ଚାଲିଥିଲା । ବିସ୍ଫୋରଣର ଭିଡିଓ ଫୁଟେଜ ସାମ୍ନାକୁ ଆସିଛି। ଏଥିରେ ଅନେକ ଲୋକ ଆହତ ହୋଇଥିବା ଦେଖାଯାଉଛି। ଟି-୨୦ ମ୍ୟାଚ୍ ପାମୀର ଜାଲମି ଓ ବନ୍ଦ-ଏ-ଅମୀର ଡ୍ରାଗନ୍ ମଧ୍ୟରେ ଚାଲିଥିଲା । ଏହି ମ୍ୟାଚରେ ଆଫଗାନିସ୍ତାନ ପାଇଁ ବିଶ୍ୱ କପ୍ ଖେଳିଥିବା କିଛି ଖେଳାଳି ମଧ୍ୟ ସାମିଲ ଥିଲେ । ଘଟଣା ପ୍ରାଥମିକ ସୂଚନା ଅନୁଯାୟୀ, ଏହି ବିସ୍ଫୋରଣରେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ପରେ ସମସ୍ତ ଖେଳାଳିଙ୍କୁ ତୁରନ୍ତ ବଙ୍କରକୁ ନିଆଯାଇଥିଲା। ବିସ୍ଫୋରଣ ସମୟରେ ସଂଯୁକ୍ତ ରାଷ୍ଟ୍ର ଅଧିକାରୀମାନେ ପଡିଆରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *