ଭାରୋତ୍ତୋଳନରେ ଭାରତୀୟଙ୍କ ଦବଦବା: ସ୍ୱର୍ଣ୍ଣ, ରୌପ୍ୟ ସହ ଭାରତକୁ ୪ ପଦକ

ନୂଆଦିଲ୍ଲୀ (ଦ କୁଇଭର): ମନଓ୍ୱେଲଥରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଲେ ମୀରବାଇ ଚାନୁ । ଭାରୋତ୍ତଳନରେ ୪୯ କେଜି ମହିଳା ବର୍ଗରେ ମୀରାବାଇ ଚାନୁ ପ୍ରଥମ ସ୍ଥାନ ଅଧିକାର କରି ଭାରତକୁ ସ୍ୱର୍ଣ୍ଣ ଜିତି ଆଣିଛନ୍ତି । ଭାରୋତ୍ତୋଳନରେ କେବଳ ୪ଟି ପଦକ ଜିତିଛି ଭାରତ । ଭାରୋତ୍ତୋଳକ ମୀରାବାଈ ଚାନୁ, ବିନ୍ଦ୍ୟାରାଣୀ ଦେବୀ, ସଙ୍କେତ ଓ ଗୁରୁରାଜା ପୂଜାରୀ ପଦକ ଜିତିଛନ୍ତି । ଏ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେରେ ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ମୀରାବାଈ ଚାନୁ ଓ ରୌପ୍ୟ ପଦକ ଜିତିଛନ୍ତି ବିନ୍ଦ୍ୟାରଣୀ ଦେବୀ । ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ରାଷ୍ଟ୍ରପତି ଲେଖିଛନ୍ତି,’ଭାରୋତ୍ତୋଳନ ସ୍ୱର୍ଣ୍ଣ ପଦକ ଜିତି ମିରାବାଇ ଚାନୁ ଇତିହାସ ରଚିଛନ୍ତି । କମନୱେଲଥ ଗେମ୍ସରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ଗେମ୍ସରେ ଭାରତ ପାଇଁ ତାଙ୍କର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବାର ଦେଶ ଗର୍ବିତ ବୋଲି କହିଛନ୍ତି ରାଷ୍ଟ୍ରପତି ।

ରୌପ୍ୟ ଜିତିଥିବା ବିନ୍ଦ୍ୟାରଣୀ ଦେବୀଙ୍କୁ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି କହିଛନ୍ତି କମନୱେଲଥ ଗେମ୍ସରେ ଭାରୋତ୍ତୋଳନରେ ରୌପ୍ୟ ଜିତିବା ପାଇଁ ବିନ୍ଦାରାଣୀ ଦେବୀଙ୍କୁ ଅଭିନନ୍ଦନ । ତୁମର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପ୍ରତ୍ୟେକ ଭାରତୀୟ ଆପଣଙ୍କ ସଫଳତାର ଆନନ୍ଦିତ ବୋଲି କହିଛନ୍ତି ରାଷ୍ଟ୍ରପତି । ସେହିପରି ପୁରୁଷ ବର୍ଗ ଭାରଉତ୍ତୋଳନରେ ରୌପ୍ୟ ଓ ବ୍ରୋଞ୍ଜ ଜିତିଥିବା ସଙ୍କେତ ଓ ଗୁରୁରାଜା ପୂଜାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Leave a Reply

Your email address will not be published. Required fields are marked *