ଦେଶର ସମସ୍ତ ସ୍ମାରକୀ, ମ୍ୟୁଜିୟମରେ ୧୫ ଅଗଷ୍ଟ ପର୍ୟ୍ୟନ୍ତ ମାଗଣା ଏଣ୍ଟ୍ରି: ସଂସ୍କୃତି ମନ୍ତ୍ରଣାଳୟ

ନୂଆଦିଲ୍ଲୀ (ଦ କୁଇଭର): ଭାରତର ସ୍ବାଧୀନତାର ୭୫ ବର୍ଷ ପୂରଣ ହେବା ଅବସରରେ ‘ଆଜାଦି କୀ ଅମୃତ ମହୋତ୍ସବ’ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ସାରା ଦେଶରେ ‘ହର ଘର ତ୍ରୀରଙ୍ଗା’ ଉତ୍ସବ ଆରମ୍ଭ କରାଯାଇଛି, ଯାହାକି ୨ ଅଗଷ୍ଟରୁ ୧୫ ଅଗଷ୍ଟ ପର୍ୟ୍ୟନ୍ତ ଚାଲିବ।

ଏହି ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ବୁଧବାର ଘୋଷଣା କରିଛି ଯେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (Archaeological Survey of India) ପକ୍ଷରୁ ୧୫ ଅଗଷ୍ଟ ପର୍ୟ୍ୟନ୍ତ ସବୁ ସ୍ମାରକୀ, ପ୍ରତ୍ନତାତ୍ତ୍ୱିକ ସ୍ଥଳ ସଂଗ୍ରାହାଳୟ ଆଦିକୁ ଦର୍ଶକଙ୍କ ପାଇଁ ମାଗଣା କରିବାର ଘୋଷଣା କରିଛନ୍ତି।

ଏହି ଅବସରରେ କେନ୍ଦ୍ର ସରକାର ଲୋକଙ୍କୁ ସ୍ବାଧିୀନତାର ଏହି ପର୍ବ ସହିତ ଯୋଡିବା ପାଇଁ ଓ ସେଥିରେ ଦେଶ ପ୍ରେମର ଭାବନା ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଏସ୍ଆଇର ସ୍ମାରକୀ-୨ ନିର୍ଦେଶକ ଡକ୍ଟର ଏନ୍କେ ପାଠକଙ୍କ ପକ୍ଷରୁ ବୁଧବାର ନିର୍ଦେଶ ଜାରି କରିଦିଆଯାଇଛି ଯେ, ୫ ଅଗଷ୍ଟରୁ ଦେଶର ସବୁ ସ୍ମାରକୀ, ପ୍ରତ୍ନତାତ୍ତ୍ୱିକ ସ୍ଥଳ ଓ ସଂଗ୍ରାହାଳୟ ଆଦିକୁ ଦର୍ଶକଙ୍କ ପାଇଁ ସମ୍ପୂର୍ଣ୍ଣ ଭାବରେ ଫ୍ରି କରି ଦିଆଯାଇଛି। ଏହି ସ୍ଥାନ ଗୁଡିକରେ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ। ଏ ସମ୍ପର୍କରେ ନିର୍ଦେଶ ସବୁ ଆଞ୍ଚଳିକ ନିର୍ଦେଶକ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *