ଜାତିସଂଘରେ ଭାରତର ପ୍ରଥମ ମହିଳା ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ନେଲେ ରୁଚିକା କମ୍ବୋଜ

ନୂଆଦିଲ୍ଲୀ (ଦ କୁଇଭର ବ୍ୟୁରୋ): ଜାତିସଂଘରେ ଭାରତରେ ପ୍ରଥମ ମହିଳା ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ନେଲେ ରୁଚିକା କମ୍ବୋଜ । ରୁଚିକା ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଜାତିସଂଘର ମହାସଚିବ ଅଣ୍ଟୋନିଓ ଗୁଟେରସ ଙ୍କ ନିକଟରେ ନିଜର ଦସ୍ତାବିଜ୍ ଦାଖଲ କରିଛନ୍ତି । ନ୍ୟୁୟର୍କ ସ୍ଥିତ ଜାତିସଂଘ ହେଡକ୍ବାର୍ଟରରେ ଭାରତୀୟ ସ୍ଥାୟୀ ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ଗ୍ରହଣ କରିବାରେ ରୁଚିକା କମ୍ବୋଜ ଭାରତର ପ୍ରଥମ ମହିଳା ଅଟନ୍ତି । ଏନେଇ ସେ ନିଜେ ଟ୍ବିଟ୍ କରି ଜଣାଇଛନ୍ତି । ଏହାସହିତ ‘ଆମେ ସମସ୍ତେ ଏହି ଦାୟିତ୍ବ ନିର୍ବାହ କରିପାରିବା’ ବୋଲି ସେ ଝିଅମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ।

୫୮ ବର୍ଷୀୟା ରୁଚିକା କମ୍ବୋଜ ୧୯୮୭ ବ୍ୟାଚର ଭାରତୀୟ ବୈଦେଶିକ ସେବା (India Foreign Service) ଅଧିକାରୀ ଅଟନ୍ତି । ପୂର୍ବରୁ ସେ ଭୂଟାନରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ୟ୍ୟ କରୁଥିଲେ । ଏହାପରେ ଗତ ଜୁନରେ ରୁଚିକାଙ୍କୁ ନ୍ୟୁୟର୍କରେ ଥିବା ଜାତିସଂଘରେ ବରିଷ୍ଠ କୂଟନୀତିଜ୍ଞ ଟିଏସ ତିରୁମୂର୍ତ୍ତୀଙ୍କ ସ୍ଥାନରେ ଭାରତର ସ୍ଥାୟୀ ପ୍ରତିନିଧି ଭାବେ ନିଯୁକ୍ତ କରାଯାଇଥିଲା । ୨୦୦୨ ରୁ ୨୦୦୫ ମଧ୍ୟରେ ରୁଚିକା ଜାତିସଂଘରେ ଭାରତରେ ସ୍ଥାୟୀ ମିଶନରେ କାଉନସିଲର ଭାବେ ମଧ୍ୟ କାର୍ୟ୍ୟ କରିସାରିଛନ୍ତି । ଜାତିସଂଘ ସୁରକ୍ଷା ପରିଷଦ ସଂସ୍କାର, ମଧ୍ୟପ୍ରାଚ୍ୟ ସଙ୍କଟ ଆଦି ପ୍ରସଙ୍ଗରେ ମଧ୍ୟ ସେ କାର୍ୟ୍ୟ କରିବାର ଅନୁଭବ ରଖିଛନ୍ତି ।

Leave a Reply

Your email address will not be published. Required fields are marked *