ମହାକାଶରେ ମୁତୟନ ହେଲା ବିଶ୍ୱର ଶକ୍ତିଶାଳୀ ଟେଲିସ୍କୋପ

ନ୍ୟୁୟର୍କ (ଦ କୁଇଭର ବ୍ୟୁରୋ): ବିଶ୍ୱର ଶକ୍ତିଶାଳୀ ଜେମ୍ସ ୱେବ ସ୍ପେସ ଟେଲିସ୍କୋପ ସମ୍ପୂର୍ଣ ଭାବେ ମହାକାଶରେ ମୁତୟନ ହୋଇସାରିଛି । ଆମେରିକା ମହାକାଶ ଏଜେନ୍ସି ନାସାପକ୍ଷରୁ ଏହି ସୂଚନା ଦିଆଯାଇଛି । ଡିସେମ୍ବର ୨୫ରେ ଫ୍ରାନ୍ସର ଗୁଏନା ସ୍ଥିତ କୋରୋଉ ଲଞ୍ଚ ଷ୍ଟେସନରୁ ଏରିୟନ-୫ ଇସିଏ ରକେଟ ସାହାଯ୍ୟରେ ଏହି ଟେଲିସ୍କୋପକୁ ଲଞ୍ଚ କରାଯାଇଥିଲା ।

ଟେଲିସ୍କୋପର ଅନ୍ତିମ ମିରର ପ୍ୟାନେଲ ଶନିବାର ଖୋଲା ଯାଇଥିଲା । ଖୁବଶୀଘ୍ର ବିଶ୍ବର ଏହି ଶକ୍ତିଶାଳୀ ଟେଲିସ୍କୋପ କାର୍ୟ୍ୟ ଆରମ୍ଭ କରିବ । ନାସା ଅନୁଯାୟୀ ଅନ୍ତିମ ୱିଙ୍ଗକୁ ଖୋଲିବା ପାଇଁ ଦୀର୍ଘ ସମୟ ଲାଗିଥିଲା । କାରଣ ଟେଲିସ୍କୋପ ବଡ଼ ହୋଇଥିବାରୁ ଏହାକୁ ଭଙ୍ଗା ଯାଇ ମହାକାଶକୁ ପଠା ଯାଇଥିଲା । ଏହି ଟେଲିସ୍କୋପ ହବଲର ସ୍ଥାନ ନେବ । ମହାକାଶରୁ ପ୍ରାୟ ୧୫ ଲକ୍ଷ କି.ମି ଉପରେ ଏହାକୁ ମୁତୟନ କରାଯାଇଛି । ସୌର ବର୍ୟ୍ୟ ଏବଂ ଉଲକାପିଣ୍ଡ ଏହା ପାଇଁ ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ଏହି ଟେଲିସ୍କୋପ ସହାୟତାରେ ବିଶ୍ବ ବ୍ରହ୍ମାଣ୍ଡର ଅନେକ ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *