ପ୍ରଥମ ନିଜସ୍ୱ SSLV ମିଶନକୁ ଲଞ୍ଚ କରି ଇତିହାସ ରଚିଲା ଇସ୍ରୋ

ନୂଆଦିଲ୍ଲୀ (ଦ କୁଇଭର): ISRO ଇତିହାସରେ ଜୋଡି ହେଲା ନୂଆ ଅଧ୍ୟାୟ । 750 ଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ SSLV-D1/EOS-02 କ୍ଷୁଦ୍ର ସାଟେଲାଇଟର ସଫଳ ପରୀକ୍ଷଣ ହୋଇଛି । ଆନ୍ଧ୍ର ପ୍ରଦେଶର ଶ୍ରୀହରୀକୋଟାରୁ ଆଜି(ରବିବାର) ପ୍ରଥମ କରି ନୂଆ ରକେଟ SSLV-D1 ଉତକ୍ଷେପଣ କରିଛି ISRO । ଆଜାଦି କା ଅମୃତ ମହୋତ୍ସବ ଅବସରରେ ସାଟେଲାଇଟ ଉତକ୍ଷେପଣ କରାଯାଇ ଥିବାବେଳେ ଏହି ସାଟେଲାଇଟକୁ ଆଜାଦି ସ୍ୟାଟ ମଧ୍ୟ କୁହାଯାଉଛି ।

ଏନେଇ ଇସ୍ରୋ ପ୍ରମୁଖ ସୋମନାଥ କହିଛନ୍ତି ଯେ, ଇସ୍ରୋ ମିଶନ କଣ୍ଟ୍ରୋଲ ସେଣ୍ଟର ଲଗାତର ଡାଟା ଲିଙ୍କ୍ ହାସଲ କରିବାକୁ ପ୍ରୟାସ କରୁଛି। ସାଟେଲାଇଟ୍ ସହ ଲିଙ୍କ୍ ହେବା ପରେ ଏନେଇ ଦେଶବାସୀଙ୍କୁ ସୂଚନା ଦିଆଯିବ। ୧୪୨ କିଲୋଗ୍ରାମ ବିଶିଷ୍ଟ EOS-02 ଏକ ଆର୍ଥ ଅବଜରଭେସନ ସାଟେଲାଇଟ୍। ଏହା ଅନ୍ତରୀକ୍ଷରେ ୧୦ ମାସ ପାଇଁ କାମ କରିବ। ଏଥିରେ ମିଡ୍ ଏବଂ ଲଙ୍ଗ ୱେଲଲେନ୍ଥ ଇନଫ୍ରାରେଡ୍ କ୍ୟାମେରା ଲାଗିଛି। ଏହାର ରିଜୋଲ୍ୟୁସନ ୬ ମିଟର ରହିଛି। ଅର୍ଥାତ୍ ଏହା ରାତିରେ ମଧ୍ୟ ନଜର ରଖିପାରିବ।

SSLV ଉଚ୍ଚତା 34 ମିଟର, PSLV ଠାରୁ ପ୍ରାୟ 10 ମିଟର କମ୍ ଏବଂ PSLV ର 2.8 ମିଟର ତୁଳନାରେ ଏହି ଯାନର ବ୍ୟାସ ଦୁଇ ମିଟର ରହିଛି । ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ସ୍କୁଲର 750 ଛାତ୍ରୀ ଏହି SSLV ସାଟେଲାଇଟ ପ୍ରସ୍ତୁତ କରିଛନ୍ତି । ଆଜି ସକାଳ 9ଟା 18 ମିନିଟରେ ଉତକ୍ଷେପଣ କରାଯାଇଛି । ଉତକ୍ଷେପଣ ସମୟରେ ସାଟେଲାଇଟ ପ୍ରସ୍ତୁତ କରିଥିବା ଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *