ଚୀନକୁ ଝଟକା ! ଭାରତରୁ ବ୍ୟାନ୍ ହେବ ଶସ୍ତା ଚାଇନା ଫୋନ୍

ନୂଆଦିଲ୍ଲୀ (ଦ କୁଇଭର ବ୍ୟୁରୋ): ଭାରତରେ ଅଧିକାଂଶ ଯାହାକୁ ଦେଖିବ ସମସ୍ତଙ୍କ ହାତରେ ଚାଇନା ମୋବାଇଲ । ଏହାର ଗୋଟିଏ କାରଣ ହେଉଛି ଏହି ମୋବାଇଲ୍ ଫୋନର ମୂଲ୍ୟ ବହୁତ ଶସ୍ତା । ସୁଲଭ ମୂଲ୍ୟରେ ଉପଲବ୍ଧ ହେତୁ ଚାଇନାର ମୋବାଇଲ୍ ଫୋନ୍ ର ଚାହିଦା ଭାରତୀୟ ବଜାରରେ ଅଧିକ ।

କହିବାକୁ ଗଲେ ଭାରତୀୟ ମୋବାଇଲ ବଜାରକୁ କବଜା କରିନେଇଛି ଚୀନ କମ୍ପାନୀ । ଦିନ ଥିଲା ଭାରତରେ ନୋକିଆ, ମାଇକ୍ରୋମାକ୍ସ, ସ୍ପାଇସ, ସାମସଙ୍ଗ, ସୋନି ଆଦି କମ୍ପାନୀର ରାଜୁତି ଚାଲୁଥିଲା । ମାତ୍ର ଏବେ ଭାରତୀୟ ମୋବାଇଲ ବଜାରକୁ ସାଓମି, ଓପୋ ଓ ରିଅଲମି ପରି ଚୀନ କମ୍ପାନୀମାନେ କବଜା କରି ନେଇଥିବାରୁ ଭାରତୀୟ କମ୍ପାନୀମାନେ ଆଉ ଉଠି ପାରୁ ନାହାନ୍ତି ।

ତେବେ ବର୍ତ୍ତମାନ ଖବର ଆସିଛି ଯେ ଚୀନ୍‌କୁ ଭାରତ ଆଉ ଏକ ଝଟକା ଦେବାକୁ ପ୍ରସ୍ତୁତ ହେଉଛି। ତେବେ ଚୀନ କମ୍ପାନୀଙ୍କ ଆଧିପତ୍ୟକୁ ରୋକିବା ପାଇଁ ପ୍ଲାନ ଆରମ୍ଭ କରିଦେଇଛନ୍ତି ଭାରତ ସରକାର । ଚୀନ୍ ଠାରୁ ଭାରତ ୩୦୦ ରୁ ଅଧିକ ଆପ୍ ଉପରେ ପ୍ରତିବନ୍ଧକ ଲଗାଇ ସାରିଛି। ବର୍ତ୍ତମାନ ଭାରତରେ କିଛି ଫୋନ୍ ଉପରେ ପ୍ରତିବନ୍ଧକ ଲଗାଯାଇପାରେ । ଚୀନ କମ୍ପାନୀର ୧୨ ହଜାର ଟଙ୍କାରୁ କମ୍ ମୂଲ୍ୟର ମୋବାଇଲ ଉପରେ କଟକଣା ଲାଗିପାରେ । ଯଦି ଏପରି କିଛି ହୁଏ ତେବେ ନିଶ୍ଚିତ ଭାବେ ଚୀନ କମ୍ପାନୀଙ୍କୁ ଜୋରଦାର ଝଟକା ଲାଗିବ । ଚୀନ କମ୍ପାନୀର ମୋବାଇଲ ସବୁଠାରୁ ଶସ୍ତା ହୋଇଥିବାରୁ ଏହା ଭାରତରେ ସବୁଠୁ ଅଧିକ ବିକ୍ରି ହୋଇଥାଏ । ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଚୀନ୍ କମ୍ପାନୀଗୁଡିକର ଫୋନକୁ ୧୨ ହଜାର ଟଙ୍କାରୁ କମ୍ ବ୍ୟାନ କରିବାକୁ ଚାହୁଁଛି। ଯଦି ଏହା ଘଟେ ତେବେ ଜିଆଓମି କର୍ପ ସହିତ ଅନେକ ବ୍ରାଣ୍ଡକୁ ବଡ ଝଟକା ଲାଗିବ ।

ଭାରତର ସରକାର ଘରୋଇ ଉଦ୍ୟୋଗକୁ ଅଧିକ ପ୍ରାଧାନ୍ୟ ଦେବାକୁ ଚାହୁଁଛନ୍ତି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ତେଣୁ ଏହି ମୋବାଇଲ ଉପରେ କଟକଣା ଲାଗିପାରେ । କୋଭିଡ-୧୯ର ଲକଡାଉନ କାରଣରୁ ଚୀନର ଘରୋଇ ବଜାର ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଥିଲା । ତେଣୁ ଚୀନ ବ୍ରାଣ୍ଡଗୁଡ଼ିକ ନିଜର ଅଭିବୃଦ୍ଧି ପାଇଁ ଭାରତୀୟ ବଜାର ଉପରେ ଏବେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ।

Leave a Reply

Your email address will not be published. Required fields are marked *