ଗଣଶିକ୍ଷା ମନ୍ତ୍ରୀଙ୍କ ତାମସା

ଭୁବନେଶ୍ୱର(ଦ କୁଇଭର): ତାମସା ଚଳାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ତାଙ୍କ କଥାରେ ରହୁନି ତାଳମେଳ । କେତେବେଳେ ଗଣମାଧ୍ୟମକୁ ବନ୍ଦ କରୁଛନ୍ତି ତ ଆଉ କେତେବେଳେ କହୁଛନ୍ତି, ଅଗଷ୍ଟ ୧୫ରେ ସ୍କୁଲକୁ ପିଲା ଆସିପାରିବେ ନାହିିଁ । ଆଉ ତା ପରେ ପୁଣି ଓଲଟି ପଡ଼ୁଛନ୍ତି । ନିଜ କଥାକୁ ବଦଳାଇଦେଇ ସଫେଇ ଦେଉଛନ୍ତି । ଗଣଶିକ୍ଷା ବିଭାଗରେ ଏଭଳି ଜଣେ ମନ୍ତ୍ରୀ ରହିବା ସରକାରଙ୍କ ପାଇଁ ଆଦୌ ଗ୍ରହଣୀୟ ନୁହେଁ ବୋଲି ଏବେ ବୁଦ୍ଧିଜୀବୀମାନେ କହୁଛନ୍ତି । ଗଣଶିକ୍ଷା ମନ୍ତ୍ରୀ ଏକପ୍ରକାର ତାମସା ଚଲାଇଛନ୍ତି ।

ସ୍ୱାଧୀନତା ଦିବସରେ ସ୍କୁଲ ପିଲା ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଗତକାଲି ଖୋଦ୍ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ । ଯାହାକୁ ନେଇ ପିଲାମାନଙ୍କୁ ଏକ ବଡ଼ ଆଘାତ ଲାଗିଥିଲା । ସ୍ୱାଧିନତା ଦିବସ ପାଇଁ ମାସେ ପୂର୍ବରୁ ଆରମ୍ଭ କରିଥିବା ସବୁ ପ୍ରସ୍ତୁତି ଫସର ଫାଟିଗଲା ଭଳି ଲାଗିଥିଲା । ଗଣଶିକ୍ଷା ବିଭାଗର ଏହି ନିଷ୍ପତ୍ତିକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ ହେବା ପରେ ଏବେ ହଠାତ୍ ସରକାର ନିଷ୍ପତ୍ତି ବଦଳାଇଦେଇଛନ୍ତି । ଏବେ ପୁଣି ସ୍ୱାଧିନତା ଦିବସରେ ସ୍କୁଲର ପତାକା ଉତ୍ତୋଳନ ଉତ୍ସବରେ ପିଲାମାନେ ଯୋଗ ଦେଇପାରିବେ ।

ସ୍ୱାଧିନତା ଦିବସ ଆଉ ମାତ୍ର ୪ ଦିନ ବାକି ରହିଲା । ସବୁ ପିଲା ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଥିଲେ । ପିଲାମାନେ ବି ବେଶ୍ ଉତ୍ସାହିତ ଥିଲେ ପିଲା ଯେ, ୨ ବର୍ଷ ପରେ ସ୍ୱାଧିନତା ଦିସବ ଉତ୍ସବରେ ସାମିଲ ହେବେ । ହେଲେ ହଠାତ୍ ସରକାର ମନା କରିଦେଲେ । କହିଲେ, ସବୁ ସ୍କୁଲରେ ସ୍ୱାଧିନତା ଦିବସ ପାଳନ ହେବ । ହେଲେ ପିଲାମାନେ ଆସିବେ ନାହିଁ । କେବଳ କିଛି ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ନେଇ ପତାକା ଉତ୍ତୋଳନ ହେବ । ଅଗଷ୍ଟ ୧୫ ଉତ୍ସବରେ ସାମିଲ ହେବାକୁ ପିଲାମାନେ ପୂର୍ବରୁ ମାନସିକ ସ୍ତରରେ ବେଶ୍ ପ୍ରସ୍ତୁତ ଥିଲେ । ସରକାରଙ୍କ ଏହି ନିର୍ଦ୍ଦେଶ ସିଧାସଳଖ ତାଙ୍କୁ ମାନସିକ ଆଘାତ ଦେଇଥିଲା ।

କିନ୍ତୁ ଏବେ ସରକାର ନିଜ ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି । କହିବାକୁ ଗଲେ ସରକାର ଏକପ୍ରକାର ତାମସା କରୁଛନ୍ତି । ବିଭିନ୍ନ କ୍ଷେତ୍ରରେ ଏପରି ପ୍ରଥମେ ବନ୍ଦ କରିଦେବା ଆଉ ପରେ ପୁଣି ନିଷ୍ପତ୍ତି ପ୍ରତ୍ୟାହାର କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ । ବିଶେଷକରି ଗଣଶିକ୍ଷା ବିଭାଗରେ ଏହା ବହୁତ ଦେଖିବାକୁ ମିଳେ । ଆଉ ଆମ ଗଣଶିକ୍ଷା ମନ୍ତ୍ରୀଙ୍କ ବୟାନ ସବୁବେଳେ ଚର୍ଚ୍ଚାରେ ଥାଏ । ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରଥମେ ଗୋଟିଏ ନିଷ୍ପତ୍ତି ନେବା ପରେ ପୁଣି ନିଷ୍ପତ୍ତି ପ୍ରତ୍ୟାହାର କରିବାର ଉଦାହରଣ ପୂର୍ବରୁ ଅନେକ ରହିଛି । ସ୍ୱାଧଃନତା ଦିବସକୁ ନେଇ ଏହା ମନ୍ତ୍ରୀଙ୍କ ଏକ ତାମସା ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *