ଚୀନରେ ନୂଆ ଭାଇରସ ଆତଙ୍କ

ବେଜିଙ୍ଗ୍‌ (ଦ କୁଇଭର ବ୍ୟୁରୋ): ଚୀନରେ ନୂଆ ଭାଇରସ ଅତଙ୍କ । ଚୀନରୁ ଉହାନରୁ ଉତତ୍ପନ କରୋନା ଭୂତାଣୁ ସାରା ବିଶ୍ୱରେ ତାଣ୍ଡବ ରଚିଥିଲା । ଏବେ କରୋନାର ପ୍ରକୋପ କମିନି । ଏବେ ବି ଏହି ବିପଦଜନକ ଭୂତାଣୁ କବଳରୁ ବିଶ୍ୱକୁ ମିଳିନି ମୁକ୍ତି । ଏହାରି ଭିତରେ ଦେଖାଦେଇଛି ନୂଆ ଭାଇରସର ପ୍ରକୋପ । ଏହି ନୂତନ ଭୂତାଣୁର ନାମ ଜୁନୋଟିକ୍ ଲାଙ୍ଗିଆ ହେନିପାଭାଇରସ୍’ ।

ତାଇୱାନର ରୋଗ ନିୟନ୍ତ୍ରଣ କେନ୍ଦ୍ର ଅନୁଯାୟୀ ଚାଇନାରେ ଜୁନୋଟିକ୍ ଲାଙ୍ଗିଆ ଭୂତାଣୁ ସଂକ୍ରମଣ ବ୍ୟାପୁଥିବା ଦେଖିବାକୁ ମିଳିଛି। ସୂଚନାନୁସାରେ, ଏପର୍ୟ୍ୟନ୍ତ ଏହି ଭୂତାଣୁ ଯୋଗୁଁ ୩୫ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହାକୁ ଲାଙ୍ଗିଆ ହେନିପାଭାଇରସ୍ ମଧ୍ୟ କୁହାଯାଏ ।

ଏହି ନୂତନ ପ୍ରକାରର ଭୂତାଣୁ ପଶୁମାନଙ୍କଠାରୁ ବ୍ୟାପିଥାଏ, ଯାହାକୁ ଲାଙ୍ଗିଆ ହେନିପାଭାଇରସ୍ ଲେଭି ମଧ୍ୟ କୁହାଯାଏ । ଏହି ଭୂତାଣୁ ମଣିଷକୁ ସଂକ୍ରମିତ କରିପାରେ। ଏହି ଭୂତାଣୁ ସଂକ୍ରମଣ ପୂର୍ବ ଚାଇନାର ଶାନ୍‌ଡୋଙ୍ଗ୍‌ ପ୍ରଦେଶ ଏବଂ କେନ୍ଦ୍ରୀୟ ଚୀନର ହେନନ୍ ପ୍ରଦେଶରେ ଦେଖିବାକୁ ମିଳିଥିଲା । ଚାଇନା ଏବଂ ସିଙ୍ଗାପୁରର ବୈଜ୍ଞାନିକମାନଙ୍କ ଦ୍ୱାରା ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନ୍ (NEJM) ରେ ପ୍ରକାଶିତ ଅନୁସନ୍ଧାନ ଅନୁଯାୟୀ ବର୍ତ୍ତମାନ ପର୍ୟ୍ୟନ୍ତ ଉଭୟ ପ୍ରଦେଶରେ ୩୫ ଜଣ ଲୋକଙ୍କୁ ଏହି ଭୂତାଣୁ ସଂକ୍ରମିତ କରିଛନ୍ତି।

ଏହି ଭୂତାଣୁର ଲକ୍ଷଣ ଗୁଡିକ ହେଉଛି ଜ୍ୱର, କାଶ, ଥକାପଣ, କମ୍ ଭୋକ, ମାଂସପେଶୀ ବଥା ହେବା ,ଅସ୍ୱଭାବିକ ବାନ୍ତି ମୁଣ୍ଡବ୍ୟଥା ଭଳି ଲକ୍ଷଣ ଦେଖା ଦେଉଛି । ଶାନ୍‌ଡୋଙ୍ଗ୍‌ ଏବଂ ହେନାନ ପ୍ରଦେଶରେ, ଲାଙ୍ଗିଆ ହେନିପାଭାଇରସ୍ ସଂକ୍ରମଣର ୩୫ ଟି ମଧ୍ୟରୁ ୨୬ ଟି ଜ୍ୱର, କାଶ, ମୁଣ୍ଡବିନ୍ଧା ଏବଂ ବାନ୍ତି ଭଳି ଲକ୍ଷଣ ଦେଖାଦେଇଥିଲା । ପୂର୍ବ ଚାଇନାରେ ଜ୍ୱର ରୋଗୀଙ୍କ ଗଳାରୁ ନିଆଯାଇଥିବା ନମୁନାରେ ଏକ ନୂତନ ପ୍ରକାରର ହେନିପାଭାଇରସ୍ ଦେଖିବାକୁ ମିଳିଛି ।

ବିଶେଷଜ୍ଞଙ୍କ ମତରେ ଏହି ଭୂତାଣୁ ଯୋଗୁଁ ଏପର୍ଯ୍ୟନ୍ତ କେହି ମରିନାହାନ୍ତି । କିନ୍ତୁ ଏହା କେତେ ବିପଦ ଜନକ ହୋଇପାରେ ତାହା ବର୍ତ୍ତମାନ ଅନୁସନ୍ଧାନ ଚାଲିଛି । ବର୍ତ୍ତମାନ ସମୟରେ କୈଣସି ଭୟଭିତ ହେବାର ଆବଶ୍ୟକତା ନାହିଁ । କିନ୍ତୁ ଏହାକୁ ରୋକିବାର ପାଇଁ ପଦକ୍ଷପ ନେବାର ଆବଶ୍ୟକତା ରହିଛି । ଲଙ୍ଗିଆ ହେନିପାଭାଇରସ୍ ପାଇଁ ଏପର୍ଯ୍ୟନ୍ତ କୈଣସି ଟିକା ପ୍ରସ୍ତୁତ କରାଯାଇ ନାହିଁ । ତେଣୁ ସାବଧାନ୍ ରହିବା ଉଚିତ।

Leave a Reply

Your email address will not be published. Required fields are marked *