କଂଗ୍ରେସ ଶୂନ୍ୟ ହେବ କି ଓଡ଼ିଶା ?

ଭୁବନେଶ୍ୱର(ଦ କୁଇଭର ବ୍ୟୁରୋ): ଏବେ କଂଗ୍ରେସରୁ ନେତା ଓ କର୍ମୀମାନେ ଯେମିତି ଅନ୍ୟ ଦଳକୁ ଡିଆଁ ମାରୁଛନ୍ତି, ଲାଗୁଛି ଖୁବଶୀଘ୍ର ରାଜ୍ୟରୁ କଂଗ୍ରେସ ମୂଳପୋଛ ହୋଇଯିବ । ଚିହ୍ନ ବି ସଫା ହୋଇଯିବା ଭଳି ଲାଗୁଛି । ଦଳ କାଳେ କିଛି ଦଲାଲଙ୍କ ଦ୍ୱାରା ପରିଚାଳିତ ହେଉଥିବାରୁ ଏମିତି ସ୍ଥିତି ହେବାକୁ ବସିଲାଣି ବୋଲି ଦଳର ନେତ୍ରୀନେତାମାନେ କହିଲେଣି ।

ଆସନ୍ତୁ ଶୁଣିବା ଦଳର ଜଣେ ବରିଷ୍ଠ ନେତ୍ରୀ କ’ଣ କହୁଛନ୍ତି । କଟକର ଏହି ନେତ୍ରୀ ଜଣକ ଦଳ ଭିତରେ ଚାଲିଥିବା ଦଲାଲିକୁ ପଦାରେ ପକାଇ ଦେଇଛନ୍ତି । ତାଙ୍କ କହିବା କଥା ଦଳ ଆଗକୁ ବଢ଼ୁ ବୋଲି କେହି ଚାହୁଁନାହାନ୍ତି । ସିଏମସି ଭୋଟରେ ଦଳ ୬୦ହଜାର ଭୋଟ ପାଇଥିଲା । ଗୋଟିଏ ସରକାର ୨୨ବର୍ଷ ଶାସନ କରିବା ପରେ ବି ତାଙ୍କ ବିରୋଧରେ ଜନମତ ସୃଷ୍ଟି କରିପାରିନାହିଁ କଂଗ୍ରେସ । ଦଳ କିଛି ସଂଗଠନ ଆଗକୁ ନେବାକୁ ଚାହୁଁନାହିଁ ବୋଲି ସେ କହିଥିଲେ ।

କେବଳ ସେତିକି ନୁହେଁ, ଦିନଟିଏ ପୂର୍ବରୁ ୭୦ରୁ ଅଧିକ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦେଇଛନ୍ତି । କେବଳ ସେତିକି ନୁହେଁ, ଆହୁରି ବହୁତ କଂଗ୍ରେସ ନେତା ଡେଇଁବାକୁ ଗୋଡ ଟେକି ବସିଛନ୍ତି । କେତେବେଳେ ବି ଡିଆଁ ମାରିବେ । ଦଳର ବିଧାୟକ ମାନେ ବି ଡେଇଁବାକୁ ଅଣ୍ଟା ଭିଡ଼ିଛନ୍ତି । ଯଦି କଂଗ୍ରେସରୁ ଏହିପରି ନେତାମାନେ ଦଳ ଛାଡ଼ନ୍ତି ଖୁବଶୀଘ୍ର ଦଳ ଓଡ଼ିଶାରୁ ଲିଭିଯିବ । ଏହିଠାରେ ଆମେ କହିଦେବାକୁ ଚାହୁଁଛୁ ଯେ, ବିଜେପିର ଡାକରା କ’ଣ ସତ ହୋଇଯିବ କି । ବିଜେପି ଡାକରା ଦେଇଥିଲା, କଂଗ୍ରେସ ମୁକ୍ତ ଭାରତ । ଏବେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ କଂଗ୍ରେସ ଯେପରି ସଂକୁଚିତ ହେଉଛି ଓ ଏହା ଜାରି ରହିଲେ, ଦିନ ଆସିବ କଂଗ୍ରେସ ଶୂନ୍ୟ ହୋଇଯିବ

Leave a Reply

Your email address will not be published. Required fields are marked *