ନଦୀକୁ ଖସିଗଲା ସେନା ବସ୍: ୭ ଯବାନ ଶହୀଦ

ନୂଆଦିଲ୍ଲୀ (ଦ କୁଇଭର): ଜାମ୍ମୁ କାଶ୍ମୀରରେ ନଦୀକୁ ଖସିଲା ସେନା ବସ୍ । ବ୍ରେକ୍ ଫେଲ୍ ହେବାରୁ ପହଲଗାମରେ ନଦୀକୁ ଖସିଲା ଆଇଟିବିପି ସୁରକ୍ଷାକର୍ମୀଙ୍କ ବସ୍ । ଦୁର୍ଘଟଣାରେ ୭ ଓଞଈଚ ଯବାନ ଶହୀଦ ହୋଇଛନ୍ତି। ୩୭ ଓଞଈଚ ଯବାନ ଓ ୨ ଜମ୍ମୁ ପୋଲିସକୁ ନେଇ ଯାଉଥିଲା ବସ୍ । ବସରେ ମୋଟ ୩୯ ଜଣେ ଥିଲେ । ଅମରନାଥ ଯାତ୍ରା ଡ୍ୟୁଟିରେ ଯୋଗ ଦେବାକୁ ଯାଉଥିବାବେଳେ ଘଟିଛି ଏହି ଦୁର୍ଘଟଣା । ଆହତ ଯବାନଙ୍କୁ ଅନନ୍ତନାଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଅନୁସାରେ, ଚନ୍ଦନୱାରିରୁ ପହଲଗାମ ଯାଉଥିଲା ସୁରକ୍ଷାକର୍ମୀଙ୍କ ବସ୍ । ବ୍ରେକ ଫେଲ ହେବାରୁ ବସଟି ପହଲଗାମରେ ନଦୀକୁ ଖସି ପଡିଥିଲା । ବସରେ ୩୯ ଜଣ ସୁରକ୍ଷାକର୍ମୀ ଥିଲେ । ସେଥିରୁ ଦୁୁଇଜଣ ଜମ୍ମୁ ପୋଲିସ ଥିଲେ। ୭ ଜଣ ଆଇଟିବିପି ଯବାନ ଶହୀତ ହୋଇଥିବାବେଳେ ଅନେକ ଯବାନ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାର୍ୟ୍ୟ ଜାରି ରହିଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *