ବଢିଲା ଭାରତର ଚିନ୍ତା: ଶ୍ରୀଲଙ୍କାରେ ପହଞ୍ଚିଲା ଚୀନର ସ୍ପାଏ ଶିପ୍

ନୂଆଦିଲ୍ଲୀ (ଦ କୁଇଭର ବ୍ୟୁରୋ): ଭାରତୀୟ ସୀମାରେ ଚୀନର ମନମାନୀଙ୍କୁ ନେଇ ସବୁବେଳେ ସଜାଗ ରହିଆସିଛି ଭାରତୀୟ ସେନା । ଏହାରି ଭିତରେ ଚୀନର ଆଉ ଏକ ରଣନୀତି ସାମ୍ନାକୁ ଅସିଛି । ଆଜି ସକାଳେ ଶ୍ରୀଲଙ୍କାର ହାମ୍ବନତୋଟା ବନ୍ଦରରେ ଏହି ଜାହାଜ ପହଁଞ୍ଚିଛି । ତେବେ ଚୀନର ଏହି ଜାହାଜକୁ ଶ୍ରୀଲଙ୍କା ପୂର୍ବରୁ ହିଁ ଅନୁମତି ଦେଇସାରିଛି । ଚୀନର ଉଚ୍ଚ-ବୈଷୟିକ ଗୁପ୍ତଚର ଜାହାଜ ପହଞ୍ଚିବା ପରେ ଭାରତର ଚିନ୍ତା ବଢିବାରେ ଲାଗିଛି । ଏଠାରେ ପ୍ରଶ୍ନ ଉଠୁଛି ଚୀନର ନୂଆ ରଣନୀତି କ’ଣ ? ଭାରତକୁ ଘେରିବା ପାଇଁ ଚୀନର ଏହା ଏକ ପ୍ଲାନ ନୁହେଁ ତ ? ଏଥିରେ ଭାରତର କିଛି କ୍ଷତି ହେବ କି ? ଭାରତ ପାଇଁ ଏହା ଏକ ସମସ୍ୟା ପାଲଟିବ କି ?

ଭାରତର ତୀବ୍ର ବିରୋଧ ସତ୍ୱେ ଶ୍ରୀଲଙ୍କାର ହାମ୍ବାନଟୋଟା ବନ୍ଦରରେ ମଙ୍ଗଳବାର ଚୀନର ଜାସୁସୀ ଜାହାଜ ୟୁଆନ ୱାଙ୍ଗ ୫ ପଂହଚିଛି । ଏହି ସ୍ପାଏ ଶିପ୍ ଅଗଷ୍ଟ ୨୨ ପର୍ୟ୍ୟନ୍ତ ଏଠାରେ ରହିବ । ଭାରତ ସରକାର ନେଭିଙ୍କୁ ଏଥିପ୍ରତି ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍ପାଏ ଶିପ ସାଟେଲାଇଟ, ରକେଟ ଓ ଇଂଟରକଂଟିନେଟାଂଲ ବାଲିଷ୍ଟିକ ମିସାଇଲରେ ସଜ୍ଜିତ । ଏହ ବ୍ୟତୀତ ଏଥିରେ ଏପରି ଉପକରଣ ଲାଗିଛି ଯେ, ଯାହା ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି । ହାମ୍ବୋନଟୋଟା ବନ୍ଦରକୁ ଚୀନ ୯୯ ବର୍ଷ ପାଇଁ ଲିଜରେ ନେଇଛି ।

ଚୀନ ଏହି ଜାହଜକୁ ଗବେଷଣା ପାଇଁ ବ୍ୟବହାର କରୁଥିବା ପ୍ରକାଶ କରୁଥିଲେ ମଧ୍ୟ ଏହା ମାଧ୍ୟମରେ ଅନ୍ୟ ଦେଶର ଗୁପ୍ତ ତଥ୍ୟ ମଧ୍ୟ ସଂଗ୍ରହ କରିଥାଏ । ଶ୍ରୀଲଙ୍କା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଶ୍ରୀଲଙ୍କାରେ ଏହା କେବଳ ରହଣି କରିବ, କୌଣସି ପ୍ରକାରର ଗବେଷଣା କରିବ ନାହିଁ ଚୀନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *