୨୪ ଘଣ୍ଟା ଯାଏ ବନ୍ୟାର ସମାନ ସ୍ଥିତି: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର (ଦ କୁଇଭର): ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ । ମୁଣ୍ଡଳିରେ ଜଳସ୍ତର କମିଥିବାବେଳେ ହୀରାକୁଦରୁ ଛଡାଯାଇଥିବା ପାଣି ଖଇରମାଳରେ ପହଂଚିଛି। କିଛି ଏଭଳି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ସେ କହିଛନ୍ତି ଯେ ଆସନ୍ତାକାଲି ସକାଳେ ଏହା ମୁଣ୍ଡଳିରେ ପହଁଚିବ। ହୀରାକୁଦ ଡ୍ୟାମରୁ ଛଡା ଯାଇଥିବା ବନ୍ୟାଜଳ ମୁଣ୍ଡଳି ଅତିକ୍ରମ କଲାବେଳକୁ ୧୦ ଲକ୍ଷ କ୍ୟୁସେକ ହେବ। ଗତକାଲି ମୁଣ୍ଡଳିରେ ୧୨ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ଆଜି ୧୧ ଲକ୍ଷ ୭୭ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି ଖଇରମାଳରେ ୯ ଲକ୍ଷ ୮୪ ହଜାର କ୍ୟୁସେକ, ବରମୂଳରେ ୮ ଲକ୍ଷ ୭୮ ହଜାର ୨୫୦ କ୍ୟୁସେକ ପାଣି ପ୍ରବାହିତ ହେଉଛି ।

ଆସନ୍ତାକାଲି ୧୦ ଲକ୍ଷରୁ କମ ପାଣି ପାସ କରିବ । ବର୍ତ୍ତମାନ ହୀରାକୁଦରେ ୬ ଲକ୍ଷ ୨୪ ହଜାର ୨୫୪ କ୍ୟୁସେକ ପାଣି ପ୍ରବେଶ କରୁଥିବାବେଳେ ୬ ଲକ୍ଷ ୮୧ ହଜାର ୪୩୧ କ୍ୟୁସେକ ପାଣି ୪୦ଟି ଗେଟ ଦେଇ ବାହାରୁଛି। ଅଧିକ ଗେଟ ଖୋଲିବା ନେଇ ନିଷ୍ପତ୍ତି ହୋଇନାହିଁ । ଏବେ ୪୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବନ୍ୟାର ସ୍ଥିତି ତିନିଦିନ ଲାଗି ରହିବ। ୫୦ଟି ଘଳିଆ ମରାମତି କରାଯାଇଛି। ୫ଟି ଘାଇ ହେଇଛି। ବର୍ତ୍ତମାନ ପାଣି ସ୍ରୋତ ଅଧିକ ଥିବାରୁ ଘାଇ ମରାମତି ଏବେ ହୋଇପାରୁନି। ପାଣି କମିଲେ ଘାଇ ମରାମତି ହେବ ।

Leave a Reply

Your email address will not be published. Required fields are marked *