ଆମେରିକା-ଋଷ ଯୁଦ୍ଧରେ ଧ୍ୱଂସ ହେବ ଅଧା ପୃଥିବୀ !

ୱାଶିଂଟନ (ଦ କୁଇଭର ବ୍ୟୁରୋ): ଋଷ ଏବଂ ଆମେରିକା ବିବାଦ ମଧ୍ୟରେ ସାମ୍ନାକୁ ଆସିଲା ଏକ ଚାଞ୍ଚଲ୍ୟକର ତଥ୍ୟ । ଗୋଟିଏ ପଟେ ଋଷ-ୟୁକ୍ରେନକୁ ନେଇ ଚାଲିଥିବା ଯୁଦ୍ଧ ମଧ୍ୟରେ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଥିବା ବେଳେ ଏବେ ଆଉ ଏକ ଯୁଦ୍ଧ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଏକ ରିପୋର୍ଟରୁ ପ୍ରକାସ ପାଇଛି ଯେ ଯଦି ଋଷ ଏବଂ ଆମେରିକା ମଧ୍ୟରେ ଆଣବିକ ଯୁଦ୍ଧ ହୁଏ ତେବେ ଦୁଇ ବର୍ଷ ମଧ୍ୟରେ ତିନି ଚତୁର୍ଥାଂଶ ଲୋକଙ୍କ ମୃତ୍ୟୁ ଘଟିବ । ଏହାର ଅର୍ଥ ହେଉଛି ୫୦୦ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବା ନେଇ ଆଶଙ୍କା ରହିଛି । ଏହା ସହିତ ଅଧା ପୃଥିବୀ ଧ୍ୱଂସ ହୋଇଯିବ । ତେବେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁର କାରଣ କେବଳ ବୋମା ନୁହେଁ ଦୁର୍ଭିକ୍ଷ ମଧ୍ୟ ହେବ । ଆମେରିକାର ରିଟଗର୍ସ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରେ ଏହା ଦାବି କରାଯାଇଛି ।

ଏହି ଗବେଶଣାରେ କୁହାଯାଇଛି ଯେ ଏହି ଦୁଇ ମହାଶକ୍ତି ମଧ୍ୟରେ ଯଦି ଅଳ୍ପ ପରିମାଣରେ ଆଣବିକ ଅସ୍ତ୍ର ବ୍ୟବହାର କରାଯାଏ । ତେବେ ଲୋକମାନେ ବହୁତ ବଡ ଧରଣର ଅନାହାରର ଶିକାର ହୋଇପାରନ୍ତି । କେବଳ ଏତିକି ନୁହେଁ ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହୁଏ ତେବେ ପ୍ରାୟ ୨୦୦ କୋଟି ଲୋକଙ୍କ ମୃତ୍ୟୁ ଘଟିବା ସହ ସାରା ବିଶ୍ୱରେ ଖାଦ୍ୟ ଶସ୍ୟ ଯୋଗାଣ ପ୍ରଭାବିତ ହେବ ।

ଏହି ଅଧ୍ୟୟନରେ କେତେ ଆଣବିକ ଯୁଦ୍ଧ ହେଲେ କେତେ ଆର୍ବଜନା ସଂଗ୍ରହ କରାଯିବ ବୋଲି ଅନୁସନ୍ଧାନକାରୀ ମାନେ ଆକଳନ କରିଛନ୍ତି । ଏହା ବ୍ୟତିତ ଆମେରିକା, ଋଷ, ଭାରତ ଏବଂ ପାକିସ୍ତାନ ଭଳି ଦେଶଉପରେ ଏହାର ପ୍ରଭାବ କଣ ରହିବ ? ଖାଦ୍ୟ ଶସ୍ୟ ଯୋଗାଣ ଏବଂ ଉତ୍ପାଦନ ଉପରେ ଏହାର କଣ ପ୍ରଭାବ ପଡିବ ? ଏହା ମଧ୍ୟ ଅଧ୍ୟୟନ କରାଯାଇଛି । ଅଧ୍ୟୟନରେ କୁହାଯାଇଛି ଯେ ଆଣବିକ ଯୁଦ୍ଧ ହେଲେ ମାଛ ମାଂସ ଖାଦ୍ୟ ଇତ୍ୟାଦି ଯୋଗାଣ ପୃଥିବୀରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ଏହା ମଧ୍ୟ ବ୍ୟାପକ ଅନାହାରର କାରଣ ହୋଇପାରେ । ନେଚର ଫୁଡ୍ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ, ଆମେରିକା ଓ ଋଷ ମଧ୍ୟରେ ଏକ ସମ୍ପୂର୍ଣ୍ଣ ଯୁଦ୍ଧ, ସବୁଠାରୁ ଖରାପ ସ୍ଥିତି ହେବ । ଏହା ବିଶ୍ୱର ଅଧାରୁ ଅଧିକ ଲୋକଙ୍କୁ ଶେଷ କରିଦେବ ।

ଗୋଟିଏ ପଟେ ଆମେରିକା ଋଷ ମଧ୍ୟରେ ତିକ୍ତତା ବଢୁଥିବା ବେଳେ ଋଷ-ୟୁକ୍ରେନ ଜାରି ରହଥିବା ଯୁଦ୍ଧ ପୃଥିବୀ ପାଇଁ ଏକ ଚିନ୍ତାର କାରଣ ପାଲଟିଛି । ସେହି ପରି ପାକସ୍ତାନ ମଧ୍ୟରେ ମଧ୍ୟ ତିକ୍ତତା ଲାଗିରହିଛି । ଅପରପକ୍ଷେ ଡ୍ରାଗନର ବିସ୍ତାର ବାଦୀ ମନୋଭାବ ଯୋଗୁଁ ଭାରତ ଜାପାନ ସମେତ ଏନେକ ପଡୋଶୀ ଦେଶ ସହ ସ୍ଥିତି ସଙ୍କଟ ଜନକ ରହିଛି । ଏହାରି ଭିତରେ ଏହି ଚାଞ୍ଚଲ୍ୟ କର ରିପୋର୍ଟ ନେଇ ଅର୍ନ୍ତଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *